ହେଡଲାଇନସ୍:

ସମ୍ମମ୍ ମଥାରେ ଆଉ ଏକ ଶିରିପା : ଏନଏବିଏଚ ସ୍ୱୀକୃତି ଲାଭ କଲା ସମ୍ ଅଲ୍ଟିମେଟ୍ ମେଡିକେୟାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉକ୍ରୃଷ୍ଟ ମାନ୍ୟତାର ପ୍ରତୀକ ନ୍ୟାସନାଲ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍ଥ କେୟାର ପ୍ରୋଭାଇଡର୍ସ ( ଏନଏବିଏଚ) ସାର୍ଟିଫିକେଟ୍ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି ଦ ୱାନ୍ ଷ୍ଟପ୍, ନେକ୍ସ ଜେନେରେସନ୍ ମଲ୍ଟିସ୍ପେଶିଆଲ୍ଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍) ।

ଏନ୍ଏବିଏଚ୍ ହେଉଛି କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆର କ୍ଷମତାପ୍ରାପ୍ତ ବୋର୍ଡ ଯାହାକି ଭାରତର ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରିଥାଏ । ଏନ୍ଏବିଏଚ୍ ୫ମ ସଂସ୍କରଣରେ ସ୍ୱୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍ । ଏହାର ସଦ୍ୟତମ ସଂସ୍କରଣ ଗତ ଏପି୍ରଲ୍ ୨୦୨୦ରେ ପ୍ରକାଶ ପାଇଥିଲା । ଏହାର ୫ମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ଆହୁରି ସମୟ ଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ୱୀକୃତି ହାସଲ କରିପାରିଛି ବୋଲି ସୂଚନା ଦେଇଛନ୍ତି ହସ୍ପିଟାଲ୍ର ଚିଫ୍ ଏକ୍ଜିକୁ୍ୟଟିଭ୍ ଅଫିସର ଡଃ ଶ୍ୱେତପଦ୍ମା ଦାଶ । କୁ୍ୟସିଆଇ ଓ ଏନ୍ଏବିଏଚ୍ ହସ୍ପିଟାଲ୍ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଅନୁଷ୍ଠାନ ଗୁଡ଼ିକ ନିମନ୍ତେ ପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ମାପଦଣ୍ଡ ପ୍ରସ୍ତୁତ କରିଥିବା ବେଳେ ଏନ୍ଏବିଏଚ୍ ମାନ୍ୟତା ନିମନ୍ତେ ୬୫୦ରୁ ଅଧିକ ନିୟମାବଳୀ ନିର୍ଦ୍ଧାରଣ କରିଛନ୍ତି ।

କୋଭିଡ କଟକଣା ଏବଂ ଅନ୍ୟାନ୍ୟ ସୀମାବଦ୍ଧତା ମଧ୍ୟରେ ଏନ୍ଏବିଏଚ୍ର ଏହି ମାପଦଣ୍ଡକୁ ପୂରଣ କରିବା ସମ୍ମମ ପାଇଁ ଏକ ବଡ ଆହ୍ୱାନ ଥିଲା  । ତେବେ ଖୁବ୍ କମ୍ ସମୟ ମଧ୍ୟରେ ଆମେ ଏହା କରି ଦେଖାଇପାରିଛୁ ବୋଲି ଡଃ ଦାଶ କହିଛନ୍ତି । ହସ୍ପିଟାଲ୍ର କନ୍ସଲ୍ଟାଂଟ, ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କର ଇଚ୍ଛାଶକ୍ତି ଓ ଦୃଢ଼ ମନୋଭାବ ତଥା ହସ୍ପିଟାଲ୍ ଆରମ୍ଭ ହେବା ଦିନଠାରୁ ଉନ୍ନତମାନର ବ୍ୟବସ୍ଥା ପ୍ରଦାନ ଏବଂ ନିୟମ ପାଳନ କରାଯାଉଥିବାରୁ ସୀମିତ ସମୟ ସୀମା ମଧ୍ୟରେ ଏହା ସମ୍ଭବ ହୋଇପାରିଲା । ଏହି ସମ୍ମାନଜନକ ଏନ୍ଏବିଏଚ୍ ସ୍ୱିକୃତି ପ୍ରଦାନ ଦ୍ୱାରା ସମ୍ମମ୍ ଦେଶର ବହୁ ପ୍ରତିଷ୍ଠିତ ହସ୍ପିଟାଲ୍ ମଧ୍ୟରେ ନିଜକୁ ସାମିଲ କରିପାରିଛି । ଉତମ ଓ ସୁରକ୍ଷିତ ରୋଗୀ ସେବା ଓ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଆମେ ବଦ୍ଧପରିକର ବୋଲି ଡଃ ଦାଶ କହିଛନ୍ତି ।

ଏହି ସାର୍ଟିଫିକେଟ୍ ଆମ ଯାତ୍ରାର ଏକ ମାଇଲଖୁଣ୍ଟ ଭାବେ ଉଭା ହୋଇଛି ଏବଂ ଆମ ରୋଗୀମାନଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଦିଗରେ ଆମେ ଯେ ଉପଯୁକ୍ତ କାର୍ଯ୍ୟ କରୁଛୁ ତାହା ପ୍ରମାଣିତ ହୋଇଛି । ଲୋକମାନଙ୍କ ଦ୍ୱାରା ହିଁ ବ୍ରାଣ୍ଡ ପ୍ରସ୍ତୁତ ହୋଇଥାଏ ଏବଂ ଆମେ ସେହି ଲୋକମାନଙ୍କୁ ନେଇ ଗର୍ବିତ ଯେଉଁମାନଙ୍କ ଦ୍ୱାରା ସମ୍ମମ୍ ଗଢ଼ିଉଠିଛି ବୋଲି ସେ କହିଛନ୍ତି । ସମ୍ ଅଲ୍ଟିମେଟ ମେଡିକେୟାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଅନ୍ୟ ଏକ ଉଦ୍ୟମ । ଏହା ଉନ୍ନତମାନର ରୋଗୀସେବା ସହ କ୍ଲିନିକାଲ୍ ଶିକ୍ଷା ଦାନ ଓ ଗବେଷଣାର ସୁଯୋଗ ସୃଷ୍ଟି କରିପାରିଛି । ସୋଆ ଓଡ଼ିଶାର ଶ୍ରେଷ୍ଠ ଡିମ୍ଡ ଟୁ ବି ୟୁନିଭର୍ସିଟି ଭାବେ ମଧ୍ୟ ପରିଗଣିତ ଅଟେ ।

0
0
0
s2sdefault