ହେଡଲାଇନସ୍:

ମଣିଷ ଜୀବନ ଠାରୁ ମୂଲ୍ୟବାନ ଘୁଷୁରୀ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ର ପାଇକମାଲ ରୁ ପଦ୍ମପୁର ରାସ୍ତା ର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ରାସ୍ତା କୁ ଲାଗି କିଛି ଲୋକ ଘୁଷୁରୀ ପାଳନ କରିଛନ୍ତି । ଏକ୍ସପ୍ରେସ ୱେ ହୋଇଥିବା କାରଣରୁ ଏହି ରାସ୍ତା ସବୁବେଳେ ବ୍ୟସ୍ତ ଥାଏ । ଏହି ସ୍ଥାନରେ ଘୁଷୁରୀ ପାଳନ ହେଉଥିବା କାରଣରୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ଲକ୍ଷ୍ୟ କରାଯାଉଛି । 

  ଆଜି ସକାଳେ ଜଣେ ମୋଟର ସାଇକେଲ ଅରୋହି ଏହି ରାସ୍ତା ଦେଇ ଯାଉଥିବା ସମୟରେ ହଟାତ ଏକ ଘୁଷୁରୀ ଛୁଆ ଦୌଡ଼ି ଆସି ମୋଟର ସାଇକେଲ ରେ ପିଟି ହେବା ଦ୍ୱାରା ଏକ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଘୁଷୁରୀ ମରି ଯାଇଥିବା ବେଳେ ମୋଟର ସାଇକଲ ଅରୋହି ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ଘୁଷୁରୀ ମରିଯିବା କାରଣରୁ ଘୁଷୁରୀ ମାଲିକ ଓ ତାଙ୍କର ସାହିର ଲୋକ ମୋଟର ସାଇକଲ ଅରୋହିକୁ ଘେରି ତାର ଗାଡିର ଚାବି ଛଡାଇ ନେବା ସହିତ ଗାଡି ରଖି ଦୁଇ ହଜାର ଟଙ୍କା ଦାବି କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଘୁଷୁରୀ ପାଳନ କରୁଥିବା ଲୋକ ମାନେ ଘୁଷୁରୀକୁ ରାଜ୍ ରାସ୍ତା ଉପରେ ଖାଦ୍ୟ ଦେଉଛନ୍ତି ଯାହା ଫଳରେ କି ଏହି ରାସ୍ତା ଦେଇ ଲୋକ ଗାଡି ଚଳେଇ ଯିବା ସୁରକ୍ଷିତ ମଣୁ ନାହାନ୍ତି । ଦୁର୍ଘଟଣା ର ଖବର ପାଇବା ପରେ ପାଇକମାଲ ଥାନାର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କର କହିବା ମୁତାବକ ଘୁଷୁରୀ କାରଣରୁ ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ଘୁଷୁରୀ ପାଳନ କରୁଥିବା ଲୋକମାନେ ଲୋକଙ୍କ ସହିତ ଅତି କଦର୍ଯ୍ୟ ବ୍ୟବହାର କରିଥାନ୍ତି । ଏହି ସ୍ଥାନରେ ଘୁଷୁରୀ ପାଳନକୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରାନଗଲେ ଭବିଷ୍ୟତ ରେ ନିଶ୍ଚିତ ଭାବରେ ବଡ଼ ଧରଣର ଦୁର୍ଘଟଣା ଘଟିବା ସହିତ ଲୋକଙ୍କ ଜୀବନ ହାନି ମଧ୍ୟ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହି ରାସ୍ତା କଡ଼ରୁ ଘୁଷୁରୀ ପାଳନ କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି ।

0
0
0
s2sdefault