ଝାରସୁଗୁଡ଼ା :(ସୁଭାଷ ସହାରେ) -ଡାକ୍ତରଙ୍କୁ ଧରାରେ ଭଗବାନଙ୍କ ଅବତାର ମଣିଥାନ୍ତି ଲୋକେ। ଆଖିବୁଜି ବିଶ୍ୱାସ କରିଥାନ୍ତି। ଡାକ୍ତରଙ୍କ ଉପରେ ବିଶ୍ୱାସ ରଖି ନିଜର ରୋଗକୁ ଅଧା ଭୁଲି ଯାଆନ୍ତି ଲୋକେ। ମାତ୍ର ସେହି ଡାକ୍ତରଙ୍କ ଭୁଲ ପାଇଁ ଯଦି ସାଂଘାତିକ ପରିଣାମ ଲୋକଙ୍କୁ ଭୋଗିବାକୁ ପଡ଼େ, ତେବେ ଏଥିପାଇଁ ଦାୟୀ କିଏ ହେଵ?
ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାରର ଦଣ୍ଡ ଭୋଗୁଛନ୍ତି ଝାରସୁଗୁଡ଼ା ଲଖନପୁର ବ୍ଲକର କୁହାକୁଣ୍ଡା ଗ୍ରାମର ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ। ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କର ଗର୍ଭନିରୋଧ ଅସ୍ତ୍ରୋପଚାର କରିବାକୁ ଯାଇ ତାଙ୍କର ଖାଦ୍ୟନଳୀକୁ କାଟି ଦେଇଥିବା ସୂଚନା ମିଳିଛି। ଗତ ମଙ୍ଗଳବାର କନକତୋରା ପଞ୍ଚାୟତ କୁହାକୁଣ୍ଡା ଗାଁର ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଯୋଗ ଦେଇଥିଲେ । ସେଠାରେ ତାଙ୍କର ଭୁଲ ଅସ୍ତ୍ରୋପଚାର ହେବାରୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ବର୍ତ୍ତମାନ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେହିପରି ସ୍ଥାନୀୟ ନାଚେନମୁରାର ଅନ୍ୟ ଜଣେ ମହିଳା।ଅରୁଣା ଗୁପ୍ତାଙ୍କ ଷ୍ଟିଚ୍ ଖୋଲିବା ପରେ ତାଙ୍କର ପୁଣି ଥରେ ଅପରେସନ୍ କରିବାକୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ୨୩ ତାରିଖରେ ଲଖନପୁର ସିଏଚସିରେ ଆୟୋଜିତ ପରିବାର ନିୟୋଜନ ଶିବିରରେ ଅସ୍ତ୍ରୋପଚାର କରାଇଥିଲେ ସ୍ଥାନୀୟ ନାଚେନମୁରା ଗାଁର ।
ଉଭୟ ପରିବାରର ଲୋକଙ୍କ ନିମନ୍ତେ ବର୍ତ୍ତମାନ ଚିନ୍ତାଜନକ ପରିସ୍ଥିତି। ତେଣୁ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓ ଉଭୟ ମହିଳାଙ୍କ ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ତୁଲାଇବାକୁ ଲୋକେ ଦାବୀ ଜଣାଇଛନ୍ତି।