ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ କୁଢ଼ କୁଢ଼ ମହାଦୁର୍ନୀତି:  ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁହଁ ଖୋଲିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ

ଭଦ୍ରକ(ସତ୍ୟଭୂଷଣ ସ୍ବାମୀ): ସାରା ରାଜ୍ୟରେ ବିଜେଡି ସରକାର ଅମଳରେ ବିଭିନ୍ନ ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଏଥିରେ ଶାସକ ଦଳର ନେତା,ମନ୍ତ୍ରୀ,ବିଧାୟକଙ୍କ ଇସାରାରେ ଅଫିସର ମାନେ ମଧ୍ୟ ଦୁର୍ନୀତିରେ ଲିପ୍ତ ଥିବାବେଳେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବାକୁ ନେଇ ମୁଖ୍ୟମନ୍ତ୍ରୀ ଚୁପ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି। ଏପରି ଅବସ୍ଥାରେ ଭଦ୍ରକ ଜିଲ୍ଲାରେ ମଧ୍ୟ ବହୁ ଦୁର୍ନୀତି ଏବେ ପଦାକୁ ବାହାରୁଛି। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନମଣ୍ଡଳୀ ସବୁଠାରୁ ଦୁର୍ନୀତିଗ୍ରସ୍ତ । ଚାନ୍ଦବାଲି ବ୍ଲକ ଭାଟପଡା ପଂଚାୟତରେ ହୋଇଥିବା ମହାଦୁର୍ନୀତିକୁ ନେଇ ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । 

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ନିଜ ନିର୍ବାଚନ ମଣ୍ଡଳୀରେ ଚଳୁଥିବା ବିଭିନ୍ନ ଦୁର୍ନୀତି ବିଷୟରେ ପାଟି ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତର କହୁଥିବା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ଜଣାତରେ ଏପରି ଦୁର୍ନୀତି ଚଳୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ସାମଲ। ଭଟପଡା ପଞ୍ଚାୟତରେ ହୋଇଛି ମହା ଦୁର୍ନୀତି । ସେଠାରେ ନିର୍ମାଣ ଚାଲିଥିବା ପାଇପ ଲାଇନ କାମ,କମ୍ୟୁନିଟି ସେଣ୍ଟର ନିର୍ମାଣ, ସ୍ମଶlନ କାମ,ପଞ୍ଚାୟତ ଡଷ୍ଟବିନ ସ୍କାମ, ଆଲୋକ ସଜ୍ଜାରେ ସ୍କାମ,ଖେଳ ପଡିଆ ନିର୍ମାଣରେ ସ୍କାମ ଏମିତି ଅନେକ ଯୋଜନା ଯେଉଁଠି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ପାଇଁ ଥିବା ପ୍ରକଳ୍ପ କେବଳ ଫଳକ ଲଗାଇ ନିମ୍ନ ମାନର କାର୍ଯ୍ୟ କରି ଜନସାଧାରଣଙ୍କ ଟେକ୍ସ ପଇସାକୁ ଆତ୍ମସାତ କରାଯାଉଥିବା ଅଭିଯୋଗ ଆଣିଛି ବିଜେପି। ଏପରି ଦୁର୍ନୀତିକୁ ନେଇ ସେଠାରେ ଦଳୀୟ କର୍ମୀ ଦୀର୍ଘଦିନ ଧରି ଅନଶନରେ ବସିଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନ3ବାରେ ସକ୍ଷମ ହେଉନାହାନ୍ତି , ଯାହାଦ୍ୱାରା ସ୍ପଷ୍ଟ ଜଣାପଡୁଛି ଯେ ଏ ଦୁର୍ନୀତି ପଛରେ ସମସ୍ତେ ଶାସକ ଦଳର ନେତା ଓ ଅଫିସରଙ୍କ ସଲା ସୁତରା ଚାଲିଛି। ଭଦ୍ରକ ଡିଆରଡିଏ ର ପ୍ରକଳ୍ପ ନିର୍ଦେଶକ ତଦନ୍ତ ପାଇଁ ଆସିଥିଲେ ଏବଂ କିଛି ସମୟ ନେଇଥିଲେ ତଦନ୍ତ ପାଇଁ କିନ୍ତୁ ତାଙ୍କୁ ରାତାରାତି ବଦଳି କରି ଦିଆଗଲା !! ଏପରି ଦୁର୍ନୀତିକୁ କଦାପି ବରଦାସ୍ତ କରାଯିବ ନାହିଁ ଓ ଏହାପାଇଁ ଦଳ ପକ୍ଷରୁ ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ଆନ୍ଦୋଳନ କରାଯିବ ବୋଲି ନିର୍ବାଚନମଣ୍ଡଳୀ ନେତା ମନମୋହନ ସାମଲ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ,ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ପ୍ରଦୀପ କୁମାର ନାୟକ,ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠି,ପୂର୍ବତନ ଜିଲ୍ଲା ସଭାପତି ବଦ୍ରୀ ନାରାୟଣ ଧଳ,ରାଜାରାମ ମହାକୁଡ଼,ବିଶ୍ଵକେଶରୀ ମହାନ୍ତି,ପୂର୍ଣ୍ଣଚନ୍ଦ୍ର ପାଣି ,ଶ୍ରୀହର୍ଷ ସ୍ଵାଇଁ ଓ ମାଳତୀ ଲତା ସାହୁ ପ୍ରମୁଖ ଉପସ୍ଥିତ ରହି ବିଜେଡିର ଦୁର୍ନୀତିଗ୍ରସ୍ତ ସରକାର ବିଷୟରେ ଆନ୍ଦୋଳନ ଡାକରା ଦେଇଛନ୍ତି।

 

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

0
0
0
s2sdefault