ବିଶିଷ୍ଟ  ପାଲା ଗାୟକ  ହାରାଚାନ୍ଦ ନାଥଙ୍କ ପରଲୋକ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ଓଡିଶାର ଜଣାଶୁଣା ପାଲା ଗାୟକ ହାରାଚାନ୍ଦ ନାଥ  ଙ୍କ ସୋମବାର ପରଲୋକ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ପରାମାଣପୁର ନିବାସୀ  ବିଶିଷ୍ଠ ପାଲା ଗାୟକ ହାରାଚାନ୍ଦ ନାଥ ଙ୍କୁ ପରଲୋକ ସମୟରେ  ୯୩  ବର୍ଷ ବୟସ ହେଉଥିଲା ।  ପରମାଣପୁର ସ୍ଥିତ ନିଜ ବାସଭବନରେ ତାଙ୍କର ଦୁଇ ପୁତ୍ର  ସୁରେଶ  ଓ ସୁରଜ   ତଥା ଝିଅ ତପସ୍ୱିନୀ ତାଙ୍କର ମୃତ୍ୟୁ ବେଳକୁ ଉପସ୍ଥିତ ଥିଲେ l

ସ୍ବର୍ଗତ ହାରାଚାନ୍ଦ ନାଥ ରାଜା ରାଜୁଡା ଅମଳରୁ ପାଲାକୁ ନିଶା ତଥା ବୃତ୍ତି ଭାବରେ ଗ୍ରହଣ କରି ଓଡିଶା ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ବିଷୟରେ ପାଲା ପରିବେଷଣ କରି ସମ୍ମାନିତ ତଥା ପୁରସ୍କୃତ ହୋଇଥିଲେ l ଗତ ୨୦୨୦ ସମ୍ବଲପୁର ଲୋକ ମହୋତ୍ସବ ରେ ମଧ୍ୟ  ସ୍ବର୍ଗତ ହାରାଚାନ୍ଦ ନାଥ ଙ୍କୁ ଲୋକକଳା ର ପ୍ରଚାର ପ୍ରସାର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l ସ୍ବର୍ଗତ   ହାରାଚାନ୍ଦ ନାଥ  ଆକାଶବାଣୀ ଏବଂ  ଦୂରଦର୍ଶନ ରେ ମଧ୍ୟ ପାଲା ପରିବେଷଣ କରିଥିଲେ l ଏଥିସହ ବିଭିନ୍ନ ସରକାରୀ ସ୍ତରୀୟ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଦୀର୍ଘ ବର୍ଷ ଧରି ପାଲା ଗାୟନ କରିଆସିଥିଲେ l ବିଶିଷ୍ଠ ପାଲା ଗାୟକ ସ୍ବର୍ଗତ ହାରାଚାନ୍ଦ ନାଥ ଙ୍କର ବିୟୋଗ ରେ  ସମ୍ବଲପୁର କଳାପ୍ରେମୀ ମହଲ ରେ  ତଥା ପରମାଣପୁର ଅଞ୍ଚଳ ରେ ଶୋକ ର ଲହରୀ  ଖେଳି ଯାଇଛି l

0
0
0
s2sdefault