ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ରାୟଗଡ ଜିଲ୍ଲାପାଳ l
ରାୟଗଡ:-/ସରୋଜ କୁମାର ସାହୁ - ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ରେଳଷ୍ଟେସନ ଓ କେରଡା ସୀମାନ୍ତ ଚେକ ପଏଣ୍ଟ ଗସ୍ତ କରି ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଆୟୋଜନକୁ ଅନୁଧ୍ୟାନ କରିଥିଲେ l ରାୟଗଡ ରେଳ ଷ୍ଟେସନରେ ରେଳ କର୍ମଚାରୀ ମାନଙ୍କ ଓ ପୌର ଅଧିକାରୀ ସହିତ ଆଲୋଚନା କରିଛନ୍ତି l ବିଶେଷ କରି ଷ୍ଟେସନ ଦେଇ ଆସୁଥିବା ଯାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, RT, PCR ପରୀକ୍ଷା, ଓ କୋଭିଡ ଟୀକା କରଣ ରିପର୍ଟ ତଦାରଖ କରାଯିବା ଓ ପଞ୍ଜିକରଣ କରାଯିବା ଉପରେ ଅନୁଧ୍ୟାନ କରିଥିଲେ l କୋରନା ଦ୍ବିତୀୟ ଲହରୀ ରାୟଗଡ ଜିଲ୍ଲାରେ ଦିନକୁ ଦିନ ପ୍ରଭାବ ବିସ୍ତାର କରୁଥିବା ଯୋଗୁଁ ଏହାକୁ ମୁଖବିଲା କରି ରୋକlଯାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରସାଶନ ବିଶେଷ ଭାବରେ ଚେଷ୍ଟା ଜlରିରଖିଛି l ବାହାର ରାଜ୍ୟରୁ ଓଡିଶାକୁ ବିଶେଷ କରି କୁମ୍ଭମେଳା ଓ ଅନ୍ୟ ରାଜ୍ୟରୁ ଫେରୁଥିବା ଯାତ୍ରୀମାନଙ୍କୁ କଡାକଡି ଯାଞ୍ଚ କରିଵା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି l ଜିଲ୍ଲାର ଲୋକମlନଙ୍କୁ ସଚେତନ କରି କୋରନା ଠାରୁ ଦୂରେଇ ରଖାଯିବl ନେଇ ଜିଲ୍ଲାପାଳ ଗୁରୁତ୍ୱ ଦେଉଛନ୍ତି । ରାୟଗଡ ସହରର ବିଭିନ୍ନ ଛକଯାଗାମାନଙ୍କରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଂକୁ ନିୟୋଜିତ କରି ଜନସାଧାରଣଙ୍କୁ ମାସ୍କ ବ୍ୟବହାର ନେଇ ସଚେତନତ କରୁଛନ୍ତି l ସେହିପରି କେରଡା ଗେଟରେ ମଧ୍ୟ ଅନୁରୂପ ଭାବରେ ଯେଉଁ ଯାତ୍ରୀମାନେ ବାହାର ରାଜ୍ୟରୁ ଜିଲ୍ଲା ଭିତରକୁ ଆସୁଛନ୍ତି ସେମାନଙ୍କ ଆର୍ଟିଫିସିୟଲ ଟେଷ୍ଟ ରିପର୍ଟ , କୋଭିଡ ଟୀକା ନେଇଥିବା ପ୍ରମାଣ ପତ୍ର ଏଠାରେ ଯାଞ୍ଚ କରାଯଲୁଛି l ସମସ୍ତ ଫେରନ୍ତାଙ୍କୁ ସାନିଟାଈଜ କରାଯାଉଛି l ଏହି ଯାତ୍ରୀମାନେ ନିଜେ ଏକ ସ୍ବୀକାରୋକ୍ତି ପତ୍ର ପ୍ରଦାନ କରି ଘରେ ସାତ ଦିନ ପାଇଁ ସଂଘରୋଧ ରହିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି l ଆଜିର ଏହି ଗସ୍ତ ସମୟରେ ରାୟଗଡ ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ , ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାଜେନ୍ଦ୍ର ମାଝୀ, ତହସିଲଦାର ଉମାଶଙ୍କର ବେହେରା , ପୌର ନିର୍ବାହୀ ଅଧିକାରୀ ୟସାର ବିଲ୍ଲଳ ଅହମଦ, ଶେଷଖାଳ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲାରେ ସମସ୍ତ ବ୍ଲକରେ ମଧ୍ୟ କଡାକଡି ଯାଞ୍ଚ ଜାରି ରହିଛି l ପ୍ରତ୍ୟେକ ବ୍ଲକ ଅଧିକାରୀ, ତହସିଲଦାର ଓ ପୋଲିସ ଅଧିକାରୀ ମାନେ ମିଳିତ ଭାବେ ନିଜ ନିଜ ବ୍ଲକରେ ସଚେତନତା କରିବା ସହ ମାସ୍କ ବ୍ୟବହାର ଉପରେ କଡାକଡି ଯାଞ୍ଚ କରୁଛନ୍ତି l ବିଶେସ କରି କୁମ୍ଭ ମେଳାରୁ ଫେରନ୍ତଙ୍କ କଡାନଜର ରଖିଛନ୍ତୁ l ବର୍ତ୍ତମାନ ସୁଦ୍ଧା ଜିଲ୍ଲାର 44ଜଣ କୁମ୍ଭାମେଳାରୁ ଫେରନ୍ତାନକୁ ସଂଘରୋଧରେ ରଖାଯାଇଛି l ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚବଦ୍ର ପଣ୍ଡା, ପିଡି, ଡିଆରଡ଼ିଏ ଶ୍ରୀ ମହେଶ୍ୱର ନାଏକ, ଉପଜିଲ୍ଲାପାଳ, ଗୁଣପୁର ଶ୍ରୀ ଜେ. ସନlଲ, ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରମୁଖଙ୍କ ତତ୍ୱାବଧାନରେ ଦୈନିକ ଏହି ସବୁକୁ ମିନିଟରିଙ୍ଗ କରାଯାଉଛି l ଜିଲାରେ ବର୍ତ୍ତମାନ ସୁଦ୍ଧା 36ଟି କ୍ଲଷ୍ଟର TMC(ଟିଏମସି ) ପ୍ରସ୍ତୁତ ହେଇସାଇଥିବାବେଳେ ବାକି 80ଟି ଟିଏମସି ବିଭିନ୍ନ ବ୍ଲକରେ ପ୍ରସ୍ତୁତି ହେlଇକି ରହିଛି l