ବିଶାଳ ସାଇକେଲ ଶୋଭାଯାତ୍ରା ସହ ସଚେତନତା ବୈଠକ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆନୁକୂଲ୍ୟରେ ଜଙ୍ଗଲ ନିଆଁ ସମ୍ପର୍କିତ ଜଙ୍ଗଲରେ ନିଆଁ ଲଗେଇବା ପାଇଁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବା ସହ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସାଇକେଲ ରାଳିରେ ବନାଞ୍ଚଳ ଅଧୁକାରୀ ବ୍ରଜମୋହନ ପଟ୍ଟନାୟକ, ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ଜଙ୍ଗଲ ପରିବେଶପ୍ରେମୀ ଡ଼. ଧ୍ରୁବରାଜ ନାଏକ, ଉପ ବନାଞ୍ଚଳ ଅଧିକାରିଣୀ ସୁଜାତା ପଟେଲ, ଫରେଷ୍ଟର ବୁଧୁରାମ ରୋହିଦାସ ଉପସ୍ଥିତ ରହି ସାଇକେଲ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ । କୁଅଁରମାଲ ଠାରୁ ଆରମ୍ଭ ହୋଇ ଖଡ଼ିଆମାଲ ଶିବ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨୫ କିଲୋମିଟରରୁ ଉର୍ଦ୍ଧ ସାଇକେଲ ଶୋଭାଯାତ୍ରା କରାଯାଇଥିଲା । ଜଙ୍ଗଲରେ ନିଆଁ ନଲଗାଇବା, ନିଆଁରୁ ଜଙ୍ଗଲକୁ ସୁରକ୍ଷା ଦେବା, ସମାଜର କୁସଂସ୍କାର, ବଦଭ୍ୟାସ ଦୂର କରିବା ସହ ପରିବେଶକୁ ଅପଣାଇବା ଆଦି ଡାକବାଜି ଯନ୍ତ୍ର ସହି ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର ମାଧ୍ୟମରେ ସଚେତନ କରାଯାଇଥିଲା । ସାଇକେଲ ଶୋଭାଯାତ୍ରା ପରେ ଖଡ଼ିଆମାଲ ଶିବ ମନ୍ଦିର ଠାରେ ଜଙ୍ଗଲରେ ନିଆଁ ନଲଗେଇବା ଓ ଜଙ୍ଗଲକୁ ରକ୍ଷା କରିବା ପାଇଁ ସଚେତନତା ବୈଠକ କରାଯାଇଥିଲା । ଜଙ୍ଗଲରେ ନିଆଁ ନ ଲଗେଇବା ସହ ନିଆଁ ଲାଗିଲେ ଲିଭାଇବାକୁ ଚେଷ୍ଟା କରିବା ସହ ବନ ବିଭାଗକୁ ଖବର ଦେବା ଆଦି ବିଷୟରେ ସଚେତନ କରାଯାଇଥିଲା । ଅଧୁକାଂଶ ସ୍ଥାନରେ ବିଭିନ୍ନ ଅଞ୍ଚଳର ପାହାଡ, ଜଙ୍ଗଲ ଓ ଜମିରେ କେତେକ ବ୍ୟକ୍ତି ନିଆଁ ଲଗାଇ ଦେଉଛନ୍ତି । ଫଳରେ ଅନେକ ବୃକ୍ଷଲତା, ଜୀବଯନ୍ତୁ ପୋଡିବା ସହ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି । ମହୁଲ ଗୋଟାଇବାକୁ ସୁବିଧା ଦୃଷ୍ଟିରୁ ଗଛ ତଳ ପତ୍ର ପୋଡ଼ିବା ଆଳରେ ନିଆଁ ଲଗାଯାଉଛି । ଚାଷୀର କ୍ଷେତ୍ରରେ ଥିବା ନଡାରେ ବି ନିଆଁ ଲଗାଇ ଦିଆଯାଉଛି । ଏଭଳି ସ୍ଥିତିରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି । ଏଣୁ ଜଙ୍ଗଲ ରେ ନିଆଁ ଲଗେଇବା ପାଇଁ ସଚେତନ କରାଯାଇଛି । ବୈଠକରେ ବରିଷ୍ଠ ଅଧୁକାରୀ, ପରିବେଶପ୍ରେମୀ ଓ କାର୍ଯ୍ୟକର୍ତା ମାନେ ଜଙ୍ଗଲକୁ ରକ୍ଷା କରିବା ଦିଗରେ ନିଜନିଜର ଅଭିଭାଷଣ ରଖୁଥିଲେ । ଶେଷରେବାଗଡ଼ିହି ଫରେଷ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ଏଫଏମୟୁ କୋଡ଼ିନେଟର ଜଙ୍ଗଲକୁ ରକ୍ଷା କରିବା ଦିଗରେ ନିଜନିଜର ଅଭିଭାଷଣ ରଖୁଥିଲେ । ଶେଷରେ ବାଗଡିହି ଫରେଷ୍ଟର ଧନ୍ୟବାଦ ଅର୍ପଣ କରିଥିଲେ । ଏଫଏମୟୁ କୋଡ଼ିନେଟର ଦିବ୍ୟରଞ୍ଜନ ସାହୁ ଓ ଶକ୍ତି ପ୍ରକାଶ ନାଏକ, ଟିମଲିଡ଼ର ଗୀତାଞ୍ଜଳି ପ୍ରଧାନ, ଡ଼ିଓଏନଆରଏମ୍ ଚୂଡ଼ାମଣି ବେହେରା, ସମସ୍ତ ବନବିଭାଗ କର୍ମଚାରୀ, ଅନ୍ଧାରୀ ଜଙ୍ଗଲର ଚତୁପାର୍ଶ୍ୱରେ ଥିବା ୧୫ଟି ଗ୍ରାମ ତଥା ବନ ସୁରକ୍ଷା ସମିତିର ସଭ୍ୟସଭ୍ୟା ମାନଙ୍କ ସହ ଲଇକେରା ଅଗ୍ନିଶମ ବିଭାଗର ସନାତନ ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।