ହେଡଲାଇନସ୍:

ଆନ୍ତର୍ଜାତିକ କଲାମସ୍ ସ୍ୱର୍ଣ୍ଣ ପୁରସ୍କାର-୨୦୨୧

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତିକ  ମାନବ ଅଧିକାର କାଉନସିଲର ଓଡିଶା ରାଜ୍ୟ ସଭାପତି ଶ୍ରୀ ଆଲୋକ କୁମାର ବୋଷ "ଶ୍ରେଷ୍ଠ ସାମାଜିକ କର୍ମୀ-୨୦୨୧" ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।  ଚେନାଇର କୋୟାମ୍ବଡୁ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ କାଲାମସ୍ ସ୍ୱର୍ଣ୍ଣ ପୁରସ୍କାରର ପ୍ରତିଷ୍ଠାତା ଡା. ଟି କୁମାର ରାୱେଲଙ୍କ ଦ୍ବାରା ଶ୍ରୀ ଆଲୋକ କୁମାର ବୋଷଙ୍କୁ ପ୍ରଦାନ କରାଯାଇଛି। ଯାହାକି ଗଜପତି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। 

ଏହି ଅବସରରେ ମାନପତ୍ର , ମେଡଲ , ମୋମେ ମମେଣ୍ଟ , ସବୁ ଦିନ ବ୍ୟବହାର ଉପଯୋଗୀ ବ୍ୟାଜ୍ ପ୍ରଦାନ କରିଛନ୍ତି। କୋଭିଡ୍ କଟକଣା ଯୋଗୁଁ ୨୧ ଫେବୃଆରୀ ୨୦୨୧ ଏକ ସ୍ବତନ୍ତ୍ର ମହୋତ୍ସବରେ ଶ୍ରୀ ବୋଷ ଅନୁପସ୍ଥିତ ରହିବା ଯୋଗୁଁ ଡାକଯୋଗେ ତାଙ୍କୁ ଏହା ମହାର୍ଘ୍ୟ ସମ୍ମାନ ନିଜ ଠିକଣାରେ ପଠାଇ ଦେଇଛନ୍ତି। ଏହା ପୂର୍ବରୁ ପଶ୍ଚିମବଙ୍ଗ , କଲିକତା ଠାରେ ନେତାଜୀ ସାହାସିକତା ସମ୍ମାନ -୨୦୨୧ , ୨୦୨୦ରେ କରୋନା ଯୋଦ୍ଧା ସମ୍ମାନ ୨୦୨୦ ଏବଂ ୨୦୨୧ ଭୂବନେଶ୍ୱର ଠାରେ ଚେୟାର ପରସନ୍ ଡା.ସନ୍ନି ସାହଙ୍କ ଠାରୁ ଶ୍ରୀ ବୋଷ ପୁରସ୍କୃତ ହୋଇଛନ୍ତି। ଏହି ବିରଳ ପୁରସ୍କାର ପ୍ରାପ୍ତିରେ ପାରଳାଖେମୁଣ୍ଡି ଓ ଗଜପତି ଜିଲ୍ଲାର ଜନସାଧାରଣ ଶୁଭେଚ୍ଛା , ହିତାକକ୍ଷୀ ମାନେ ପ୍ରଶଂସାର ସୁଅ ଛୁଟାଇଛନ୍ତି ।

0
0
0
s2sdefault