ହେଡଲାଇନସ୍:

ମଣ୍ଡୋସିଲ୍ ହାଇ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼/ପଦ୍ମପୁର/ପାଇକମାଳ,:- ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ୍ ର ସର୍ବପୁରାତନ ମଣ୍ଡେ଼ାସିଲ ହାଇ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ପ୍ରଧାନ ଶିକ୍ଷକ ଗୋକୁଲାନନ୍ଦ ଡନସନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ନିଜ ନିଜ ମତାମତ ଉପସ୍ଥାପନ କରି ଥିଲେ।ପୁରାତନ ଛାତ୍ର ନବୀନ ଡନସନା ପୂର୍ବ ବୈଠକର ବିବରଣୀ ଓ ରୂପରେଖ  ଉପରେ ଉପସ୍ଥାପନା କରିଥିଲେ।ଆସନ୍ତା ମେ ମାସ ତୃତୀୟ ସପ୍ତାହ ରେ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଜୟନ୍ତୀ ପାଳନ ଅବରସରେ ହାଇସ୍କୁଲ ରେ "ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀ ଗେଟ୍ ନିର୍ମାଣ",ସ୍ଥାୟୀ ସଭା ମଣ୍ଡପ, ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପ୍ରତି ମୃର୍ତ୍ତି ସ୍ଥାପନ,ରକ୍ତ ଦାନ ଶିବିର,ଗୁରୁଜନ ମାନଙ୍କୁ ସମ୍ବର୍ଦ୍ଧନା,ସମସ୍ତ ପୁରାତନ ଛାତ୍ର ଛାତ୍ରୀଙ୍କ ମାନଙ୍କ ରହିବା ଖାଇବା  ସୁବ୍ୟବସ୍ଥା କରାଯିବା ସହ ବରିଷ୍ଠ ଅତିଥି ମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ନିଆଯାଉଛି।ଏହା ସହ ସୁବର୍ଣ୍ଣ ଜୟନ୍ତୀ  ସ୍ମରଣିକା ମଧ୍ୟ ପ୍ରକାଶ କରିବା ପାଇଁ ସ୍ଥିର କରାଯାଇଛି।ପରିଶେଷରେ ୧୧ ଜଣିଆ ସୁବର୍ଣ୍ଣ ଜୟନ୍ତୀ ପାଳନ ପରିଚାଳନା କମିଟି ଗଠନ କରାଯାଇଛି।କମିଟି ସଭାପତି ଭାବେ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ଡନସନା ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଇଥିଲା। ସମ୍ପାଦକ ଭାବେ ମହେନ୍ଦ୍ର ଖୁଣ୍ଟିଆ,ସହ ସମ୍ପାଦକ ତପନ ବହିଦାର ଓ ବେଦରାମ ପଟେଲ,କୋଷାଧ୍ୟକ୍ଷ ନବୀନ କୁମାର ଡନସନା ଓ ରାଧେଶ୍ୟାମ ପଟେଲ,ପ୍ରକାଶ ମିଶ୍ର,ହେମନ୍ତ ପ୍ରଧାନ, ରାଧେଶ୍ୟାମ ସାହା,ଭୂପେନ୍ଦ୍ର କୁମାର ସାହୁ,ଗଜରାଜ୍ ସିଂ ପୁଟା ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯିବା ସହ ୧୯୭୧ ମସିହାରୁ ୪୬ଟି ବ୍ୟାଚରୁ ୨ଜଣ ଲେଖାଏଁ ସଦସ୍ୟ  ମନୋନୀତ କରାଯାଇଛି।ଏହାର ରୂପରେଖ ଓ ସୁପରିଚାଳନା ନିମନ୍ତେ ଆଗାମୀ ୧୮ ତାରିଖ ୪ ଟା ସମୟରେ ଆଉ ଏକ ବୈଠକ କରାଯିବା ପାଇଁ ସ୍ଥିର କରାଯାଇଛି।ଏହି ଜୟନ୍ତୀ ପାଳନରେ ସମସ୍ତ ପ୍ରକାର ସହଯୋଗ ର ହାତ ବଢାଇବା ପାଇଁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ  ନୂତନ କମିଟି ତରଫରୁ ଅନୁରୋଧ କରାଯାଇଛି।

0
0
0
s2sdefault