ହେଡଲାଇନସ୍:

ଆର.ଆଇ ଅଫିସ କାର୍ଯ୍ୟକ୍ଷମ କେବେ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ଅନ୍ତର୍ଗତ ଲଉଡିଦରହା,ଡଭା ଗ୍ରାମ ଠାରେ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ରୁ ଘୋଷଣା କରିଛନ୍ତି।ମାତ୍ର ତାହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇ ପାରିନାହିଁ।ଓଡିଶା ର ଅନ୍ୟ ତହସିଲ ମାନଙ୍କ ରେ ରାଜସ୍ୱ ନିରୀକ୍ଷକ ଙ୍କ ଅଫିସ ଉଦଘାଟନ ହୋଇ ଗଲାଣି।ଲଉଡିଦରହା ,ଡଭା ଗ୍ରାମପଞ୍ଚାୟତ ର ଜନସାଧାରଣ ନିଜର କାମ ପାଇଁ ଦଶ ପନ୍ଦର କିଲୋମିଟର ଦୂର ଝାରବନ୍ଧ ରାଜସ୍ୱ ଅଫିସ ଯାଉଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି।ଅସ୍ଥାୟୀ ଭାବରେ ଗ୍ରାମ ପଞ୍ଚାୟତ ଅଫିସ ମାନଙ୍କ ରେ ରାଜସ୍ୱ ଅଫିସ ଖୋଲି କାର୍ଯ୍ୟ କରାଯିବ ବୋଲି ଝାରବନ୍ଧ ତହସିଲଦାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟ ହୋଇପାରି ନାହିଁ।ଏ ଦିଗ ରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୱାନ ପଦକ୍ଷେପ ନେବାପାଇଁ ଲଉଡିଦରହା,ଡଭା ର ଅଞ୍ଚଳବାସୀ ଦାବି କରିଛନ୍ତି।

0
0
0
s2sdefault