ହେଡଲାଇନସ୍:

ବରଗଡ଼ ଜିଲ୍ଲାରେ ବନ୍ଦର ସଫଳତା ଅଭୁତପୂର୍ବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :- ଭାରତ ସରକାର ଙ୍କର GST  କର କୁ ସରଳୀ କରଣ କରିବା ଦାବିରେ ଆଜି ବରଗଡ଼ ଜିଲ୍ଲାରେ ଅଭୁତପୂର୍ବ ବନ୍ଦ ସଫଳତାର ସହ ପାଳିତ ହୋଇଯାଇଛି |  ଧର୍ମଶାଳା ଛକରେ ଅନୁଷ୍ଠିତ ବୈଠକରେ ଜୟ ପ୍ରକାଶ ଲାଠ, ରୋହିତ ପିପିଲନି , ଘଷିରାମ ଅଗ୍ରୱାଲ, ହରି ଅଗ୍ରୱାଲ , ମହମ୍ମଦ  ଆଶଲମ , ସଲିମ , ଅମିତ ସାହୁ , ବୈକୁଣ୍ଠ , ରମେଶ ରେଖାନୀ ,କିଶୋର ଅଗ୍ରୱାଲ ଓ ପ୍ରଦୀପ ଦେବତା ଉଦବୋଧନ ଦେଇଥିଲେ | ବରଗଡ଼ ଜିଲ୍ଲା ବ୍ୟବସାୟୀ ସଂଘର ସବୁ ଦୋକାନ ବଜ଼ାର ବନ୍ଦ  ରଖିବାକୁ ବ୍ୟବସାୟୀ ବନ୍ଧୁଙ୍କୁ ଅନୁରୋଧ କରାହୋଇଥିଲା | କିନ୍ତୁ ସବୁ ବ୍ୟାଙ୍କ, ସରକାରୀ ଅଫିସ , ରାସ୍ତା , ଗାଡି ମଟର ଖୋଲିବା ପାଇଁ କୁହା ଯାଇଥିଲା | ଆଜି ବନ୍ଦର ସଫଳତା ପାଇଁ  ବରଗଡ଼ ଜିଲ୍ଲା ବ୍ୟବସାୟୀ ସଂଘ ସଂପାଦକ ପ୍ରଦୀପ ଦେବତା ସମସ୍ତ ବ୍ୟବସାୟୀ ଓ ଦୋକାନୀଙ୍କୁ ଧନ୍ୟବାଦ ଦେଇଛନ୍ତି |

0
0
0
s2sdefault