ଦୈନିକ ହାଟ ବନ୍ଦ ପ୍ରତିବାଦରେ ଝାରସୁଗୁଡ଼ାରେ ପରିବା ଦୋକାନୀଙ୍କ ପ୍ରତିବାଦ। ରାସ୍ତାରେ ଢାଳିଲେ ପରିବା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -କୋରୋନା ମହାମାରୀର ଦ୍ବିତୀୟ ଲହରୀକୁ ଦୃଷ୍ଟିରେ ରଖି ଦୈନିକ ହାଟ ବନ୍ଦ କରିବାକୁ  ଜିଲ୍ଲା ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପରିବା ବ୍ୟବସାୟୀ। ଆଜି ଏହାର ପ୍ରତିବାଦ କରିବାକୁ ଯାଇ ରାସ୍ତାର ପରିବା ଢାଳିଛନ୍ତି ସେମାନେ। 

ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନରୁ ଝାରସୁଗୁଡ଼ାରେ ଥିବା ସାପ୍ତାହିକ ହାଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଜିଲ୍ଲା ପ୍ରଶାସନ। ଏହା ଯୋଗୁଁ ଏହି ହାଟ ଉପରେ ନିର୍ଭର କରୁଥିବା ହଜାର ହଜାର ଚାଷୀ ଓ ବ୍ୟବସାୟୀ କ୍ଷତିଗ୍ରସ୍ତ ହେଉଛନ୍ତି। ଯଦିବା ପ୍ରଶାସନ ତରଫରୁ ଭିଡ଼ କମାଇବା ପାଇଁ ବିଭିନ୍ନ ସ୍ଥାନରେ ପରିବା ବିକ୍ରି କରିବା ନିମନ୍ତେ ଅନୁମତି ଦିଆଯାଇଥିଲା ମାତ୍ର ଆନ୍ଦୋଳନକାରୀଙ୍କ କହିବା ଅନୁସାରେ ସେମାନେ କେଉଁ ସ୍ଥାନରେ ପରିବା ବିକ୍ରି କରିବେ, ସେ ବିଷୟରେ ପ୍ରଶାସନ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହିଁ। ଆଜି ମଙ୍ଗଳବାର ଦିନରେ ସାପ୍ତାହିକ ହାଟ ପାଇଁ ବିଭିନ୍ନ ସ୍ଥାନରୁ ଚାଷୀ ପରିବା ବ୍ୟବସାୟୀ ବଜାରକୁ ଆସିଥିଲେ,ମାତ୍ର ପୋଲିସ ତରଫରୁ ସେମାନଙ୍କୁ ସେଠାରେ ବିକ୍ରି କରିବାକୁ ମନା କରାଯାଇଥିଲା। ଫଳରେ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିବାଦସ୍ବରୂପ, ରାସ୍ତାରେ ପରିବା ଢାଳି ଦେଇ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ। ଶେଷରେ ପୌରପାଳିକା ନିର୍ବାହୀ ଅଧିକାରୀ ଓ ପୋଲିସ ପ୍ରଶାସନ ସେମାନଙ୍କୁ ସେଠାରେ ପରିବା ବିକ୍ରି କରିବା ପାଇଁ ଅନୁମତି ଦେଇଥିଲେ। ସଂଧ୍ୟାରେ ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ତରଫରୁ ଏକ ବୈଠକ ମଧ୍ୟ ଡକାଯାଇଥିଲା। ବୈଠକରେ ଉପ ଜିଲ୍ଲାପାଳ ସକାଳ ୫ଟାରୁ ୮ଟା ଯାଏଁ କେବଳ ହୋଲସେଲର ମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦେଇଥିବା ଓ ଖୁଚୁରା ବେପାରୀଙ୍କୁ ବାରଣ କରିଥିବା ଜଣାପଡ଼ିଛି।

0
0
0
s2sdefault