ସୋନପୁର(ପ୍ରକାଶ ହାତୀ) : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ କଂଗ୍ରେସ କମିଟି ତରଫରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ଵସିଥିଲେ।ଉକ୍ତ ସଭାରେ ଵ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କୁ ନେଇ ଅସୋନ୍ତୋସ ପ୍ରକାଶ କରିଵା ସହ ନିନ୍ଦା କରିଛନ୍ତି।ବିଦ୍ୟୁତ ଶୁକ୍ଳ ଦିନକୁ ଦିନ ବଢିବାରେ ଲାଗିଛି ଗତ କିଛି ଦିନ ତଳେ ବିଦ୍ୟୁତ ଶୁକ୍ଳପ୍ରତି ୟୁନିଟ ପିଛା କୋଡିଏ ପଇସା ବଢିଥିବା ବେଳେ ପୁଣୀ ତିରିଶ ପଇସା ବଢିବାରୁ ଜନତାଙ୍କ ଉପରେ ବୋଝ ଲଦି ଦିଆଯାଇଛି । ଯେଉଁ ଦିନ ଠାରୁ ଓଡ଼ିଶାର ଟାଟା ବିଦ୍ୟୁତ ବିତରକ ସଂସ୍ଥା ନେବାପରେ ସେହି ଦିନଠାରୁ ବିଦ୍ୟୁତ ଶୁକ୍ଳ ବୃଦ୍ଧି ବଢ଼ିବାରେ ଲାଗିଛି । ଏଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବ୍ଳକ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ବିଦ୍ୟୁତ ବିଭାଗ ର କନିଷ୍ଠ ଯନ୍ତ୍ରୀ ଧରମବୀର ସାହୁଙ୍କୁ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସଭାରେ ବାଳକୃଷ୍ଣ ଦଣ୍ଡସେନା, ସୁରୁବାବୁ ନନ୍ଦ,ଭୀଷ୍ମ ଦେବ ମଲ୍ଲିକ, ପ୍ରକାଶ ହାତୀ,ନେପାଳ ବାରିକ,ଫକୀର ମେହେର,ଶୁରୁ ତ୍ରିପାଠୀ, ସାଉରିଆ ଅଗ୍ରୱଳ ,ବିଭୂତି ଚୌହାନ, ଵିପିନ ସା, ପିତଵାସ ଦଣ୍ଡସେନା ପ୍ରମୁଖ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।
ରାଜ୍ୟ
ବ୍ଳକ କଂଗ୍ରେସ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ
- Hits: 327