ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ଥିବା ଦୋକାନ ଖୋଲିବା ପାଇଁ ପ୍ରସାସନର କଟକଣାକୁ ନେଇ ବିବାଦ ଥମିବାର ନା ଧରୁନାହିଁ । ଆଜି ପୁଣି ଥରେ ସମଲେଶ୍ବରୀ ମନ୍ଦିର ର ପୁଜକ ଙ୍କ ସହ ଦୋକାନୀ ମାନେ ମନ୍ଦିର ବାହାରେ ରାସ୍ତାରୋକ କରିବା ସହ ମନ୍ଦିର ଟ୍ରଷ୍ଠ ବୋଡ ସଭାପତି ଙ୍କ ପୁଷପୁତ୍ତଲିକା ପୋଡି ପ୍ରତିବାଦ କରିଥିଲେ । ଅପରପକ୍ଷରେ ଆଜିର ଆନ୍ଦୋଳନ ପରେ ମନ୍ଦିର ପରିସରରେ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛି ।
ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଙ୍କ ମନ୍ଦିର ବାହାରେ ସେବାୟତ ଙ୍କ ସହ ସ୍ଥାନୀୟ ଦୋକାନୀ ଙ୍କ ପ୍ରତିବାଦ ଓ ବିକ୍ଷୋଭ । ମନ୍ଦିର ଟ୍ରଷ୍ଠ ବୋଡ କମିଟି ସଭାପତି ଙ୍କ ପୁଷପୁତ୍ତଲିକା ପୋଡିବା ସହ ମନ୍ଦିର ପରିସରରେ ପୁଜା ସାମଗ୍ରୀ ଦୋକାନ ଖୋଲିବା ଉପରେ ଲାଗିଥିବା କଟକଣା ନିଷ୍ପତ୍ତି କୁ ପ୍ରତ୍ୟାହାର କରିବା ପାଇଁ ଦୄଢ ଦାବି କରିଛନ୍ତି । ଏନେଇ ମନ୍ଦିର ମୁଖ୍ୟ ଫାଟକ ବାହାରେ ଥିବା ରାଜରାସ୍ତାକୁ ଅବରୋଧ କରିବା ସହ ଜିଲ୍ଲା ପ୍ରସାସନ ଓ ମନ୍ଦିରଟ୍ରଷ୍ଠ ବୋଡ ବିରୋଧରେ ନାରାବାଜି କରିଛନ୍ତି । ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ ଏକ ବର୍ଷ ହେଲା କରୋନା ପାଇଁ ମନ୍ଦିର ପରିସରରେ ଥିବା ପୁଜା ସାମଗ୍ରୀ ଦୋକାନ ବନ୍ଦ ରହିବା ଯୋଗୁଁ ଦୋକାନ କରିପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ଓ ସେବାୟତ ପରିବାର ଚଲାଇବା କଷ୍ଟସାଧ୍ୟ ହୋଇପଡିଛି ।
ଅପରପକ୍ଷରେ ସମଲେଶ୍ବରୀ ମନ୍ଦିର ବାହାରେ ସେବାୟତ ଙ୍କ ସହ ପୁଜା ସାମଗ୍ରୀ ଦୋକାନୀ ଙ୍କ ଆନ୍ଦୋଳନ ପାଇଁ ମନ୍ଦିର ବାହାରେ ବହୁ ସମୟ ଧରି ଉତ୍ତେଜନା ପରିସ୍ଥିତି ସୄଷି ହୋଇଥିଲା । ଏଥିଯୋଗୁଁ ବହୁ ଘଣ୍ଟା ଧରି ରାସ୍ତା ଅବରୋଧ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ମନ୍ଦିରଟ୍ରଷ୍ଠ ବୋଡ ଓ ପ୍ରସାସନ ମନ୍ଦିର ପରିସରରେ ଥିବା ଦୋକାନ ଖୋଲିବା ପାଇଁ ଅନୁମତି ନଦେବା ଯାଏ ଆନ୍ଦୋଳନ ଯାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ତେବେ ଏହି ଆନ୍ଦୋଳନ ତଥା ଦାବି କୁ ଜିଲ୍ଲା ଓକିଲ ସଂଘ ତରଫରୁ ସମର୍ଥନ କରାଯାଇଛି । ଓକିଲ ସଂଘର ସଭାପତି କହିଛନ୍ତି ଯେ ମନ୍ଦିର ସେବାୟତ ଙ୍କ ଦାବି ନ୍ୟାୟ ସଙ୍ଗତ । ମହାମାରୀ କରୋନା କମ ହେବା ପରେ ସବୁ ମନ୍ଦିର ସହ ଦୋକାନ ବଜାର ସବୁ ଅନ୍ୟ ସ୍ଥାନରେ ଖୋଲିଛି । ତେବେ ସମ୍ବଲପୁର ଠାରେ ମଧ୍ୟ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ସହ ଦୋକାନ ମଧ୍ୟ ଖୋଲିବା ପାଇଁ ପ୍ରସାସନ ପଦକ୍ଷେପ ନେବାକୁ ଓକିଲ ସଂଘ କହିଛି । ତେବେ ଆନ୍ଦୋଳନ ପରେ ଆଜି ମନ୍ଦିର ଟ୍ରଷ୍ଠ ବୋଡ ସଭାପତି ମନ୍ଦିର ପରିସରରେ ଥିବା ଦୋକାନୀ ଙ୍କ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିବା କହିଛନ୍ତି ଟ୍ରଷ୍ଠ ବୋଡର ସଭାପତି ସଞ୍ଜୟ ବାବୁ । ସମଲେଶ୍ବରୀ ମନ୍ଦିର ଖୋଲିବା ପରେ ମନ୍ଦିର ପରିସର ରେ ଦୋକାନ ଖୋଲିବା ନେଇ ମନ୍ଦିର ଦୋକାନୀ ଓ ତ୍ରସ୍ତ ବୋଡ ମଧ୍ୟରେ ଥିବା ବିବାଦ ଆଜିର ଆନ୍ଦୋଳନ ପରେ ପରିସମାପ୍ତି ଘଟିଛି ।