ହେଡଲାଇନସ୍:

ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କର ସମାବେଶ ଓ ସମ୍ବର୍ଦ୍ଧନା ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ରଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସ୍କୁଲର ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କର ସମାବେଶ ଓ ସମ୍ବର୍ଦ୍ଧନା  ସଭା ଆୟୋଜନ କରାଯାଇଥିଲା । 

      ୧୯୪୪ ମସିହା ରୁ  ୧୯୬୫ ମସିହା ଭିତରେ ସ୍କୁଲରେ ପାଠ ପଢିଥିବା ଶହେ ଜଣ ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ସ୍କୁଲର ପୁରାତନ ଛାତ୍ର ମାନେ ସମ୍ବର୍ଦ୍ଧିତ  କରିଥିଲେ । ଏହି ଅବସରରେ ସ୍କୁଲ ପ୍ଲାଟିନିୟମ ଜୁବଲୀ  କମିଟିର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ସଭାପତିତ୍ୱ କରିବା ସହିତ ସ୍କୁଲର ଲୋଗୋ ଉନ୍ମୋଚନ କରିଥିଲେ । ପ୍ରତ୍ୟେକ ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ଏକ ଫୋଟୋ ଯୁକ୍ତ ପ୍ରମାଣପତ୍ର ପ୍ରଦାନ କରାଯିବା ସହିତ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମର୍ଧିତ କରିଥିଲେ ସଭାପତି ତଥା ସ୍କୁଲର ପୁରାତନ ଛାତ୍ର ମାନେ । ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବର ମାସରେ ସ୍କୁଲର ପ୍ଲାଟିନିୟମ ଯୁବଳୀ ପାଳନ କରାଯିବାର କାର୍ଯକ୍ରମ ରହିଛି । 

       ଆଜିକାର ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ଲାଟିନିୟମଜୁବଲୀ  କମିଟିର ଉପାଧ୍ୟକ୍ଷ ଶ୍ରୀ ମନୋରଞ୍ଜନ ସିଂ ବରିହା , ମୁଖ୍ୟ ସମ୍ପାଦକ ଡାକ୍ତର ମାନଭଞ୍ଜନ ପ୍ରଧାନ , ସମ୍ପାଦକ ଶ୍ରୀ ବିରଞ୍ଚି ସାହୁ , ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ ଭୋଇଙ୍କର ସମେତ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ ।

0
0
0
s2sdefault