ସମ୍ବଲପୁର/.ରମାକାନ୍ତ ବିଶ୍ବାଳ- ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ କେନ୍ଦୁଘାଟି ଠାରେ ଶ୍ରୀ ଶ୍ରୀ ଶବରୀ ନାରାୟଣ ମହାପ୍ରଭୁଙ୍କ ବାର୍ଷିକ ପୁଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଚତୁର୍ଥ ବର୍ଷ ପାଇଁ କେନ୍ଦୁଘାଟିରେ ବାର୍ଷିକ ପୁଜା ମହୋତ୍ସବ ଟି ଆୟୋଜିତ ହୋଇଥିଲା । ୮୦ ବର୍ଗୀୟ ସହଁରା ସମାଜ ନେଉଲବାରୀ କେନ୍ଦୁଘାଟି କମିଟି ପକ୍ଷରୁ ସହଂରା ସମାଜ ଇଷ୍ଟଦେବତା ଶ୍ରୀ ଶବରୀ ନାରାୟଣ ଙ୍କ ପୁଜା ଉପଲକ୍ଷେ କଳସଯାତ୍ରା ସହ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଏଥିସହ ସଙ୍କୀର୍ତ୍ତନ , ସାମୁହିକ ଗୀତା ପାଠ, ସବରୀ ନାରାୟଣ କିମ୍ବଦନ୍ତୀ ଉପରେ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବାର୍ଷିକ ପୁଜା ମହୋତ୍ସବ ରେ କର୍ତ୍ତା ଭାବରେ ଗ୍ରାମର ରାଜେନ୍ଦ୍ର ଭୋଇ ଓ ଝରଣା ଭୋଇ କାର୍ଯ୍ୟ ସଂପାଦକ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ୫୪ ଖଣ୍ଡ ଗ୍ରାମର ଭକ୍ତ ସାମିଲ ହୋଇଥିଲେ । ଆଗାମି ଦିନରେ କେନ୍ଦୁଘାଟିରେ ଶ୍ରୀ ଶ୍ରୀ ଶବରୀ ନାରାୟଣ ମହାପ୍ରଭୁଙ୍କ ଏକ ପୀଠ ମଧ୍ୟ ନିର୍ମାଣ କରାଯିବ ବୋଲି ନେଉଲବାରୀ ଆଞ୍ଚଳିକ ସଂଘ କେନ୍ଦୁଘାଟି କମିଟି ପକ୍ଷରୁ ସୁଚନା ଦିଆଯାଇଛି । କେନ୍ଦୁଘାଟିରେ ଅନୁଷ୍ଠିତ ବାର୍ଷିକ ପୁଜା ମହୋତ୍ସବ ରେ ସମ୍ବଲପୁର ଜିଲ୍ଲା ଆଦିବାସୀ ଦଳିତସେନାର ସଭାପତି ସୁବେସ ମୁଣ୍ଡା ଅତିଥି ଭାବରେ ଯୋଗଦେଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଥିଲେ ।