ସମ୍ବଲପୁର/ରମାକାନ୍ତ ବିଶ୍ୱାଳ - ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ପୋଲିସ କୁ ମିଲିଛି ବଡ ସଫଳତା। ମହୁଲପାଲି ଥାନା ପୋଲିସ ଏଟିଏମ ଠକେଇ ଲୁଟେରା ରାକେଟ ର କରିଛି ପର୍ଦ୍ଦାଫାଶ । ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୁଚନା ଦେଇଛନ୍ତି । ଏସପି କହିଛନ୍ତି ଯେ ସମ୍ବଲପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଏଟିଏମ ରୁ ଅଭିନବ ଠକେଇ ହେଉଥିବା ଅଭିଯୋଗ ହେଉଥିଲା । ବିଶେଷ କରି ସମ୍ବଲପୁର ଜିଲ୍ଲା ରେ ଏସବିଆଇ ର ଏଟିଏମ ରୁ ଗତବର୍ଷ କେବଳ ୪.୫ କୋଟି ଟଙ୍କା ଅଭିନବ ଉପାୟରେ ଠକେଇ ହୋଇଥିବା ପୋଲିସ ରେ ଅଭିଯୋଗ ହୋଇଛି । ଏହାକୁ ଆଧାର କରି ସମ୍ବଲପୁର ପୋଲିସ ଏଟିଏମ ଠକେଇ ଗ୍ୟାଙ୍ଗ କୁ ଧରିବା ପାଇଁ ପ୍ରୟାସ ଯାରି ରଖିଥିଲା । ତେବେ ନିକଟରେ ପୋଲିସ କୁ ମହୁଲପାଲି ଥାନା ରୁ ଏସବିଆଇ ର ଏକ ଏଟିଏମ ରୁ ୩ ଲକ୍ଷ ୩୦ ହଜାର ଟଙ୍କା ଠକେଇ ହେବାର ଅଭିଯୋଗ ହେବାପରେ ପୋଲିସ ଏନେଇ ଅଧିକ ତଦନ୍ତ ଯାରି ରଖିଥିଲା । ଶେଷରେ ମହୁଲପାଲି ଥାନା ଅଞ୍ଚଳରେ ପୋଲିସ କୁ ମିଲିଥିଲା ସଫଳତା । ମହୁଲପାଲି ପୋଲିସ ଏଟିଏମ ରୁ ଅଭିନବ ଉପାୟରେ ଠକେଇ କରି ଲୁଟ କରୁଥିବା ସମୟରେ ୩ ଜଣ କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ପୋଲିସ ର ୧ ଲକ୍ଷ ୫୫ ହଜାଳ ୫୦୦ ଟଙ୍କା , ଏକ କାର , ୧୨ ଟି ଏଟିଏମ କାଡ, ୪ ଟି ମୋବାଇଲ ଜବତ କରିଛି । ଗିରଫ ସମସ୍ତ ଅଭିଯୁକ୍ତ ମାନେ ରାଜ୍ୟ ବାହାର ହୋଇଥିବା ସମ୍ବଲପୁର ଏସପି ସୁଚନା ଦେଇଛନ୍ତି ।
ରାଜ୍ୟ
ସମ୍ବଲପୁର ପୋଲିସ ଦ୍ୱାରା ଏଟିଏମ ଠକେଇ ଦଳ ଗିରଫ।
- Hits: 287