ଲୋକ ଭୋଗୁଛନ୍ତି ଜଳ ଯନ୍ତ୍ରଣା : ପ୍ରଶାସନ ଜାଣି ଅଜଣା !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଜଳ କଷ୍ଟ ଦେଖା ଦେଇଛି I ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପାନୀୟ ଜଳ ଯୋଗାଣ ନିମନ୍ତେ ପ୍ରଶାସନ ପକ୍ଷରୁ ଦୁଇଟି ବୋରୱେଲ ଏବଂ ଟ୍ୟାଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି କରାଯାଇଥିଲା I କିନ୍ତୁ ତାହା ବର୍ତ୍ତମାନ ଅଚଳ ହୋଇ ଥିବା ମାନଭଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି I ପାନୀୟ ଜଳ ସଙ୍କଟ ସମ୍ପର୍କରେ ଅଞ୍ଚଳ ବାସୀ ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ ଲିଙ୍ଗାଗାଡ ଏବଂ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଲିଖିତ ଭାବରେ ଜଣାଇଥିଲେ I କିନ୍ତୁ କୌଣସି ପ୍ରକାର ପ୍ରଶାସନ ପକ୍ଷରୁ ସହଯୋଗ ମିଳିନ ଥିଲା I ଯାହା ପାଇଁ  ଲିଙ୍ଗାଗାଡ ବାସୀ ବାଲ୍ଟି, ଡେକିଛି ଧରି ଗ୍ରାମ ପଞ୍ଚାୟତର ମୁଖ୍ୟ ଫାଟକ ସାମନାରେ ଧାରଣାରେ ବସି ଥିବା ୱାର୍ଡ ମେମ୍ବେର ବିରଞ୍ଚି ନାରାୟଣ ବେହେରା ପ୍ରକାଶ କରିଛନ୍ତି I ଲିଙ୍ଗାଗାଡ ବାସୀଙ୍କୁ ପାନୀୟ ଜଳ ନ ମିଳିବା ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ଅପାରଗତା ବୋଲି ୱାର୍ଡ ମେମ୍ବେର ଅମିତା ପ୍ରଧାନ ମତବ୍ୟକ୍ତ କରିଛନ୍ତି I ସକାଳ ୯ ଘଂଟିକା ସମୟରୁ ମହିଳାମାନେ ଧାରଣାରେ ବସି ଥିଲେ I ଖବର ପାଇ ମଧ୍ୟ ସ୍ଥାନୀୟ ସରପଞ୍ଚ ଘଟଣା ସ୍ଥଳକୁ ପହଂଚିନ ଥିଲେ I ଭିଏଲଡବ୍ଲ୍ୟୁ ସୂଚନା ଦେବା ପରେ ସରପଞ୍ଚ ମହୋଦୟା ସସ୍ମିତ ପ୍ରଧାନ ବହୁ ବିଳମ୍ବରେ ପଂଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ I ଯାହା ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ଲିଙ୍ଗାଗଡ଼ ବାସୀଙ୍କ ମୌଳିକ ଦାବୀ ପୁରାଣ କରିବାରେ ସରପଞ୍ଚ ଫେଲ ମାରିଛନ୍ତି ବୋଲି ସଚେତନ ନାଗରିକ ମାନଭଞ୍ଜନ ପ୍ରଧାନ ଅଭିଯୋଗ କରିଛନ୍ତି I ସ୍ଥାନୀୟ ଜନସାଧାରଣଙ୍କୁ ସରପଞ୍ଚ ଅଣଦେଖା କରୁଛନ୍ତି ବୋଲି ନାରୀ ନେତ୍ରୀ ବିରଜା ମୁଖୀ କହିଛନ୍ତି I ପ୍ରଶାସନର ଅବହେଳା ଯୋଗୁଁ ବର୍ତ୍ତମାନ ଗ୍ରାମବାସୀ ନାଳନର୍ଦ୍ଧମାର ଦୂଷିତ ପାଣି ପାନିୟ ଜଳ ଭାବରେ ରୋଗାଗ୍ରସ୍ଥ ହେଉ ଛନ୍ତି ବୋଲି ୱାର୍ଡ ମେମ୍ବେର ଅମିତା ପ୍ରଧାନ ମତବ୍ୟକ୍ତ କରିଛନ୍ତି I ଯଦି ପ୍ରଶାସନ ଲିଙ୍ଗାଗଡ଼ ବାସୀଙ୍କୁ ଆଗାମୀ ୧୫ଦିନ ମଧ୍ୟରେ ପାନିୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା ନ କରନ୍ତି ତାହା ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସୀନ୍ଧା ଲକ୍ଷଣ ପ୍ରଧାନ, ଚନ୍ଦନ ନାୟକ, ମିତାଞ୍ଜଳି ବେହେରା, ପ୍ରତିଭା ରଣା, ଅର୍ଚ୍ଚନା ବେହେରା, ଅରକ୍ଷିତ ବେହେରା, ରଶ୍ମିତା ବେହେରା, ସଂଯୁକ୍ତା ମୁଖୀ, ମାନସୀ ଦିଗାଳ ଏବଂ ଅନ୍ତରା ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି I

0
0
0
s2sdefault