କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ) କଳାହାଣ୍ଡି ଜ଼ିଲ୍ଲାର ଅନେକ ଦିନର ସ୍ବପ୍ନ ପୂରଣ ହୋଇଯାଇଛି l ସର୍ବଭାରତୀୟ ଜେଇଇମେନ୍ ୨୦୨୧ପରୀକ୍ଷା ଦେବାପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ ଦୂର ଦୂରାନ୍ତକୁ ଯିବାକୁ ପଡୁଥିଲା l
ହେଲେ ଏହି ବର୍ଷ ଠାରୁ ଆଉ ସେହି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ l କାରଣ କଳାହାଣ୍ଡି ଜ଼ିଲ୍ଲାର ଭବାନୀପାଟଣା ଇରିଗେସନ କଲୋନୀ ୧୫ ନମ୍ବର ଲେନରେ ଥିବା ପ୍ରକୃତି ଶିକ୍ଷା ଅନୁଷ୍ଠାନ ୨୦୨୧ (ଜେଇ.ମେନ୍)ପରୀକ୍ଷା କରିବାର ସୋଭାଗ୍ୟ ପାହି ଖୁସି ର ଲହରୀ ଆଣି ଦେହିଛି କଳାହାଣ୍ଡି ଜିଲ୍ଲାକୁ l
ପ୍ରକୃତି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ସାହୁ କହିଛନ୍ତି ଯେ ଜାତୀୟ ସ୍ତରର ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଯିବା,ରହିବା, ପରୀକ୍ଷା ଦେବା, ଅଧିକ ଭାରାକ୍ରାନ୍ତ ଓ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା l ନିକଟରେ ହେବାଦ୍ୱାରା ଅତି କମ ଖର୍ଚ୍ଚରେ ଯାତାୟାତ ସହ ନିର୍ଭୟରେ ପରୀକ୍ଷା ଦେବାର ସୁଯୋଗ ପାଇପାରିଲେ l ନୂତନ ଶିକ୍ଷା ନୀତି ଆଇନ ଅନୁଯାୟୀ କଳାହାଣ୍ଡି ଜ଼ିଲ୍ଲାରେ ଜାତୀୟସ୍ତର ପରୀକ୍ଷା ହେବାର ସୁଯୋଗ ଦେଇଥିବାରୁ ଅଭିଭାବକ ମାନଙ୍କ ମହଲରେ ଖୁସି ପ୍ରକାଶ ପାଇଛି | ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣେଇଛନ୍ତି l
କୋଭିଡ -୧୯ କଟକଣା ମାନି ପରୀକ୍ଷା ପରିଚାଳନା କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ ସାହୁ କହିଛନ୍ତି l ଏହି ପରୀକ୍ଷା ଫେବୃଆରୀ ୨୩ ରୁ ଆରମ୍ଭ ହେଇ ୨୬ତାରିଖ ଶେଷ ହେବ ବୋଲି କହିଛନ୍ତି |