ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସାରା ରାଜ୍ୟରେ ଅନୁଷ୍ଠିତ ହୋଇଚାଲିଛି ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ଼) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ) ପରିକ୍ଷା। ଏ.ଏଚ୍.ଏସ୍.ସି ମାଟ୍ରିକ, ମଧ୍ୟମା , (ଏସ୍.ଓ.ସି.ଏସ୍ ) ରାଜ୍ୟ ମୁକ୍ତ ବିଦ୍ୟାଳୟ ପରିକ୍ଷା ଚଳିତ ଫେବୃଆରୀ ୨୧ ତାରିଖ ରୁ ଆରମ୍ଭ ହୋଇ ଚାଲିଛି ଓ ମାର୍ଚ୍ଚ ୬ ତାରିଖ ୨୦୨୫ ରେ ଶେଷ ହେବ। ସେଥିମଧ୍ୟରୁ ସଂପୂର୍ଣ୍ଣ ଗଞ୍ଜାମ ଜିଲ୍ଲାର ୧୫୫ ଟି ବିଦ୍ୟାଳୟ ରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପରିକ୍ଷାର୍ଥୀ ଙ୍କ ସଂଖ୍ୟା ୩୦୫୬୪ ଥିବା ଜଣାପଡିଛି। ସେହିପରି ଭାବରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ ର ୧୧ ଗୋଟି ସେଣ୍ଟର୍ ରେ କୈାଣସି କାରଣରୁ ୬୦ ଜଣ ପରିକ୍ଷାର୍ଥୀ ଅନୁପସ୍ଥିତ ରହି ସମୁଦାୟ ୨୧୩୮ ଜଣ ଛାତ୍ରଛାତ୍ରୀ ପରିକ୍ଷାରେ ଉପସ୍ଥିତ ଅଛନ୍ତି।
ଉକ୍ତ ବୋର୍ଡ ର ନିର୍ଦେଶ କ୍ରମେ ଫେବୃଆରୀ ୨୧ ତାରିଖ ରୁ ଆରମ୍ଭ ହୋଇଥିବା ମାଟ୍ରିକ ବୋର୍ଡ ପରିକ୍ଷା ପ୍ରତିଦିନ ଗୋଟିଏ ବିଭାଗରେ ବା ଗୋଟିଏ ଦିନରେ ଗୋଟିଏ ପରିକ୍ଷା ଅନୁଷ୍ଠିତ ହେଉଅଛି। ସକାଳ ସାଢେ଼ ସାତ ଘଣ୍ଟା ସମୟରେ ପରିକ୍ଷା କେନ୍ଦ୍ର ଗେଟ୍ ଖୋଲା ଯାଉଛି ଓ ସକାଳ ୯ ଘଣ୍ଟା ଠାରୁ ପରିକ୍ଷା ଆରମ୍ଭ ହେଉଛି। ତେବେ ସକାଳ ୯ ଘଣ୍ଟା ୩୦ ମିନିଟ୍ ପର୍ଯ୍ୟନ୍ତ ପରିକ୍ଷାର୍ଥୀ ଙ୍କୁ ପରିକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ରହିଅଛି। ଚଳିତ ମାଟ୍ରିକ ପରୀକ୍ଷା ସକାଳ ୯ ଘଣ୍ଟା ଠାରୁ ଆରମ୍ଭ ହୋଇ ୧୧ ଘଣ୍ଟା ୩୦ ମିନିଟ୍ ରେ ଶେଷ ହେଉଅଛି। କେବଳ ହେବାକୁ ଥିବା ଗଣିତ ବିଷୟ ନିମନ୍ତେ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବା ପାଇଁ ନିର୍ଦ୍ଦେଶ ରହିଛି। ଅର୍ଥାତ୍ ଗଣିତ ବିଷୟ ପରିକ୍ଷା ୧୧ ଘଣ୍ଟା ୪୫ ମିନିଟ୍ ରେ ଶେଷ ହେବ। ଜିଲ୍ଲା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ପ୍ରତ୍ୟେକ ବ୍ଳକ୍ ମଧ୍ୟରେ ଭଞ୍ଜନଗର ବ୍ଳକ୍ ର ୧୧ ଗୋଟି ସେଣ୍ଟର୍ ରେ ସୁରକ୍ଷା ବ୍ୟବସ୍ଥା କଡାକଡି ଲାଗୁ କରାଯାଇଛି। ଏଥି ନିମନ୍ତେ ପ୍ରତ୍ୟେକ ଥାନାଧିକାରୀ ଓ ଆରକ୍ଷୀ ବାହିନୀ କୁ ସଜାଗ ରହିବାପାଇଁ ନିର୍ଦେଶ ହୋଇଛି। କାରଣ ପ୍ରଶ୍ନପତ୍ର ସିଲ୍ ଖୋଲାଯିବା , ସେଣ୍ଟର୍ କୁ ନେବା ଆଣିବା, ଉତ୍ତର ଖାତା ସିଲ୍ କରାଯିବା ଓ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭଞ୍ଜନଗର ବ୍ଳକ୍ ର ୧୧ ଗୋଟି ସେଣ୍ଟର୍ ରେ ଶାନ୍ତି ଶୃଙ୍ଖଳା ର ସହିତ ପ୍ରଶାସନିକ ନିତି ନିୟମ ଓ ନିର୍ଦେଶାନୁସାରେ ଉଚ୍ଚ ଶିକ୍ଷାଧିକାରୀ ଙ୍କ ସହଯୋଗ ରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ (ମାଟ୍ରିକ) ପରିକ୍ଷା , ମାଟ୍ରିକ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରିକ୍ଷା ସଠିକ୍ ଭାବରେ ଅନୁଷ୍ଠିତ ହୋଇଚାଲିଛି।
ରାଜ୍ୟ
ଭଞ୍ଜନଗର ବ୍ଳକ୍ ର ୧୧ ଗୋଟି ସେଣ୍ଟର୍ ରେ ଚାଲିଛି ମାଟ୍ରିକ୍ ପରିକ୍ଷା
- Hits: 27