ଭୁବନେଶ୍ୱର(ଶାସକ ପ୍ରଶାସକ) -ସମସ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଏବଂ ଆର୍ଥିକ ସ୍ତରର ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ପ୍ରବେଶ ସ୍ତର ଶ୍ରେଣୀରେ ମୋଟ୍ ସିଟର ୨୫ ପ୍ରତିଶତ ସଂରକ୍ଷିତ ସିଟରେ ନାମ ଲେଖାଇବା ବାଧ୍ୟତାମୂଳକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିବା ସହ ଏଥିରେ ସ୍ୱଚ୍ଛତା ଆଣିବା ସକାଶେ ଆରଟିଇ (ରାଇଟ୍ ଟୁ ଏଜୁକେସନ୍) ପାଇଁ ଏକ ସ୍ୱତନ୍ତ୍ର ଅନ୍ଲାଇନ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି |
ବର୍ତ୍ତମାନ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଫ ଲାଇନ ମୋଡରେ ଏହି ପ୍ରକ୍ରିୟା କରୁଥିଲେ, କିନ୍ତୁ ୨୦୨୧-୨୨ ଶିକ୍ଷାବର୍ଷରୁ ଏହା ଓଡ଼ିଶା ସରକାରଙ୍କ ୫ "ଟି' ପଦକ୍ଷେପର ଏକ ଅଂଶ ଭାବରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏକ ଦକ୍ଷ ଅନ୍ଲାଇନ୍ ପ୍ରକ୍ରିୟାକୁ ସ୍ଥାନାନ୍ତରିତ ହୋଇଛିା ବର୍ତ୍ତମାନଠାରୁ ୨୫ ପ୍ରତିଶତ ସଂରକ୍ଷିତ ସିଟ୍ ଆଡ୍ମିଶନ୍ ପ୍ରକ୍ରିୟା ଅନ୍ଲାଇନ୍ ଆରଟିଇ ପାରଦର୍ଶୀ ପୋର୍ଟାଲ www.rteparadarshi.odisha.gov.in ମାଧ୍ୟମରେ କାର୍ଯ୍ୟକାରୀ ହେବା ଏହି ନୂତନ ଉନ୍ମୋଚିତ ପ୍ରକ୍ରିୟାରେ ସମସ୍ତ ବେସରକାରୀ ବିଦ୍ୟାଳୟ (ଯେଉଁମାନେ ଓଡ଼ିଶା ସରକାରଙ୍କଠାରୁ ସ୍ୱୀକୃତି ସାର୍ଟିଫିକେଟ୍ ପାଇଛନ୍ତି)ଗୁଡ଼ିକ ନିଜକୁ ଏହି ପୋର୍ଟାଲରେ ପଂଜୀକୃତ କରିବାକୁ ପଡ଼ିବ ଏବଂ ଏହା ପରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସମାନ ପୋର୍ଟାଲରେ ଥିବା ନିକଟ ବିଦ୍ୟାଳୟରେ ଆବେଦନ କରିବାର ସୁଯୋଗ ପାଇବୋ ଛାତ୍ରମାନଙ୍କ ଦ୍ୱାରା ଅନ୍ଲାଇନ୍ ଆବେଦନ ପରେ ସଂପୃକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ହାର୍ଡ କପି ଡକ୍ୟୁମେଣ୍ଟ ଯାଞ୍ଚ/ଯୋଗ୍ୟତା ଯାଞ୍ଚ ଆରମ୍ଭ କରିବେ | ଯୋଗ୍ୟବିବେଚିତ ପିଲାମାନଙ୍କୁ ରାଜ୍ୟ ସ୍ତରରେ ଅନ୍ଲାଇନ୍ କେନ୍ଦ୍ରୀଭୂତ ଲଟେରୀ ପାଇଁ ଅନୁମୋଦନ କରିବୋ ଲଟେରୀ ବିଜେତା ପିଲାମାନେ ବିଦ୍ୟାଳୟରେ ସିଧାସଳଖ ଆଡମିଶନ ପାଇଁ ଏକ ସୁଯୋଗ ପାଇବେ, ଯାହାକି ଅଷ୍ଟମ ଶ୍ରେଣୀ ଶିକ୍ଷା ସମାପ୍ତ କରିବା ପର୍ଯ୍ୟନ୍ତା ଏହି ୨୫ ପ୍ରତିଶତ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ କୌଣସି ଶୁଳ୍କ ଲାଗୁ କରିପାରିବେନି କୌଣସି ଘରୋଇ ବିଦ୍ୟାଳୟ ଯୋଗ୍ୟ ହେବେ ନାହିାଁ
ଶିକ୍ଷାମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଏହା ଘରୋଇ ବିଦ୍ୟାଳୟରୁ ବଂଚିତ ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ କୋଟା ଅଧୀନରେ ସଂପୂର୍ଣ୍ଣ ଆଡ୍ମିଶନ୍ ପ୍ରକ୍ରିୟାକୁ ସରଳ କରିବ ଏବଂ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ମଧ୍ୟ ବୃଦ୍ଧି କରିବା ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ଅନ୍ଲାଇନ୍ ସିଷ୍ଟମ ଗଣଶିକ୍ଷା ବିଭାଗ, ବେସରକାରୀ ବିଦ୍ୟାଳୟ ସମେତ ସମସ୍ତ ହିତାଧିକାରୀଙ୍କ ପାଇଁ ଲାଭଦାୟକ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଂଚିତ ପିଲାମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହେବା ମାନ୍ୟବର ମନ୍ତ୍ରୀ ୦୮୦-୪୫୬୮୩୩୫୫ ହେଲ୍ପଲାଇନ୍ ନମ୍ବର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କୌଣସି ସାହାଯ୍ୟ ଆବଶ୍ୟକ ହେଲେ ମିସ୍କଲ୍ ଦେଇପାରିବୋ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାର, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରଂଚିନାରାୟଣ ମହାନ୍ତି ଏବଂ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ପ୍ରୀତି ପ୍ରତିମା ଭୋଳ ପ୍ରମୁଖ ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲୋ