ହେଡଲାଇନସ୍:

ଜିଲ୍ଲାପାଳଙ୍କ ଚନ୍ଦ୍ରପୁର ବ୍ଲକ ଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ସରୋଜ କୁମାର ସାହୁ :--ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଚନ୍ଦ୍ରପୁର  ବ୍ଲକକୁ ଆଜି ପ୍ରଥମେ  ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି l ବିଜେପୁର  ଗ୍ରାମ ପଂଚାୟତର ଖିଲୁଣ୍ଡି, ବଡ ପଂକlଳ, ସlନପଂକlଳ  ଗସ୍ତ କରି ଗ୍ରାମବାସୀଙ୍କ ସହ   ଶିଶୁ ମାନଙ୍କ ପାଠପଢା, ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯକ୍ରମ, ସ୍ୱାସ୍ଥ୍ୟଗତ ସମସ୍ୟା,  ଶିଶୁ ବିକାଶ ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ  ଓ ଗ୍ରାମର ବିଭନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l  ଏହା ପରେ ବ୍ଲକରେ   ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପଂଚାୟତ ଅଧିନସ୍ତ  ବିଭନ୍ନ ଯୋଜନାରେ  କାର୍ଯ୍ୟକୁ ଆନୁଧ୍ୟାନ କରିଥିଲେ l ଏଥିସହିତ ଗ୍ରାମୀଣ ଆୱାସ ଗୃହରେ ସଠିକ କାର୍ଯ୍ୟକାରିତା ଉପରେ  ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବାସହ   କାର୍ଯ୍ୟ ଗୁଡିକର ଅଗ୍ରଗତି ସମ୍ବନ୍ଧରେ  ଅନୁଧ୍ୟାନ କରିଥିଲେ l ବିଜେପୁର ଗ୍ରାମବାସୀ  ଜିଲାପାଳଙ୍କୁ ପାନୀୟଜଳ ସମସ୍ୟାକୁ ତୁରନ୍ତ ଦୁରକରିବାକୁ ଆନୁରୋଧ କାଇଥିଲେ l ସେହିପରି   ବିଦ୍ୟୁତ  ସମସ୍ୟାର   ସବୁଦିନ  ସ୍ଥାୟୀ ସମାଧାନ କରିବାକୁ ପାଇଁ କରିବାକୁ ଆନୁରୋଧ କରିଥିଲେ l ଜିଲ୍ଲାପାଳ ଦୁର୍ଗମ ଅଂଚଳ ଗସ୍ତ କରି ଚାଲିଚାଲି ଉନ୍ନୟନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ l

 ଚନ୍ଦ୍ରପୁର ବାସୀ  ଜିଲ୍ଲାପାଳଙ୍କୁ ଅତି  ନିକଟରେ ପାଇଁ ବହୁତ ଖୁସି ବ୍ୟକ୍ତ କରିବାସହ ଜିଲ୍ଲାପାଳଙ୍କ ନିକଟରେ  କେତେlଟି ଦାବି ଉପସ୍ଥାପନା କରିଥିଲେ l ସେଥି  ମଧ୍ୟରୁ  ଚନ୍ଦ୍ରପୁର ଠାରେ ମୋବାଇଲ ତାୱାବାର ସ୍ଥାପନକାଇବା ଯାହାଫଳରେ   ଦୁର୍ଗମ ଅଂଚଳ ବାସୀ  ବିଶେଷ ଉପକୃତ ହେବେ l ସେହିପରି ଚନ୍ଦ୍ରପୁରରେ ଏକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ  ATM ସ୍ଥାପିତ ହେଲେ ଜନସାଧାରଣ  ବିଶେଷ  ଭାବରେ   ଉପକୃତ ହେବେ l ଏହାସହିତ ବ୍ଲକର ଗମନlଗମାନ ସୁବିଧା ଗ୍ରାମୀୟ ରାସ୍ତାଘାଟକୁ ବିଶେଷ  ଦୃଷ୍ଟି ଦେବାକୁ  ଜିଲାପାଳଙ୍କୁ  ଦାବି ଜଣାଇଥିଲେ l  ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ମାଛ ଚାଷକୁ ଜିଲ୍ଲାପାଳ ଅନ୍ୟଧ୍ୟାନ କରିଥିଲେ l ଏହି ଆଲୋଚନା ବେଳେ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ତାଲିମ ନେଇ ନେବାକୁ ପରାମର୍ଶ ଦେଇଥିଲେ l 

      ଜିଲ୍ଲାପାଳ ସହିତ  ଭାରପ୍ରାତଃ ପ୍ରକଳ୍ପ ନିର୍ଦ୍ଧେଶକ  ଜିଲ୍ଲା ଗ୍ରାମୀୟ ଉନୟନ ସଂସ୍ଥା ଶ୍ରୀ ଭୀମସେନ ଶବର, ଭିଡିଓ ଜର୍ଜ ଡୁଙ୍ଗୁଡୁଙ୍ଗ ସହିତ ଅନ୍ୟନ୍ୟ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିଲେ l

0
0
0
s2sdefault