ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : " ନିଫା " ଏକ ସର୍ବ ଭାରତୀୟ ସେବା ସଂସ୍ଥା । ଏହାର ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ସହୀଦ୍ ଦିବସ ଉପଲକ୍ଷେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ସେହିଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ଏହି ଶିବିରର ଆୟୋଜନ କରାଯାଇଅଛି।
ସେହି କ୍ରମରେ ସାରା ଦେଶରେ ୧୫୦୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଉଛି ଏବଂ ଏହା ଗିନିଜ୍ ୱାରଲ୍ଡ ବୁକ୍ ରେ ସ୍ଥାନ ପାଇବ।
ଏହି ସବୁ କେନ୍ଦ୍ରରେ ମୋଟ ୯୦୦୦୦ ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଛି।
ତେଣୁ ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସମସ୍ତ ଯୁବକ ଯୁବତୀ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରି ଏହି ଏହି ଶିବିରକୁ ସଫଳ କରିବା ପାଇଁ "ନିଫା" ଗଜପତି ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ନିବେଦନ କରିଛନ୍ତି।
ଯେଉଁ ମାନେ ରକ୍ତଦାନ କରିବାକୁ ଚାହୁଁଛନ୍ତି ସେମାନେ ଏହି whatsapp no- ଆଦର୍ଶ ଦାସ ( ADARSH DAS ) -88950 98980 , ଏବଂ ସ୍ନିଗ୍ଧା ମିଶ୍ର ( SNIGDHA MISHRA)-94375 13155 ନମ୍ବରରେ ଯୋଗାଯୋଗ କରି ନିଜର ନାମ ପଞ୍ଜିକରଣ କରିବା ପାଇଁ "ନିଫା" ଗଜପତି ପକ୍ଷରୁ ଅନୁରୋଧ କରାଯାଇଛି।