ହେଡଲାଇନସ୍:

ଶିମିଳିପାଳ ଅଭୟାରଣ୍ୟରେ ନିଆଁ :ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଘଟଣାର ଯାଞ୍ଚ ଓ ସ୍ଥିତାବସ୍ଥା ଅନୁଧ୍ୟାନ କରିବା ନିମନ୍ତେ ଗତ କାଲି  କେନ୍ଦ୍ର ଜଙ୍ଗଲ  ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏକ କେନ୍ଦ୍ରୀୟ ବିଶେଷଜ୍ଞ ଟିମ ମୟୂରଭଞ୍ଜ ଗସ୍ତରେ ଆସି ପହଁଞ୍ଚିଥିଲେ । ଉକ୍ତ ଟିମରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ଆଇଜିଏଫ ଡ଼ଃ ଅମିତ ମଲିକ୍, ଭୂବନେଶ୍ୱର କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଉପମହାନିଦେ୍ର୍ଧଶକ ସୁବ୍ରତ ମହାପାତ୍ର ଆଜି ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯାଇ ସ୍ଥିତାବସ୍ଥା ଯାଞ୍ଚ କରି ରାତିରେ ବାରିପଦାଠାରେ ପହଁଞ୍ଚିଥିଲେ । ଏହି ସମୟରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନେ  ଶିମିଳିପାଳ ଅଭୟାରଣ୍ୟ ଭିତରର ସ୍ଥିତାବସ୍ଥା କଣ ଯାଞ୍ଚ କଲେ ବୋଲି ପ୍ରଶ୍ନ କରିଥିଲେ ମଧ୍ୟ ଟିମର ସଦସ୍ୟ ଶ୍ରୀମହାପାତ୍ର ସାମ୍ବାଦିକମାନଙ୍କ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ । ଏହାପରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଜଜ୍ଞଦତ୍ତ ପତି କେନ୍ଦ୍ରୀୟ ଟିମ ସହିତ ଆରସିସିଏଫ ଯୋଗା ଦୟାନନ୍ଦ, ଶିମିପାଳ ନର୍ଥ  ଓ ସାଉଥର ଉପନିଦେ୍ର୍ଧଶକ,  କରଞ୍ଜିଆ ବନଖଣ୍ଡ ଅଧିକାରୀ, ପ୍ରଥମେ ଠାକୁରମୁଣ୍ଡା ମଧ୍ୟଦେଇ ଗୁଡ଼ୁଗୁଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ସ୍ଥାନୀୟ ଜନସାଧାରଣ, ଶିମିଳିପାଳ ନର୍ଥ ଇକୋ ଟୁରିଜିମର  ଇଡ଼ିସି ମେମ୍ବରମାନଙ୍କ ସହିତ ଆଲୋଚନା କରିବା ପରେ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିଥିଲେ  । ସେଠାରୁ ଶିମିଳିପାଳ ନ୍ୟାସନାଲ ପାର୍କ, ୟୁବିକେ, ଜେନାବିଲ, ଭଞ୍ଜବସା, ମେଘାସନୀ ପାହାଡ଼ ଉପରୁ ମୟୂରଭଞ୍ଜ ଲ୍ୟାଣ୍ଡ ସ୍କେପରେ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ନିରୀକ୍ଷଣ କରି କେଉଁଠି ଧୂଆ ବାହାରୁଛି, ଜଙ୍ଗଲର ସ୍ଥିତାବସ୍ଥା ଆଦିକୁ ଅନୁଧ୍ୟାନ ଶେଷ କରି ୬ ନମ୍ବର ବଣିଆବସା ହୋଇ ଫେରି ବାରିପଦାରେ ପହଁଞ୍ଚିଛନ୍ତି ।  ଟିମ ଫେରି ଯିବା ପରେ ରିପୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବେ ବୋଲି ଉପନିର୍ଦ୍ଦେଶକ  ଶ୍ରୀପତି ଗଣମାଧ୍ୟମକୁ ସୂଚନା ଦେଇଥିଲେ । 

0
0
0
s2sdefault