ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ରେମେଡ ଠାରେ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରେମେଡ ସ୍ଥିତ ବାବା କମଲେଶ୍ୱର ବାବା ଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ନାମଯଜ୍ଞ ରେ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ରୁ ୧୦ରୁ ଅଧିକ ନାମ ସଙ୍କୀର୍ତ୍ତନ ଦଳ ଯୋଗ ଦେଇଥିଲେ । ତେବେ ଏହି ନାମଯଜ୍ଞ ମାଧ୍ୟମରେ ରେମେଡ ନାମଯଜ୍ଞ ଆୟୋଜନ କମିଟି ତରଫରୁ ସମ୍ବଲପୁରୀ କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଅଭିନବ ପ୍ରୟାସ କରାଯାଇଥିଲା । ନାମଯଜ୍ଞ ର ମୁଖ୍ୟ ମଣ୍ଡପ କୁ ଚଳିତ ବର୍ଷ ଆୟୋଜନ କମିଟି ତରଫରୁ ସମ୍ବଲପୁରୀ ଡିଜାଇନ ରେ ସଜ୍ଜିତ କରାଯାଇଥିଲା । ବିଶେଷ କରି ସମ୍ବଲପୁରୀ କଳା ସଂସ୍କୃତି ପ୍ରଚାର ପ୍ରସାର ପାଇଁ ସମ୍ବଲପୁର ବାନ୍ଧକୁ ନେଇ ସୁନ୍ଦର ଡିଜାଇନ ର ସାଜସଜ୍ଜା କରାଯାଇଥିଲା । ତେବେ ସମ୍ବଲପୁରୀ କଳା ସଂସ୍କୃତି ପ୍ରଚାର ପାଇଁ ରେମେଡ କମଲେଶ୍ୱର ବାବା କମିଟି ଓ ନାମଯଜ୍ଞ କମିଟି ର ଏଭଳି ପ୍ରୟାସ କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।