ଭୁବନେଶ୍ୱର: ଯାଜପୁରସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଥର୍ମାଲ କଟିଂ ଏବଂ ଓ୍ୱଲ୍ଡିଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବା ପ୍ରାୟ ୫.୨୫ କୋଟି ଟଙ୍କା ବ୍ୟୟରେ ଏହି ଉତ୍କର୍ଷ କେନ୍ଦ୍ର ୬ ମାସ ମଧ୍ୟରେ କାର୍ଯ୍ୟକାରୀ ହେବା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ପ୍ରା. ଲିଃ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛିା ଆଜି ଏହି ଚୁକ୍ତିନାମାରେ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି. ଓ ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ପ୍ରା. ଲିଃର ନିର୍ଦ୍ଦେଶକ (ସେଲସ୍ ଓ ମାର୍କେଟିଂ) ଶ୍ରୀ ଉଦୟ ମୁଖାର୍ଜୀ ସ୍ୱାକ୍ଷର କରିଛନ୍ତିା ଯାଜପୁରର ଏହି ଉତ୍କର୍ଷ କେନ୍ଦ୍ର ନିମନ୍ତେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପକ୍ଷରୁ ବେରୋଜଗାର ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ରହିଥିବା ପାଣ୍ଠି ବିନିଯୋଗ କରାଯିବା ଯାଜପୁର ଶିଳ୍ପ କ୍ଲଷ୍ଟରରେ ଥିବା ସମସ୍ତ ଆବଶ୍ୟକତାକୁ ଉପରୋକ୍ତ ଉତ୍କର୍ଷ କେନ୍ଦ୍ର ପୂରଣ କରିବ ଏବଂ ଥର୍ମାଲ କଟିଂ ତଥା ଓ୍ୱଲ୍ଡିଂରେ ଉତ୍ତୀର୍ଣ୍ଣ ଆଇଟିଆଇ ବିଦ୍ୟାର୍ଥୀ ତଥା ଡିପ୍ଲୋମା ଇଂଜିନିୟରମାନଙ୍କୁ ଏହି କେନ୍ଦ୍ର ଅପ୍ସ୍କିଲ୍ କରାଇବା ବେଙ୍ଗାଲୁରୁରେ କର୍ଣ୍ଣାଟକ ସରକାରଙ୍କ ସହଯୋଗିତାରେ ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ଅନୁରୂପ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତିା ଯାଜପୁରର ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଥର୍ମାଲ କଟିଂ ଏବଂ ଓ୍ୱଲ୍ଡିଂ ବିଭାଗରେ କୌଶଳ ବ୍ୟବଧାନ ଦୂର ହେବା ସହିତ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ହେବ ଏବଂ ନିଯୁକ୍ତି ସୁଯୋଗ ମିଳିବା ମେସର କଟିଂ ସିଷ୍ଟମର ପ୍ରଶିକ୍ଷକମାନେ ଏକ ବର୍ଷ ପାଇଁ ତାଲିମ ଦେବେ ଏବଂ ଆଇଟିଆଇ ତଥା ପଲିଟେକ୍ନିକର ପ୍ରଶିକ୍ଷାର୍ଥୀମାନେ ମଧ୍ୟ ଏହି ଉତ୍କର୍ଷ କେନ୍ଦ୍ର ଦ୍ୱାରା ଉପକୃତ ହେବୋ ଏହି ପରିବେଶ ଅନୁକୂଳ ଆଧୁନିକ କର୍ମଶାଳା ବିଭିନ୍ନ ଶିଳ୍ପାନୁଷ୍ଠାନର ଅର୍ଦ୍ଧକୁଶଳୀ କର୍ମଚାରୀମାନଙ୍କୁ ଦକ୍ଷତା ବୃଦ୍ଧି ନିମନ୍ତେ ସାହାଯ୍ୟ କରିବା ପ୍ରଶିକ୍ଷକମାନଙ୍କୁ ତାଲିମ ଦେବା ପାଇଁ ଆଇଟିଆଇ ଏବଂ ପଲିଟେକ୍ନିକର ୧୦ ପ୍ରଶିକ୍ଷଣ ଅଧିକାରୀଙ୍କୁ ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ଦ୍ୱାରା ପ୍ରତିଷ୍ଠିତ ଉତ୍କର୍ଷ କେନ୍ଦ୍ର ଅଥବା ନିଜସ୍ୱ ପ୍ଲାଣ୍ଟରେ ଦିଆଯିବା ପ୍ରଶିକ୍ଷାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ସକାଶେ ବିଭିନ୍ନ ଅତ୍ୟାଧୁନିକ ଅଣବିନାଶକ ଓ ବିନାଶକ ପରୀକ୍ଷଣ ଉପକରଣ ଉପଲବ୍ଧ ହେବା ସଫଳ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା
ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ଅଜୟ ପଣ୍ଡା, ଉପନିର୍ଦ୍ଦେଶକ ଶ୍ରୀ ସୁଯୋଗ୍ୟ ମିଶ୍ର, ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ପ୍ରା. ଲିଃର ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ ଚତୁର୍ବେଦୀ ଓ ବିକ୍ରୟ ପ୍ରବନ୍ଧକ ଶ୍ରୀ ଶଙ୍ଖ ଦାସ ପ୍ରମୁଖ ଉପସ୍ଥିତ ଥିଲୋ