ରାୟଗଡ (ସରୋଜ କୁମାର ସାହୁ) -ରାୟଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଅଧ୍ୟକ୍ଷ କ୍ରାଇସିସ ଗ୍ରୁପ୍ ଶ୍ରୀ ସରୋଜ କୁମାର ମିଶ୍ର ଙ୍କ ପରାମର୍ଶ କ୍ରମେ , ଇମ୍ଫା କାରଖାନା ର ଉପ ସଭାପତିି ନିର୍ମାଣ ଶ୍ରୀ କେ ଭି ରାଓ ଙ୍କ ପ୍ରତେକ୍ଷ ତତ୍ୱାବଧାନରେ ସ୍ଥାନୀୟ ଇମ୍ଫା କାରଖାନା ପରିସରରେ ଅଗ୍ନି ଜନିତ ଦୁର୍ଘଟଣା ଓ ତାର ନିରାକରଣ ପ୍ରସ୍ତୁତିର ପୁର୍ବାଭାସ କରାଯାଇଅଛି । ଇମ୍ଫ। କାରଖାନା ପରିସରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ, ରାୟଗଡ଼ା ସ୍ଥିତ କାରଖାନା ଓ ବାଷ୍ପୀୟ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସୋରୁପ କୁମାର ଜେନା ,ସରକାରୀ ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ କୁମାର ନାୟକ ,ରାୟଗଡ଼ା ଜିଲ୍ଲା ଅଗ୍ନି ଶ୍ରମ ଅଧିକାରୀ ଶ୍ରୀ ସଂଗ୍ରାମ ହାଁସଦା ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଇମ୍ଫାର ଉପ ସଭାପତି ଶ୍ରୀ କେ ଭି ରାଓ ଉତ୍ପାଦନ ପ୍ରଣାଳୀ ଓ ଏଥି ସହିତ ସଂଲଗ୍ନ ହୋଇଥିବା ବିପଦ ସଙ୍କୁଳ ସ୍ଥାନ ବିଷୟରେ ଉପସ୍ଥିତ କର୍ମଚାରୀଙ୍କୁ ସଚେତନ କରାଇଥିଲେ । ଇମ୍ଫା ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ରାମ କୃଷ୍ଣ ତ୍ରିପାଠୀ ଇମ୍ଫା ବିଶ୍ଵକର୍ମା ଭବନ ପରିସରରେ ଉପସ୍ଥିତ ଥିବା ଅତିଥି ଓ ଇମ୍ଫାର କର୍ମଚାରୀଙ୍କୁ କାରଖାନାରେ ବିଭିନ୍ନ ପ୍ରକାର ସୁରକ୍ଷା ପ୍ରସ୍ତୁତି ପ୍ରଣାଳୀ ଓ ଦୁର୍ଘଟଣା ଏଡାଇବାପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଅତି ପ୍ରଞ୍ଜଳଭାବେ ବୁଝାଇଥିଲେ । ଏହି ପରିପେକ୍ଷିରେ ବିଭିନ୍ନ ପ୍ରକାର ସୁରକ୍ଷା ସମଧୀୟ ଜରୁରୀ କାଳୀନ ପରିସ୍ଥିତିକୁ ସମ୍ମୁଖୀନ କରିବାପାଇଁ ଏବଂ କାର୍ଯ୍ୟରତ କର୍ମାରୀଙ୍କ ପ୍ରସ୍ତୁତି ପରଖିବା ପାଇଁ ଦିଆଯାଇଥିବା ପ୍ରଶିକ୍ଷଣର ତତ୍ତ୍ଵାବଧାନ ନିମନ୍ତେ ଏକ ମକ୍ ଡ୍ରିଲ ର ଆୟୋଜନ କରାଯାଇଥିଲା । ଏହି ମକ ଡ୍ରିଲ୍ ବେଳେ ସମସ୍ତ ଟିମ୍ ଭିତରେ ସମନ୍ୟୋୟ ରକ୍ଷା କରି ଠିକ୍ ଭାବରେ ପରିଚାଳନା କରିଥିବାରୁ ସମସ୍ତ ଅତିଥି ଇମ୍ଫା କର୍ମଚାରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।ଉପ ନିର୍ଦ୍ଦେଶକ ଶ୍ରୀ ସ୍ୱୋରୁପ କୁମାର ଜେନା ସୁରକ୍ଷା ନିୟମ ମାନି ଯେତେ କମ୍ ସମୟ ରେ କାମ କଲେ ଓ ଯେତେ କମ୍ ସମୟ ରେ ନିଷ୍ପତି ନେଇ ପାରିଲେ ମଣିଷ ଜୀବନ ସହ କାରଖାନାର କ୍ଷୟକ୍ଷତିକୁ ବଞ୍ଚା ଯାଇ ପାରିବ ବୋଲି କହିଥିଲେ । ସହକାରୀ ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ କୁମାର ନାୟକ ଠିକ୍ ସମୟରେ ପ୍ରତେକ୍ ଟିମ୍ ନିଜ ନିଜ ଭିତରେ ସଂଯୋଗ ରଖି ଠିକ୍ ସମୟରେ ଠିକ୍ ନିଷ୍ପତି ନେଇଥିବାରୁ ପୂର୍ବ ଦିନର ପ୍ରସ୍ତୁତି ଅପେକ୍ଷା ଆଜିର ପ୍ରସ୍ତୁତି ଅତି ଉଚ୍ଚ କୋଟୀର ହୋଇଛି ବୋଲି କହିବାସହ ଇମ୍ଫାର କର୍ତ୍ତୃପକ୍ଷଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଉତ୍କଳ ଆଲୁମିନା, ଜେ କେ କାଗଜକଳ,ହନୁମାନ ଅକ୍ସିଯେନ୍,ବର୍ଦ୍ଧମାନ କେମିକାଲ ର ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ ।
ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ସଂଗ୍ରାମ ହାଁସଦା ବର୍ଷ ତମାମ୍ ବିଭିନ୍ନ ସମୟରେ ତାଲିମ ନେଇ ଠିକ୍ ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନୟ ରଖି ଏକ ନୂତନ ମାନର ପ୍ରଦର୍ଶନ କରିଥିବା ଯୋଗୁ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଏହାକୁ ସବୁବେଳେ ଅଭ୍ୟାସ କରିବା ପାଇଁ ଉପଦେଶ ଦେଇଥିଲେ । ଇମ୍ଫାର ଉପ ସଭାପତି ଶ୍ରୀ କେ ଭି ରାଓ,ସମସ୍ତ ଅଧିକାରୀ ଓ ଅତିଥି ଦେଇଥିବା ଉପଦେଶକୁ ସମସ୍ତ କର୍ମଚାରୀଙ୍କୁ ମନିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବଂ ଇମ୍ଫା କାରଖାନାର ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଉପ ମହା ପ୍ରବନ୍ଧକ ଶ୍ରୀ କଲୋଲ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ମକ ଡ୍ରିଲ୍ଲ ଟି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସମାପନ ହୋଇଥିଲା ।