ହେଡଲାଇନସ୍:

ଜଳୁଛି ଗନ୍ଧମାର୍ଦ୍ଦନ , ନିଘୋଡ଼ ନିଦରେ ବିଭାଗୀୟ ଅଧିକାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ହେଲା ନିଆଁ ଲାଗିଛି । ମିଳିଥିବା ସୂଚନା ଅନୁସାରେ ବିଶ୍ୱପ୍ରସିଦ୍ଧ  ଗନ୍ଧମାର୍ଦ୍ଦନ ପର୍ବତରେ ଗତ ପ୍ରାୟ ଦଶ ରୁ ପନ୍ଦର ଦିନ ହେବ ପର୍ବତର ବିଭିନ୍ନ ସ୍ଥାନରେ  ନିଆଁ ଲାଗିଥିବା ଦେଖଗିବାକୁ ମିଳୁଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲାପରେ ପାଇକମାଲ ତଥା ଆଖପାଖ ଗ୍ରାମରୁ ଜଙ୍ଗଲ ଜଳୁଥିବା ଦୃଶ ଅଂଚଳ ବାସୀ ଙ୍କୁ ମର୍ମାହତ କରିବା ସହିତ ଏହି ଅଂଚଳରେ କାର୍ଯରତ ଅଧିକାରୀ ଓ କର୍ମଚାରୀ ମାନଙ୍କର କାର୍ୟ୍ଯ ଦକ୍ଷତା ଉପରେ ପ୍ରଶ୍ନ ବାଛି ସୃଷ୍ଟି କରୁଛି । ଏହିଭଳି ଘଟଣା ପ୍ରତ୍ୟେକ ବର୍ଷ  ଖରାଦିନ ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବରେ ଜଙ୍ଗଲ ଜଳୁଥିବା ଦୃଶ ଲୋକଙ୍କୁ ଦେଖାଯାଏ ହେଲେ ଏହି ଦୃଶ୍ୟ ଦେଖିବା ପରେ ମଧ୍ୟ ଭିବାଗୀୟ ଅଧିକାର ମାନେ କୋଣସି କାର୍ଯନୁଷ୍ଠାନ ଗ୍ରହଣ ନ କରିବା ବାସ୍ତବ ପରିତାପ ର ବିଷୟ । ଯଦି କୋଣସି ସ୍ଥାନରୁ ଜଙ୍ଗଲ ବିଭାଗ ର ଅଧିକାରୀ ମାନଙ୍କୁ ନିଆଁ ବାବଦରେ ସୂଚନା ପ୍ରଦାନ କରାଯାଏ ତେବେ ସେଠାକୁ ପହଂଛି ତଳ ଅଂଚଳର ନିଆଁ ଲିଭାଇ ନିଜର ଔପଚାରିକତା ସାରିଦିଅନ୍ତି ବିଭାଗୀୟ କର୍ମଚାରୀ ମାନେ । ଜଙ୍ଗଲରେ ଲାଗିଥିବା ନିଆଁ କାରଣରୁ ପ୍ରତ୍ୟେକ ଦିନ  ଶହ ଶହ ମୂଲ୍ୟବାନ ଗଛ ପୋଡି ଯାଉଥିବା ବେଳେ ବନୌଷଧି ପାଇଁ ପ୍ରସିଦ୍ଧ ଏହି ପର୍ବତର ଅନେକ ଔଷଧୀୟ ଲତା , ଗୁଳ୍ମ ଆଦି ନଷ୍ଟ ହୋଇ ଯାଉଛି । ଏହା ସହିତ ଏହି ଭୟଙ୍କର ନିଆଁ କାରଣରୁ ବନ୍ୟ ଜୀବଜନ୍ତୁ ଙ୍କର ଜୀବନ ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ରହିଛି । ତେଣୁ ଗନ୍ଧମାର୍ଦ୍ଦନ ପର୍ବତରେ ଲାଗିଥିବା ନିଆଁ କୁ ସମ୍ପୁର୍ଣ୍ଣ ଭାବରେ ଲିଭାଇବାର ପ୍ରୟାସ ବିଭାଗ ତରଫରୁ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।

0
0
0
s2sdefault