-
ଗଠନମୂଳକ ସମାଲୋଚନା ସ୍ୱାଗତ ଯୋଗ୍ୟ
-
ମହାରାଣୀ ସାଗରକୁ ମିଳିଲା ୨୦ କୋଟି, ଗନ୍ଧରେଲ ପାଇଁ ୩ କୋଟି
-
ଶିଘ୍ର ଆରମ୍ଭ ହେବ ବାଇପାସ କାମ
-
ବଲାଙ୍ଗିରରେ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ହେବ ଜୋରଦାର ଦାବୀ
ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ବିକାଶ ତଥା ବିଭିନ୍ନ ସମସ୍ୟାକୁ ନେଇ ଏକ ମତ ବିନିମୟ ସାମ୍ବାଦିକଙ୍କ ସହିତ ମତ ବିନିମୟ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ।ବଜେଟ ଅଧିବେଶନ ପୁର୍ବରୁ ଶ୍ରୀ ମିଶ୍ର ସାମ୍ବାଦିକଙ୍କ ସହ ଜିଲ୍ଲାର ବିଭୀନ୍ନ ସମସ୍ୟା, ପ୍ରକଳ୍ପନିର୍ମାଣାଧିନ ତଥା ବାଲାଙ୍ଗିରର ଛାତ୍ର ଯୁବକ କୃଷକ ଶ୍ରମିକଙ୍କ ସମସ୍ୟାକୁ କିପରି ବିଧାନସଭାରେ ଉତ୍ଥାପନ କରାଯାଇ ପାରିବ ସେ ଉପରେ ପରାମର୍ଶ ନେଇଥିଲେ । ସେ ସମୟରେ ସମ୍ବାଦିକମାନଙ୍କ ପରାମର୍ଶ ବିଶେଷ କରି ଲୋୟର ସୁକତେଲ, ବାଇପାସ, କୃଷି ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ବେଞ୍ଚ, ମେଡିକାଲ କଲେଜ, ଶିକ୍ଷକ ସମସ୍ୟା , ଧାନର ଅଭାବି ବିକ୍ରି, ବନ୍ଧକଟା ର ଉନ୍ନତିକରଣ, ପର୍ଯ୍ୟଟନର ବିକାଶ ଇତ୍ୟାଦି ପ୍ରସଙ୍ଗକୁ ବିଧାନସଭାରେ ଶ୍ରୀ ମିଶ୍ର ଉତ୍ଥାପନ କରିବା ସହ ଏସବୁ ସମସ୍ୟାର ଉତ୍ତର ବାବଦରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ସେ କହିଥିଲେ ସରକାର ଦେଇଥିବା ପ୍ରତିଶୃତି ମୁତାବକ ଲୋୟର ଶୁକତେଲ କାମରେ ଦୁଇ ମାସ ବିଳମ୍ବ ହେଇଥିଲେ ହେଁ, ବର୍ତ୍ତମାନ ଏହାର କାମ ଆରମ୍ଭ ହେବା ସହ ପ୍ରକଳ୍ପ ପାଇଁ ଆବଶ୍ୟକ ସମସ୍ତ ପଦବୀ ପୂରଣ ହୋଇ ସାରିଛି । ବିଧାନସଭାରେ ଶ୍ରୀ ମିଶ୍ରଙ୍କ ପ୍ରଶ୍ନର ମନ୍ତ୍ରୀ ଦେଇଥିବା ଉତ୍ତର ମୁତାବକ କାମ ଚାଲିଥିବା ସେ ସୂଚନା ଦେଇଥିଲେ । ଆହୁରି ମଧ୍ୟ ଦୁଇ ଦିନ ପୂର୍ବରୁ ନେଇଥିବା ସମିକ୍ଷାରେ ମୂଖ୍ୟ ଯନ୍ତ୍ରୀ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସରିବା ନେଇ ଆଶ୍ୱସନା ଦେଇଥିବା ଶ୍ରୀ ମିଶ୍ର କହିଥିେଲେ । ପର୍ଯ୍ୟଟନ ପାଇଁ ତାଙ୍କର ଦାବୀ ମୁତାବକ ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମ ଡୁଙ୍ଗୁରି ର ବିକାଶ ନେଇ ଜଙ୍ଗଲ ବିଭାଗ ତରଫରୁ ଶିଘ୍ର ଅନୁଦାନ ମିଳିବ ବୋଲି କହିଥିଲେ । ବହୁ ଦିନର ଦାବୀ ମହାରାଣୀ ସାଗର ର ବିକାଶ ଉପରେ ଏଥର ସଫଳତ ମିଳିଛି । କେବଳ ମହାରାଣୀ ସାଗର ର ବିକାଶ ପାଇଁ ୨୦ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇ ସାରିଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଠିକ ସେହିପରି ତାଙ୍କର ଦାବୀ ମୁତାବକ ଗନେ୍ଧ୍ରଲ ଡ୍ୟାମକୁ ପର୍ଯ୍ୟଟନ ସ୍ଥଳି ରୁପେ ବିକଶିତ କରିବା ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇ ସାରିଛି । ଉଭୟ ପ୍ରକଳ୍ପ ଠିକ ଭାବେ କାର୍ଯ୍ୟକାରୀ ହେଲେ ଲୋକଙ୍କ ଆର୍ଥୀକ ମାନଦଣ୍ଡ ରେ ବିକାଶ ହେବ ବୋଲି ସେ ଆଶା ପ୍ରକଶ କରିଥିଲେ । ସମସ୍ତ ଆଇନ ମହାବିଦ୍ୟାଳୟ କୁ ନେଇ କଟକରେ ମଧୂସୁଦନ ବିଶ୍ୱ ବିଦ୍ୟାଳୟ ଗଠିତ ହେବା ଦ୍ୱାରା ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀମାନେ ହଇରାଣ ହେବେ ତେଣୂ ଆଗାମୀ ଦିନରେ ବଲାଙ୍ଗିର ଠାରେ ଏକ ଆଇନ ବିଶ୍ୱବିଦ୍ୟାଳୟ ପାଇଁ ଦାବୀ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ବଜେଟ ମଞ୍ଜୁ ହୋଇଥିବା ଅନୁଦାନ ରାଜ୍ୟ ବଜେଟ ଅନୁପାତରେ ସମୁଦ୍ର କୁ ସଂଖେ ପାଣି ଭଳି ତେଣୂ ସେ ଏହାକୁ ନେଇ ବିଧାନସଭାରେ ତିବ୍ର ବିରୋଧ କରିଥିବା କହିଥିଲେ । ବଲାଙ୍ଗିର ବାଇପାସ କାମ ମଧ୍ୟ ଶିଘ୍ର ଆରମ୍ଭ ହେବା ନେଇ ସେ ସୂଚନା ଦେଇଥିଲେ । ୪ କୋଟି ଟଙ୍କାରେ ଏଲ ଏନ ଏସ କ୍ଲବରେ ନିର୍ମାଣ ହେବାକୁ ଥିବା ଅଡିଟୋରିଅମ ପାଈଂ ୧ କୋଟି ଟଙ୍କା ଆସି ସାରିଥିବା ବେଳେ ଆଗମୀ ୩୦ ବର୍ଷକୁ ଆଖି ଆଗରେ ରଖି ଏକ ଉନ୍ନତ ମାନର ଅଡିଟୋରିଅମ ନିର୍ମାଣ ଆବଶ୍ୟକ । ତେଣୂ ଅନ୍ୟ ସୁତ୍ରରୁ ଆଉ ୬ କୋଟିର ଅନୁଦାନ ଅଣାଯାଇ ସମୁଦାୟ ୧୦ କୋଟିର ଏକ ଅଡିଟୋରିଅମ ନିର୍ମାଣ କରାଯିବା ନେଇ ସୂଚନା ଦେଇଥିଲେ । ଆହୁରି ମଧ୍ୟ ଦାବୀ ମୁତାବକ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଦିବ୍ୟାଙ୍ଗ ପାଇଁ ହଷ୍ଟେଲ, ସାଇନ୍ସ ପାର୍କ ଶିଘ୍ର କାମ ଆରମ୍ଭ ହେବ । ମତ ବିନିମୟ ସମୟରେ ଗଣମାଧ୍ୟମ ପ୍ରତିନିଧୀମାନେ ବିଭୀନ୍ନ ପ୍ରଶ୍ନ ପଛାରିବା ସହ କିଛି ପରାମର୍ଶ ଦେଇଥିଲେ । ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ଗଣମାଧ୍ୟମ ହେଉଛୀ ସମାଜର ପଥ ପ୍ରଦର୍ଶକ । ସେମାନଙ୍କର ଗଠନମୂଳକ ସମାଲୋଚନା ଓ ପରାମର୍ଶ ଅଂଚଳର ବିକାଶ ପାଇଁ ସହାୟକ ହୋଇଥାଏ । ତେଣୁ ତାଙ୍କର ଗଠନମୂଳକ ସମାଲୋଚନା ସବୁବେଳେ ସ୍ୱାଗତ ଯୋଗ୍ୟ ବୋଲି ଶ୍ରୀ ମିଶ୍ର କହିଥିଲେ ।