ହେଡଲାଇନସ୍:

ବିମାନବନ୍ଦରରେ ଜାତୀୟ ବୀରଙ୍କ ମୂର୍ତ୍ତି ଉନ୍ମୋଚିତ , ଗତ ୪ମାସ  ମଧ୍ୟରେ ଏହା ହେଉଛି ତୃତୀୟ ମୂର୍ତ୍ତି । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପରିସରରେ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଆବକ୍ଷ ପ୍ରତିମା ଉନ୍ମୋଚିତ ହୋଇଯାଇଛି । ଗତ ୪ମାସ  ମଧ୍ୟରେ ବିମାନବନ୍ଦରରେ ଜାତୀୟ ବୀରଙ୍କ ଉନ୍ମୋଚିତ ହୋଇଥିବା ଏହା ହେଉଛି ତୃତୀୟ ମୂର୍ତ୍ତି । ରବିବାର ଅପରାହ୍ନ ୩ଟାରେ ଆୟୋଜିତ ସମାରୋହରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମୁଖ୍ୟଅତିଥି, ସାଂସଦ ସୁରେଶ ପୂଜାରୀ ଓ ବିଧାୟକ କିଶୋର ମହାନ୍ତି ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହି ମୂର୍ତ୍ତି ଉନ୍ମୋଚିତ କରିଥିଲେ । ଟିଆରଏଲ-କ୍ରୋସାକିର ଅନୁଦାନରେ ପ୍ରତିଷ୍ଠିତ ଏହି ମୂର୍ତ୍ତି ବିମାନବନ୍ଦର ଟର୍ମିନାଲ କୋଠାର ଏରାଇଭାଲ କନକନରେନ୍ସରେ ସ୍ଥାପନ କରାଯାଇଛି । ଏହାସହ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ବୀର ସୁରେନ୍ଦ୍ରଙ୍କ ବିଷୟରେ ଉଲ୍ଲେଖ ଅଛି । ଉନ୍ମୋଚନ ପରେ ଆୟୋଜିତ ସଭାରେ ଅତିଥିମାନେ କହିଥିଲେ ଯେ, ଏହି ପ୍ରତିମା ବିମାନବନ୍ଦର ଆଗନ୍ତୁକଙ୍କୁ ପଶ୍ଚିମ ଓଡ଼ିଶାର ସମୃଦ୍ଧ ଇତିହାସ ଓ ବଳିଦାନ ସଂକ୍ରାନ୍ତରେ ଅବଗତ କରିବାରେ ସକ୍ଷମ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ସମାରୋହରେ ବିମାନବନ୍ଦର ନିର୍ଦେଶକ କିଶୋର ସେନାପତି ସଭାପତିତ୍ବ କରିଥିବା ବେଳେ ଜିଲାପାଳ ସରୋଜ ସାମଲ, ଟିଆରଏଲ କ୍ରୋସାକି ଏମଡି ପ୍ରିୟବ୍ରତ ପଣ୍ଡା, ଭିପି ତାରାପଦ ଦାସ ମଞ୍ଚାସୀନ ଥିଲେ ।

0
0
0
s2sdefault