ହେଡଲାଇନସ୍:

ଶିମିଳିପାଳ ପରିଦର୍ଶନ କଲେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡ଼ଃ ମୋନା ଶର୍ମା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଓଡ଼ିଶା ସହିତ ଜାତୀୟସ୍ତରରେ ମୁଖୂ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଶିମିଳିପାଳ ବନ ବିଭାଗ ଜଳୁଥିବା ନିଆଁ ନିୟନ୍ତ୍ରଣାଧୀନ ରହିଥିବାର କହୁଥିବା ବେଳେ ଜନସାଧାରଣ ଅଣାୟତ୍ତ ବୋଲି ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ତେବେ ମାର୍ଚ୍ଚ ୧୦ ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟର କେତେକ ସ୍ଥାନ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲିକାରୁ ମଧ୍ୟମ ଧରଣ ବର୍ଷା କେତେକ ସ୍ଥାନରେ କୁଆପଥର ମାଡ଼ ହୋଇଥିବାର ଜଣାପଡ଼ିଛି । ଏହି ସମୟରେ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡ଼ଃ ମୋନା ଶର୍ମା ଶିମିଳିପାଳ ପରିଦର୍ଶନରେ ଆସିଥିବାର ସୂଚନା ମିଳିଛି । ଆଜି ଡ଼ଃ ଶର୍ମା ଶିମିଳିପାଳ ଅଭୟାରଣ୍ୟର ବଣିଆବସା, ଠାକୁରମୁଣ୍ଡା, ସହିତ କୋର ଏରିଆର ବିଭିନ୍ନ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ସ୍ଥାନୀୟ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ଫାୟାର ପଏଣ୍ଟଗୁଡ଼ିକ ବୁଲି ସ୍ଥିତାବସ୍ଥାକୁ ନିରିକ୍ଷଣ କରିଥିଲେ । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରମୁଖଙ୍କ ସମେତ ଆରସିସିଏଫ ଓ ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । 

 

0
0
0
s2sdefault