ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ରାଜ୍ୟ ସରକାର ସ୍ୱାଭିମାନ ଅଞ୍ଚଳରେ ବିକାଶର ଧାରାକୁ ଆଗକୁ ନେବା ପାଇଁ ଅଣ୍ଟା ଭିଡି ଥିବାବେଳେ ତାହାର ନଗ୍ନ ଛବି ଦେଖିବାକୁ ମିଳିଛି ଜଳବନ୍ଦୀ ଅଞ୍ଚଳ ବା ସ୍ୱାଭିମାନ ଅଞ୍ଚଳରେ । ସରକାରଙ୍କ ବିକାଶ କାମକୁ ଅଧିକାରୀ ମାନେ କାର୍ଯ୍ୟରେ ଦେଖାନ୍ତୁ ,ଆମକୁ ଆଶ୍ୱାସନା ଦରକାର ନାହିଁ ବୋଲି କହିଛନ୍ତି ବିଛିନ୍ନାଅଞ୍ଚଳ ରେ ଜଳବନ୍ଦୀ ଜନତା ।
ଆଦିବାସୀ ପ୍ରାଧାନ୍ୟ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଗ୍ରାମଗୁଡିକରେ ଜିଲ୍ଲା ପ୍ରଶାସନ ବିକାଶର ଡିଣ୍ଡିମ ପିଟିବାରେ ଅଭାବ ନାହିଁ କିନ୍ତୁ ପ୍ରକୃତ ବିକାଶର ଅର୍ଥ କଣ ସଡକ , ଶିକ୍ଷା , ସ୍ବାସ୍ଥ୍ୟସେବା ପାନୀୟଜଳ ବିନା ଜୀବନଧାରଣ କରିବାକୁ ବୁଝାଉଛି କି.? ଏପରିକି ଗୁରୁତ୍ୱପୂର୍ଣ୍ଣ ମୌଳିକ ସୁବିଧା ସୁଯୋଗ ଗ୍ରାମବାସୀଙ୍କ ପାଇଁ ଉପଲବ୍ଧ ହୋଇ ପାରୁନି ଧୁଳିପୁଟ , ଯନ୍ତ୍ରୀ , ପଣଷପୁଟ , ରାଲେଗଡା ପଞ୍ଚାୟତରେ। ଚିତ୍ରକୋଣ୍ଡା ବ୍ଲକର ଅଧିକାଂଶ ଗାଁ ଗୁଡ଼ିକରେ ଯାତାୟାତ ପାଇଁ କୌଣସି ପକ୍କା ରାସ୍ତା ନାହିଁ। ସବୁଠାରୁ ଖରାପ ପରିସ୍ଥିତି ହେଉଛି କୋଟାପାଲି , ତେନ୍ତୁଳିଗୁଡା ଏବଂ ମାଣ୍ଡାପାଲି , ଜୁମଡାଙ୍ଗ , ଚିତାଙ୍ଗଗୁଡି , ନେରୁଡିପାଲି , ଶୁଆପାଲି , ଆନିନ୍ଦିଗୁଡା ଓ ଲିମାତାଙ୍ଗ।ଚିତ୍ରକୋଣ୍ଡା ବିଡିଓ ଟି ପଦ୍ମନାଭ ଦୋରାଙ୍କୁ ପଚାରିବାରୁ ସ୍ବାସ୍ଥ୍ୟ , ଶିକ୍ଷା , ଜନସ୍ବାସ୍ଥ୍ୟ ଓ ପରିମଳ ବିଭାଗର ୪ ଜଣିଆ ଦଳ ଏହିସବୁ ଅଞ୍ଚଳକୁ ପଠାଯାଇଛି।
ବର୍ଷା ଦିନେ, ଛୋଟ ଏବଂ ବଡ ନଦୀରେ ବନ୍ୟାଜଳ ଭରିଯିବା ଫଳରେ ବିଛିନ୍ନାଞ୍ଚଳବାସୀ ଜିଲ୍ଲା ମୁଖ୍ୟାଳୟରୁ ବିଚ୍ଛିନ୍ନ ହୋଇଯାଆନ୍ତି। ଆଜି ମଧ୍ୟ ସ୍ବାଭିମାନ ଅଞ୍ଚଳ ଗାଁର ଶତ ପ୍ରତିଶତ ପରିବାରକୁ ବିଦ୍ୟୁତ ଯୋଗାଇବା ସମ୍ଭବ ହୋଇନାହିଁ। ନାହିଁ। ସ୍ବଚ୍ଛ ଭାରତ ମିଶନ ଏହି ଗ୍ରାମକୁ କେବେ ଆସି ହିଁ ପାରିନାହିଁ, ଏହି କାରଣରୁ ଆଦିବାସୀଙ୍କ ପରିବାର ଜନ ଆଜି ମଧ୍ୟ ଜଙ୍ଗଲରେ ସୌଚ ହବାକୁ ଯାଉଛନ୍ତି।
ଏହି ଗ୍ରାମଗୁଡିକରେ ପାନୀୟ ଜଳ ନାମରେ,ଦଶନ୍ଧି ଦଶନ୍ଧି ଧରି ବହିଆସୁଥିବା ଝରଣା ପାଣି ଉପରେ ଆଦିବାସୀ ମାନେ ନିର୍ଭରଶୀଳ। ଦୀର୍ଘ ୬୦ ବର୍ଷ ଜଳବନ୍ଦୀ ଜୀବନଯାପନ ପରେ ମଧ୍ୟ ଏଠାରେ ରହୁଥିବା ଆଦିବାସୀମାନଙ୍କୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ନଳକୁଅ ଲଗାଇବାକୁ ଜିଲ୍ଲା ପ୍ରଶାସନ ବୋଧହୁଏ ସମୟ ପାଇନାହାଁନ୍ତି। ଅନେକ ଆଦିବାସୀ ପରିବାର ବିଦ୍ୟୁତ୍ ଓ ଜଳ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଏଠାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବର୍ଷକ ୧୨ ମାସ ପର୍ଯ୍ୟନ୍ତ ଝରଣା ଜଳରେ ସେମାନଙ୍କର ଶୋଷ ମେଣ୍ଟାଇବାକୁ ବାଧ୍ୟ ହେଉଛନ୍ତି |
ଦୂଷିତ ପାଣି ପିଇ ଅସୁସ୍ଥ ହେଉଛନ୍ତି ଲୋକ।
ସ୍ବାଭିମାନ ଅଞ୍ଚଳର ଆଦିବାସୀ ପରିବାର ଜନଙ୍କୁ ଏବେ ମଧ୍ୟ ଝରଣା ପାଣି ପିଇବାକୁ ପଡୁଛି | ଅନେକ ଥର ଗ୍ରାମବାସୀ ମାନଙ୍କୁ ଝରଣାର ଦୂଷିତ ପାଣି ପିଇ ବିଭିନ୍ନ ରୋଗର ଶିକାର ହେବାକୁ ପଡୁଛି। ଜିଲ୍ଲା ପ୍ରଶାସନ ଏବଂ ଦାୟିତ୍ୱବାନ ଅଧିକାରୀଙ୍କ ଠାରୁ ଅଞ୍ଚଳବାସୀ କେବଳ ମୌଳିକ ସୁବିଧା ସୁଯୋଗ ଦାବି କରାଯାଉଛି।ଏହା ପରେ ମଧ୍ୟ ଏଠାରେ ବାସ କରୁଥିବା ଆଦିବାସୀ ନାଗରିକମାନେ ଜୀବନର ମୌଳିକ ସୁବିଧା ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ପରିସ୍ଥିତିରେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା କଳ୍ପନା କରିବା କଷ୍ଟସାଧ୍ୟ ନୁହେଁ, ଯେଉଁମାନେ ବିଶୁଦ୍ଧ ପାନୀୟଜଳ ପାଇବାର କୌଣସି ସୌଭାଗ୍ୟ ପାଇନାହାଁନ୍ତି, ଏବଂ ଯଦି ସେମାନେ କିଛି ପାନୀୟଜଳ ପାଆନ୍ତି ତଥାପି ସେ ପାନୀୟଜଳ ଉତ୍ସ ଦୂଷିତ ହୋଇଥାଏ | ଝରଣାର ଦୂଷିତ ଜଳ ପିଇ ଶୋଷ ମେଣ୍ଟାଉଥିବା ଆଦିବାସୀ ମାନଙ୍କ ସମ୍ମୁଖରେ ଭୟଙ୍କର ଜଳ ସଙ୍କଟ ବଢିବାରେ ଲାଗିଛି।
ଜୁମଡାଙ୍ଗ , ଚିତାଙ୍ଗଗୁଡି , ନେରୁଡିପାଲି , ଶୁଆପାଲି , ଆନିନ୍ଦିଗୁଡା ଓ ଲିମାତାଙ୍ଗ ଗ୍ରାମର ଗ୍ରାମବାସୀ କୁଈ ଭାଷାରେ କୁହନ୍ତି - ସାମାନ୍ୟ ଅସୁସ୍ଥତା ହେଲେ ଗାଁ ଦିଶାରି ଓ ଚେରମୂଳି ଔଷଧ ଉପରେ ନିର୍ଭର ହେବାକୁ ପଡିଥାଏ । ଏପରିକି ବିଦ୍ୟାଳୟ , ଡାକ୍ତରଖାନା , ଅଙ୍ଗନୱାଡି କେନ୍ଦ୍ର ନାହିଁ ଏବଂ ଯେଉଁଠି ବଡ ବଡ ସରକାରୀ ଡାକ୍ତରଖାନା ରହିଛି ତାହା ମଧ୍ୟ ଆଦିବାସୀମାନଙ୍କ ଠାରୁ ବହୁ ଦୂରରେ , ଯେଉଁଠାରେ ଚିକିତ୍ସା ପାଇଁ ସହଜରେ ପହଞ୍ଚି ପାରିବେ ନାହିଁ । କାଉଡି ଓ ଖଟିଆ ଭାର ହିଁ ଏଠାରେ ଭରଷା। ଆଦିବାସୀ ମାନଙ୍କ ବଞ୍ଚିବାର ଦୃଢ ସଂକଳ୍ପ ହିଁ ସେମାନଙ୍କୁ ଏଭଳି ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେମାନେ ସେମାନଙ୍କର ଅସ୍ତିତ୍ୱ ବଞ୍ଚାଇ ରଖିଛନ୍ତି।
ଶହ ଶହ ନଳକୁଅ ଖରାପ ଅବା ଲୌହ ଯୁକ୍ତ ଗୋଳିଆ ପାଣି ବାହାରୁଛି।
ଚିତ୍ରକୋଣ୍ଡା ବ୍ଲକର ଅଧିକାଂଶ ଗ୍ରାମାଞ୍ଚଳରେ ସରକାରୀ ସ୍ତରରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା ନାହିଁ। ଏମିତି ହେଉଛି ଯେ ବର୍ଷ ବର୍ଷ ଧରି ଖରାପ ହୋଇଯାଇଥିବା ନଳକୁଅକୁ କେହି ଦାୟୀତ୍ୱବାନ ଅଧିକାରୀ ଦେଖିବାକୁ ଆସନ୍ତି ନାହିଁ।ଅଞ୍ଚଳ ଲୋକଙ୍କୁ ଶୁଦ୍ଧ ଜଳ ଯୋଗାଇ ଦେବା ପାଇଁ ଜନସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ନିଯୁକ୍ତ। ଜନସ୍ବାସ୍ଥ୍ୟ ଓ ପରିମଳ ବିଭାଗ ଦ୍ୱାରା ସ୍ଥାପିତ ନଳକୁଅ ଗୁଡ଼ିକ କେବଳ ଭୂମିରେ ଦୃଶ୍ୟମାନ ହେଉଛି। ଯାହା ଜଳ ଦିଏନାହିଁ କେବଳ ନିଜର ଜରାଜୀର୍ଣ୍ଣ ଅବସ୍ଥାକୁ ସୂଚାଇଥାଏ।
ଅନ୍ୟପକ୍ଷରେ, ମାଲକାନଗିରି ଜିଲ୍ଲାର ଅଧିକାଂଶ ଗ୍ରାମରେ ବିଜୁଳି ଆଲୋକ କହିଲେ ସୌର ଶକ୍ତିରେ ଜଳୁଥିବା କେତେଟା ବଲବକୁ ବୁଝାଇଥାଏ।କିନ୍ତୁ ତାହା ମଧ୍ୟ ସୌର ପ୍ଲେଟ୍ ବିଫଳତା ହେତୁ ଗ୍ରାମବାସୀଙ୍କୁ ବର୍ଷ ମାସ ଧରି ଅନ୍ଧକାରରେ ରହିବାକୁ ବାଧ୍ୟ ହୋଇଥାନ୍ତି। ଅଧିକାଂଶ ଗାଁରେ କୌଣସି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ନାହିଁ, ତେଣୁ ଆଦିବାସୀ ପିଲାମାନେ ସେମାନଙ୍କର ପାଠପଢା ଅଧାରୁ ଛାଡିବାକୁ ବାଧ୍ୟ ହେଉଛନ୍ତି।ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବିଧାୟକ, ସାଂସଦଙ୍କ ସମେତ କେହି ମଧ୍ୟ ଜଣେ ଗାଁର ଯତ୍ନ ନେଇନାହାଁନ୍ତି କି ଆଜି ପର୍ଯ୍ୟନ୍ତ କୌଣସି ଜନ ପ୍ରତିନିଧୀ ଗାଁକୁ ଆସିନାହାଁନ୍ତି।
ଅଧିକାରୀମାନେ ଘୋଷା ଉତ୍ତର ଶୁଣି ଶୁଣି କାନ ବଧିରା।
ଯେତେବେଳେ ଗ୍ରାମବାସୀ ସେମାନଙ୍କ ସମସ୍ୟା ପାଇଁ ଅଧିକାରୀଙ୍କ ନିକଟରେ ଗୁହାରି କରନ୍ତି, ଅଧିକାରୀମାନେ ଏହାର ଉତ୍ତର ଦିଅନ୍ତି | ଯେହେତୁ ଘଟଣା ସମ୍ପର୍କରେ ବର୍ତ୍ତମାନ ଜଣା ପଡିଲା , ମୁଁ ଏହି ଘଟଣାର ଅନୁସନ୍ଧାନ କରିବି, କିମ୍ବା ଘଟଣାର ଅନୁସନ୍ଧାନ କରାଯିବ କିମ୍ବା ସମସ୍ୟାର ଶୀଘ୍ର ସମାଧାନ ହେବ । ଜିଲ୍ଲା ଅଧିକାରୀଙ୍କ ଏଭଳି ଘୋଷା ଉତ୍ତର ଶୁଣି ଶୁଣି ଆମ କାନ ବଧିରା ହେଲାଣି ବୋଲି ଗ୍ରାମବାସୀ ମାନେ ବିରକ୍ତି ହୋଇ କହୁଛନ୍ତି। ସେମାନେ କାର୍ଯ୍ୟରେ ଚାହୁଁଛନ୍ତି , ଆଶ୍ବାସନା ନୁହେଁ |