ବାହାର ରାଜ୍ୟ  ଓ କୁମ୍ଭମେଳା ଫେରନ୍ତାଙ୍କୁ ଠାବ କରିବାକୁ ସ୍ୱତନ୍ତ୍ର ଡ୍ରାଇଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଘରକୁ  ଘର ବୁଲି କରାଯିବ ସର୍ଭେ : ଦୁଇଦିନ ଭିତରେ ପ୍ରସ୍ତୁତ ହେବ ତାଲିକା 

ରାୟଗଡ:(ସରୋଜ କୁମାର ସାହୁ) : ଜିଲ୍ଲାରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଓ ବାହାର ରାଜ୍ୟୁ ତଥା କୁମ୍ଭାମେଳାରୁ ବହୁତ ସଂଖ୍ୟାରେ ଯାତ୍ରୀ ଜିଲ୍ଲlକୁ ଫେରୁଥିବାର ଦୃଷ୍ଟିକୁ ରଖି ଆସନ୍ତା କାଲି ଠାରୁ ଘରକୁ  ଘର ବୁଲି ସର୍ବେ କରାଯିବ l ବାହାର ରାଜ୍ୟରୁ  ଓ କୁମ୍ଭମେଳା ଫେରନ୍ତାଙ୍କୁ  ଦୁଇଦିନ ଭିତରେ ସର୍ବେ କରି ତାହାର ତାଲିକା ପ୍ରସ୍ତୁତି କରାଯିବ l ଏହାସହିତ ଜ୍ଜରର ଲକ୍ଷଣ ଥିଲେ ସେମାନଙ୍କ ମଧ୍ୟ ତାଲିକା ପ୍ରସ୍ତୁତ କରାଯିବ ଏବଂ ଆସନ୍ତା ଦୁଇ ଦିନ ଭିତରେ ଦାଖଲ କରାଯିବl ପାଇଁ   ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଗୁଗୁଲ ମିଟିଙ୍ଗ ମାଧ୍ୟମରେ ସମସ୍ତ ବିଡ଼ିଓ, ତହସିଲଦାର ଓ ସିଡିପିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ତେଣୁକରି ଆସନ୍ତ  କାଲି ଅର୍ତ୍ତlତ ତା 23/04/21ରିଖ ଠାରୁ ପ୍ରତ୍ୟେକ ବ୍ଲକରେ ଅଙ୍ଗନବାଡି, ଆଶା,ଏ ଏନଏମ ଓ ଶିକ୍ଷକ ମାନେ ମିଶି ଘରକୁ ଘର ବୁଲି ସର୍ବେ କରିବେ ଏବଂ ତାଲିକା ପ୍ରସ୍ତୁତ କରି ଆସନ୍ତା ରବିବାର ସୁଦ୍ଧା ଦlଖଲ  କରିବେ l ସେହିପରି ଆନୁସାରେ ଆସନ୍ତା ସମ୍ବାରରୁ RT,PCR ଟେଷ୍ଟିଙ୍ଗ କରାଯିବ ପାଇଁ ପଦ୍ଧକ୍ଷେପ ନିଆଯିବ  l ଲକ୍ଷଣ ଥିବା ଵ୍ୟକ୍ତି ମାନଙ୍କୁ କ୍ଳଷ୍ଟର ଟିଏମସିରେ(TMC) ସଂଘରୋଧରେ ରଖିବl ନିମନ୍ତେ ବ୍ୟବସ୍ଥା କରାଯିବ l ବିଡ଼ିଓ ମାନେ ଏହାକୁ ପର୍ଯ୍ୟବେକ୍ଷଣ କରିବେ ଏବଂ ଉପଜିଲ୍ଲାପାଳ ଗୁଣପୁର ଓ ରାୟଗଡ଼ ଏହାକୁ ମନିଟରିଙ୍ଗ କରିବେ l ସ୍ୱାସ୍ଥ୍ୟ ସେବାରେ ଯୋଗାଇବା ନିମନ୍ତେ ଜିଲାରେ କେବଳ ଗୁଣପୁର ଓ ରାୟଗଡ଼ରେ ମାତ୍ର ଦୁଇ ଜାଗାରେ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି ଯାହାକି କେତେକ ବ୍ଲକରେ ହଟାତ ପହଁଚି ପାରୁନଥିବାରୁ ଚନ୍ଦ୍ରପୁର, ବିସମକଟକ ଓ ମୁନିଗୁଡା ତିନୋଟି ବ୍ଲକ ପାଇଁ ମୁଗୁଡାରେ ଆମ୍ବୁଲାନ୍ସ ରହିବା ପାଇଁ  ଜିଲ୍ଲାପାଳ ବିର୍ଦ୍ଦେଶ ଦେଇଛନ୍ତି l ଯାହାଫଳରେ ସ୍ୱାସ୍ଥ୍ୟ ସେବାରେ ଜିଲ୍ଲାର ସମସ୍ତ ବ୍ଲକକୁ ସହଜରେ ପହଂଚି ପାରିବ l

      ଏହି ଗୁଗୁଲ ମିଟିଙ୍ଗ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପୀଡି,ଡ଼ିଅlରଡ଼ିଏ ଶ୍ରୀ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଯେ. ସନlଲ,ରାୟଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ସିଡିଏମଓ ଡା ଆର୍ତ୍ତବନ୍ଧୁ ନାୟକ ,ଡିପିଏମ ରାଜେଶ ପଟ୍ଟନାୟକ, ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ସିଡ଼ିପିଓ  ଆଦି ଯୋଗଦେଇଥିଲେ l

0
0
0
s2sdefault