ଝାରସୁଗୁଡ଼ା ବିମାନବନ୍ଦରରୁ ପାଟନା ଓ ଗୌହାଟୀକୁ  ଉଡ଼ିବ ବିମାନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବିମାନବନ୍ଦରରୁ ଆସନ୍ତା ମେ ୧ ତାରିଖରୁ ପାଟନା ଓ ଗୌହାଟୀ ଅଭିମୁଖେ ବିମାନ ସେବା ଆରମ୍ଭ ହେବ। ଏ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦ୍ଦେଶକ ଶ୍ରୀ କିଶୋର ଚନ୍ଦ୍ର ସେନାପତି। ଘରୋଇ ବିମାନ ସଂସ୍ଥା ସ୍ପାଇସଜେଟ ତରଫରୁ ଏହି ବିମାନ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ବିମାନର ସିଟ ଧାରଣ କ୍ଷମତା ୭୮ ଓ ପ୍ରତ୍ୟେକ ଦିନ ଚାଲିବ ବୋଲି ଶ୍ରୀ ସେନାପତି ସୂଚନା ଦେଇଛନ୍ତି। ପ୍ରତ୍ୟହ ଅପରାହ୍ନ ୪ଟା ୨୦ ରେ ବିମାନ ପହଞ୍ଚି ୪ଟା ୫୦ ରେ ଝାରସୁଗୁଡ଼ା ବିମାନବନ୍ଦର ଛାଡ଼ି ପ୍ରଥମେ ପାଟନା ଓ ପରେ ଗୌହାଟୀ ଅଭିମୁଖେ ଯିବ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଝାରସୁଗୁଡ଼ାରୁ ଦେଶର ପ୍ରାୟ ପ୍ରମୁଖ ସହରକୁ ବିମାନ ଉଡ଼ାଣ ସେବା ଉପଲବ୍ଧ ହୋଇପାରୁଛି।

0
0
0
s2sdefault