ବିପୁଳ ମାତ୍ରାରେ କଫ ସିରଫ ଜବତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅନ୍ତର୍ଗତ ଗ୍ରାମ ଓ ସହର ମାନଙ୍କରେ ଧୀରେ ଧୀରେ ଅବୈଧ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ସାମାନ୍ୟ କିଛି ଅର୍ଥ ଲୋଭରେ କିଛି ଖଳ ପ୍ରକୃତିର ବ୍ୟବସାୟୀ ମାନେ ମୁଖ୍ୟତଃ ଯୁବ ସମାଜକୁ ନିଶାଶକ୍ତ କରାଇ ଅର୍ଥ ରୋଜଗାର କରିବାରେ ବ୍ୟସ୍ତ । ଜିଲ୍ଲା ପୋଲିସ ତରଫରୁ ସୂଚନା ଅନୁସାରେ ବିପୁଳ ମାତ୍ରାରେ ନିଶାଦ୍ରବ୍ୟ ଜବତ ମଧ୍ୟ କରାଯାଉଛି ହେଲେ ନିଶା କାରବାର ବନ୍ଦ ହେବା ପରିବର୍ତେ ବଢ଼ିବାରେ ଲାଗିଛି । ବର୍ତମାନ ପରିସ୍ଥିତି ଏପରି ହେଲାଣି ଯେ ଗାଁ ମାନଙ୍କରେ ମଧ୍ୟ ଅତି ସହଜରେ କଫ ସିରଫ , ଟେବ୍ଲେଟ , ଓ ଇଂଜେକସନ ମିଳି ଯାଉଛି ।   ଆଜି ଜଗଦଲପୁର ଥାନା ଅଧିକାରୀ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇବା ପରେ ଝାରବନ୍ଧ ବ୍ଲକ କୁମ୍ଭୀର ଛକ ନିକଟରେ ଏକ ବାଇକ ଆରୋହିକୁ ଅଟକାଇ ତା ନିକଟରୁ ତିନିସହ କୋଡିଏ ବୋତଲ ଏସକଫ କଫ ସିରଫ ଜବତ କରିଥିଲେ । ସୂଚନା ମୁତାବକ କୁମ୍ଭୀର ଗ୍ରାମର କିଶନ ଓରଫ ଗଙ୍ଗାରାମ ବଡୁଜଳା ନାମକ ବ୍ୟକ୍ତି ଝାରବନ୍ଧ ପଟରୁ କୁମ୍ଭୀର ଯାଉଥିବା ସମୟରେ ପୂର୍ବରୁ ଛକି ବସିଥିବା ପୋଲିସ ତା ଉପରେ ଚଢ଼ାଉ କରିଥିଲେ । ଏହାପରେ ଅଭିଯୁକ୍ତ କୁ ଥାନାକୁ ନିଆଯାଇ କେଶ ନମ୍ବର 27/21 ଧାରା 274,275 ରେ ରୁଜୁ କରାଯାଇଛି । ଅଭିଯୁକ୍ତ ପାଖରୁ ଏକ ମୋଟର ସାଇକଲ ମଧ୍ୟ ଜବତ କରାଯାଇଛି । ପୋଲିସ ର ଏହି ଚଢ଼ାଉ ରେ ASI ସତ୍ୟନନ୍ଦ ଭୋଇ , ଜି ବି ସେଠି , ହାବିଲଦାର J ଦାସ , ସିପାହୀ ସୁରଥ ବୁଡେକ, ପ୍ରଶାନ୍ତ ପଡ଼ିଆମୀ , ଜି ବାରିକ ପ୍ରମୁଖ  ସାମିଲ ଥିଲେ ।

0
0
0
s2sdefault