ହେଡଲାଇନସ୍:

ଓରମାସ ଓ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କ୍ଷୁଦ୍ର ପ୍ରଦର୍ଶନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଓରମାସ ଓ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ମନମୋହନ ସ୍କୁଲ ପଡ଼ିଆଠାରେ ଆୟୋଜିତ କ୍ଷୁଦ୍ର ପ୍ରଦର୍ଶନୀ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ , ଉତ୍ପାଦକ ଗୋଷ୍ଠୀ ଓ କୁଶଳୀ କାରିଗରମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ  ବଡ଼ି , ଆଚାର , ପାମ୍ପଡ଼,ଚାନ୍ଦୁଆ , କପଡ଼ା ବ୍ୟାଗ , ଢେଙ୍କିକୁଟା ଚାଉଳ , ସୁଗାର ଫ୍ରି ଚାଉଳ , ଡାଲିଜାତ ଦ୍ରବ୍ୟ ଓ ବାଉଁଶ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୀ ପନ୍ଦର ଦିନ  ଧରି ଚାଲିବ ।ଜିଲ୍ଲାପାଳ ପ୍ରଦର୍ଶନୀ ବୁଲି ଦେଖିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମହିଳା ମାନଙ୍କ ସହ ଆଲୋଚନା ମାଧ୍ୟମରେ ଉତ୍ପାଦିତ ସାମଗ୍ରୀଗୁଡିକର ବିକ୍ରୀ ସମ୍ପର୍କରେ ପଚାରି ବୁଝିଥିଲେ । ଓରମାସ ମାଧ୍ୟମରେ ଉତ୍ପାଦିତ ଦ୍ରବ୍ୟ ପାଇଁ ମାର୍କେଟିଂ ଓ  ଭିତ୍ତିଭୂମିର ବିକାଶ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ।

କୋଭିଡ ନିୟମ ଅନୁପାଳନ ମଧ୍ୟରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ବେଳେ ଆସନ୍ତା ଏଗାର ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଉପ ଜିଲ୍ଲାପାଳ ଶିବ ଟପ୍ପୋ ,ବି ଡି ଓ ପ୍ରସନ୍ନ ପାଣ୍ଡେ , ଅତିରିକ୍ତ ପି ଡି ସୁକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।  ପ୍ରଦର୍ଶନୀ ରେ ବାରଟି  ଷ୍ଟଲରେ ଏଗାରଟି ଏସ ଏଚ ଜି ଓ ଗୋଟିଏ ଡି ଡି ୟୁ ଜି କେ  ୱାଇ ଷ୍ଟଲ ପ୍ରଦର୍ଶିତ ହୋଇଛି ।ଓରମାସ ଡେ଼ପୁଟି ସି ଇ ଓ ଭାଗ୍ୟଲଷ୍ମୀ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିଳିମା କୁଜୁର , ରୁଦ୍ରନାରାୟଣ ଦାଶ , ଯଶୋବନ୍ତ ନାଏକ , ଶୁଭେନ୍ଦୁ ପଲାଇ ଙ୍କ ସମେତ ଓରମାସ , ଓ ଏଲ ଏମ୍ , ଡି ଏମ୍ ଏଫ ଓ ଡୁଡ଼ା ର କର୍ମଚାରୀ ସହଯୋଗ କରିଥିଲେ । ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ।

0
0
0
s2sdefault