ଶ୍ରୀମନ୍ଦିର ନିକଟରେ କାର୍ଯ୍ୟକ୍ଷମ ହେବ ଫାଷ୍ଟ ଏଡ଼ ସେଣ୍ଟର : ଡକ୍ଟର କ୍ରିଷନ କୁମାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଶ୍ରୀମନ୍ଦିରକୁ ଆସୁଥିବା ପର୍ଯ୍ୟଟକ/ଶ୍ରଦ୍ଧାଳୁ, ସେବାୟତ ଏବଂ ମନ୍ଦିର କର୍ମଚାରୀଙ୍କୁ ତତ୍କାଳ ପ୍ରାଥମିକ ଚିକିତ୍ସା ହଗାଇଦେବା ସକାଶେ ଶ୍ରୀମନ୍ଦିର ନିକଟରେ ଏକ  ଫାଷ୍ଟ ଏଡ଼ ସେଣ୍ଟର କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର | ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି  ଫାଷ୍ଟ ଏଡ଼ ସେଣ୍ଟର ଶ୍ରୀମନ୍ଦିର ନିକଟରେ ଏକ ଶୀତତାପ ନିୟନ୍ତ୍ରିତ ଇଣ୍ଟରମୋଡାଲ କଣ୍ଟେନରରେ  କାର୍ଯ୍ୟକ୍ଷମ ହେବ | ପ୍ରଥମ ସହାୟତା କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । 

ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା / ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏହି ପ୍ରାଥମିକ  ସହାୟତା କେନ୍ଦ୍ର ଉପଯୁକ୍ତ ତଥା ପର୍ଯ୍ୟାପ୍ତ ଡାକ୍ତରୀ କର୍ମଚାରୀଙ୍କ  ଦ୍ୱାରା ପରିଚାଳିତ ହେବ ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହାୟତାରେ ଏଠାରେ ପର୍ଯ୍ୟାପ୍ତ ପରିମାଣର ଉନ୍ନତ ପ୍ରାଥମିକ ଚିକିତ୍ସା ସାମଗ୍ରୀ ମହଜୁଦ ରହିବ |   ପର୍ଯ୍ୟାପ୍ତ ଚିକିତ୍ସା ସାମଗ୍ରୀ ଯୋଗାଇ ଦିଆଯିବ | ପ୍ରାଥମିକ ସହାୟତା କେନ୍ଦ୍ରର ସୁପରିଚାଳନା ପାଇଁ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ନୋଡାଲ ଅଫିସର ନିଯୁକ୍ତ କରାଯିବ |

14 ଏପ୍ରିଲରେ ମହାବିଷୁବ ସଂକ୍ରାନ୍ତି ଅବସରରେ ଏହି ପ୍ରାଥମିକ ସହାୟତା କେନ୍ଦ୍ରର ଉଦଘାଟନ କରାଯିବ ବୋଲି ଶ୍ରୀମନ୍ଦିରେ ମୁଖ୍ୟ ପ୍ରଶାସକ ଡକ୍ଟର କୁମାର କହିଛନ୍ତି।

0
0
0
s2sdefault