ବାରିପଦା- (ଦିଲ୍ଲୀପ ମହାନ୍ତି): ବାରିପଦା ପୌରପରିଷଦର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସ୍ଵଛ ଚର୍ଚ୍ଚା ଦିବସ ଉପଲକ୍ଷେ ପୌରପରିଷଦର ସମସ୍ତ ସଫେଇ କର୍ମଚାରୀ, ସଫେଇ ଜମାଦାର , ସ୍ଵଛ ସାଥି ,ସ୍ୱଚ୍ଛ ସୁପରଭାଇଜରଙ୍କ ନିମନ୍ତେ ଏକ “ବଡା ଖାନା” ର ଆୟୋଜନ କରାଯାଇଥିଲା ଓ ଉକ୍ତ ଉତ୍ସବରେ ଜିଲ୍ଲାପାଳ ତଥା ବାରିପଦା ପ୍ପୌରପାରିଷଦର ପ୍ରଶାସକ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହରାଞ୍ଚଳରେ ସଫେଇ କାର୍ୟ୍ୟ କିପରି ତ୍ୱରାନ୍ନିତ ହୋଇପାରିବ ସେଥିପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାସହିତ ଆଗକୁ କିପରି ବାରିପଦା ସହର ସଫେଇରେ କିପରି ଉଚ୍ଚ ସ୍ଥାନ ଅଧିକାର କରିପାରିବ ସେଥିପ୍ରତି ସମସ୍ତଙ୍କର ସହଯୋଗ କାମନା କରିଥିଲେ ଓ ଏହି ସ୍ୱଚ୍ଛ ଚର୍ଚ୍ଚା ଦିବସ ଅବସରରେ ସଦର ଉପ ଜିଲ୍ଲାପାଳ ତଥା ବାରିପଦା ପୌରପାରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ପି .ଅନ୍ଵେଷା ରେଡିଙ୍କ ପୌରାଧିତ୍ୟରେ ଆୟୋଜିତ ସଭାରେ ବିଭିନ୍ନ ସଫେଇ ସମ୍ଵନ୍ଧିତ କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ଓ ସେଥିମଧ୍ୟରୁ ବର୍ଜ୍ୟ ବସ୍ତୁ ସଂଗ୍ରହ ନିମନ୍ତେ ଏକ ସଙ୍ଗୀତ ଝଙ୍କାର , ସ୍ୱଚ୍ଛ ବାରିପଦା ମୋବାଇଲ ଆପ୍ପ ଓ ବର୍ୟ୍ୟ ବସ୍ତୁ ପରିଚାଳନା ପାଇଁ ବ୍ୟବହାରିକ ଦେୟ ର ଶୁଭାରମ୍ଭ କରାଯାଇଥିଲା ଓ ପୌରପରିଷଦ ତରଫରୁ ବ୍ୟବହାରିକ ଦେୟ ନିମନ୍ତେ ୨୮ ଗୋଟି ୱାର୍ଡ ରେ ଥିବା ପ୍ରତେକ ବାସଗୃହ ପ୍ରତି ମାସିକ ୩୦ ଟଙ୍କା , ଖୁଚୁରା ବିକ୍ରେତାଙ୍କ ନିମନ୍ତେ ମାସିକ ୫୦ ଟଙ୍କା ,ବ୍ୟବସାୟିକ ପ୍ରତିଷ୍ଠାନ ଯଥା (ଜଳଖିଆ ଦୋକାନ , ହୋଟେଲ ଇତ୍ୟାଦି) ଙ୍କ ନିମନ୍ତେ ମାସିକ ୧୦୦ ଟଙ୍କା ଏବଂ ଅଧିକ ବର୍ୟ୍ୟ ବସ୍ତୁ ନିର୍ଗତକାରୀ ଯଥା (ଆପାର୍ଟମେଣ୍ଟ , ରେସ୍ତୋରାଁ , କଲ୍ୟାଣ ମଣ୍ଡପ ଇତ୍ୟାଦି ) ଙ୍କ ନିମନ୍ତେ ମାସିକ ୫୦୦ ଟଙ୍କା ଧାର୍ୟ୍ୟ କରାଯାଇଅଛି | ତତ୍ସହିତ ଯେଉଁ ଦେୟ ପ୍ରଦାନକାରୀମାନେ ଏକ ବର୍ଷର ଦେୟ ଏକାଥରେ ଦେବେ ସେମାନଙ୍କୁ ୨ ମାସର ରିହାତି ଏବଂ ଯେଉଁ ଦେୟ ପ୍ରଦାନକାରୀମାନେ ୬ ମାସ ର ଦେୟ ଏକାଥରେ ଦେବେ ସେମାନଙ୍କୁ ୧ ମାସ ରିହାତିର ସୁବିଧା କରାଯାଇଅଛି | ଉକ୍ତ ଦେୟ ନିମନ୍ତେ ପ୍ରତେକ ୱାର୍ଡ ରେ ନିୟୋଜିତ ହୋଇଥିବା ସ୍ଵଛ ସାଥି ,ସ୍ୱଚ୍ଛ ସୁପରଭାଇଜରଙ୍କ ଦ୍ୱାରା ଆଦାୟ କାରାଯିବା ନିମନ୍ତେ ଧାର୍ୟ୍ୟ କରାଯାଇଅଛି ଓ ଏହି ଅବସରରେ ସର୍ବପ୍ରଥମେ ଜିଲ୍ଲାପାଳ ଏବଂ ନିର୍ବାହୀ ଅଧିକାରୀ ୩୦୦ ଟଙ୍କା ଲେଖାଏଁ ଏକବର୍ଷ ନିମନ୍ତେ ରିହାତି ମୂଲ୍ୟରେ ବ୍ୟବହାରିକ ଦେୟ ପ୍ରଦାନ କରିବା ସହିତ ସ୍ୱଚ୍ଛ ସାଥୀଙ୍କ ଠାରୁ ରସିଦ ଗ୍ରହଣ କରିଥିଲେ | ସଫେଇ କାର୍ୟ୍ୟକ୍ରମରେ ବଳିଷ୍ଠ ଅବଦାନାପାଇଁ ତିନି ଜଣ ସଫେଇ କର୍ମଚାରୀ, ତିନି ଜଣ ସ୍ଵଛ ସାଥି ଏବଂ ଜଣେ ସ୍ଵଛ ସୁପରଭାଇଜର ଙ୍କୁ ସମ୍ମାନିତ କାରାଯିବା ସଂଗେ ସଂଗେ ସହରରେଥିବା ଜୀବନଦୀପ ହସ୍ପିଟାଲର ଡ଼ା.କେ. ସି . ମହାନ୍ତି , ବାଲାଜୀ ହୋଟେଲ ର ନବୀନ ଅଗ୍ରୱାଲ ଏବଂ ମାର୍କେଟ ଆସୋସିଏସନର ସରୋଜ କୁମାର ବୋଷଙ୍କୁ ମଧ୍ୟ ସେମାନଙ୍କର ସହଯୋଗ ପାଇଁ ସମ୍ମାନିତ କରାଯାଇଥିଲା | ଏହି ସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ମ ,୬ଷ୍ଟ ଓ ୭ମ ପର୍ୟ୍ୟାୟ ନିମନ୍ତେ ୧୦ ଜଣ ହିତାଧିକାରୀଙ୍କୁ କାର୍ୟ୍ୟାଦେଶ ବଣ୍ଟନ କରାଯାଇଥିଲା | ସର୍ବଶେଷରେ କାର୍ୟ୍ୟନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଘରୁ ଏବଂ ଦୋକାନ ବଜାର ରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁକୁ ରାସ୍ତା ଏବଂ ଡ୍ରେନରେ ନ ପକାଇ ପୌରପରିଷଦ ଦ୍ୱାରା ନିୟୋଜିତ ଅଳିଆ ଗାଡ଼ିରେ ଦେବାପାଇଁ ସହର ବାସୀଙ୍କୁ ଅନୁରୋଧ କରିଥିଲେ ଓ ଉକ୍ତ ସଭାକୁ ଉଜ୍ବଳ କୁମାର ବେହେରା, ଗୌରୀ ଶଙ୍କର ନାୟକ, ସନ୍ତୋଷ କୁମାର ମହାନ୍ତି ,ସାର୍ଥକ ପ୍ରୟାସ ପାତ୍ର,ଅମ୍ଲାନ ପଟନାୟକ ଓ ବିଶେଶ୍ୱର ବେହେରା ପରିଚାଳନା କରିଥିଲେ | ସଭାକାର୍ୟ୍ୟ ସମାପ୍ତ ପରେ ଉପସ୍ଥିତ ସମସ୍ତଙ୍କୁ କାର୍ୟ୍ୟରେ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲାପାଳ ଏବଂ ନିର୍ବହୀଅଧିକାରୀ “ବଡା ଖାନା” କାର୍ୟ୍ୟକ୍ରମରେ ସୁସ୍ୱାଦୁ ବ୍ୟଞ୍ଜନ ପରସିଥିଲେ |