ହେଡଲାଇନସ୍:

ହାବିଲଦାର ଓ କନେଷ୍ଟବଳ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି ମୟୂରଭଞ୍ଜ ଜିଲ୍ଲା  ହାବିଲଦାର ଓ କନେଷ୍ଟବଳ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ନେଇଛନ୍ତି । ଏହି ଅବସରରେ ଆୟୋଜିତ ଶପଥ ଗ୍ରହଣ ସମାରୋହ ଓ ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପାରମାର୍ ମୁଖ୍ୟ ଅତିଥି , ସମ୍ମାନୀତ ଅତିଥି ଭାବେ ବାରିପଦା ସଦର ଏସଡ଼ିପିଓ କେ କେ ହରିପ୍ରସାଦ , ଓବଜରଭର ଭାବେ ଡ଼ିଏସପି ପ୍ରଭାସ ଚନ୍ଦ୍ର ପାଲ ଏବଂ ଅତିଥି ଭାବେ ରିଜର୍ଭ ଇନ୍ସପେକ୍ଟର କୁଳମଣି ଗିରି ପ୍ରମୁଖ ଯୋଗ ଦେଇ ସଂଘର ନବ ନିର୍ବାଚିତ ସଭାପତି ପ୍ରମୋଦ କୁମାର ଦାସ, ଉପସଭାପତି ବିଜୟ କୁମାର ଲେଙ୍କା, ସମ୍ପାଦକ ବିକାଶ କୁମାର ବାରିକ, ସହସମ୍ପାଦକ-୧ ଭାବେ ଦ୍ୱିତୀୟ ଥର ନିର୍ବାଚିତ ହୋଇଥିବା ବିପିନ ଚନ୍ଦ୍ର ନାଏକ ଓ ସହସମ୍ପାଦକ-୨ ନୀଲମ ମୁର୍ମୁ, ଦ୍ୱିତୀୟ ଥର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ରାମକୃଷ୍ଣ ଦାସ ପ୍ରମୁଖଙ୍କ ସମେତ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହିଲି ମଣି ମହାନ୍ତ, ଆଶିଷ କୁମାର ଦେ, ଗିରିଶ ଚନ୍ଦ୍ର ସେଠୀ, କିରଣ କୁମାର ସାଥୁଆ ଓ ଦୀପକ କୁମାର ମୁଣ୍ଡାଙ୍କ ଶପଥ ଗ୍ରହଣ କରାଇଥିଲେ । ଏହାପରେ ଅନୁଷ୍ଠିତ  ସାଧାରଣ ଅଧିବେଶନରେ ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିମାନଙ୍କରେ କାର୍ଯ୍ୟରତ ହାବିଲଦାର ଓ କନେଷ୍ଟବଳମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ସମସ୍ୟାଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ସଭାପତି ଶ୍ରୀଦାସ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଇବା ସଂଗେସଂଗେ ସମାଧାନ ନିମନ୍ତେ ଅନୁରୋଧ କରିଥିଲେ । ଏହାପରେ ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡିଗୁଡ଼ିକରେ ରହିବା ପାଇଁ ଗୃହ ଓ ପାଣି ସମସ୍ୟା, ପୁଲିସ କର୍ମଚାରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ଜିଲ୍ଲାର ସୀମାନ୍ତରେ ପୁଲିସ କର୍ମଚାରୀମାନଙ୍କ ଡ଼ିଏଟି କରିବା ନିମନ୍ତେ ପୁଲିସ ପୋଷ୍ଟର ବ୍ୟବସ୍ଥା ଏବଂ ପୁଲିସ ହସପିଟାଲରେ ଜଣେ ଦକ୍ଷ ମେଡ଼ିସିନ େସ୍ପେଶାଲିଷ୍ଟ ନିଯୁକ୍ତି ଆଦି ପ୍ରସ୍ତାବମାନ ଆଗତ ହୋଇ ସର୍ବସମ୍ମତି କ୍ରମେ ଅଧିବେଶନରେ ପାରିତ ହୋଇଥିଲା । 

 

0
0
0
s2sdefault