ଶ୍ରାଦ୍ଧବାର୍ଷିକୀ ପର୍ଯ୍ୟନ୍ତ ଜୀବନ ବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ
ଭୁବନେଶ୍ୱର (ଶାସକ ପ୍ରଶାସକ) : ପ୍ରବାଦ ପୁରୁଷବିଜୁ ପଟ୍ଟନାୟକଙ୍କ ୧୦୫ ତମଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ କଟକ ସ୍ଥିତ ବିଜୁବାବୁଙ୍କଜନ୍ମସ୍ଥାନ ଆନନ୍ଦ ଭବନ ଠାରୁଭୁବନେଶ୍ୱରବିମାନବନ୍ଦରସ୍ଥିତବିଜୁବାବୁଙ୍କ ପ୍ରତିମୁର୍ତି ପର୍ଯ୍ୟନ୍ତ ଏକ ବିଶାଳସାଇକେଲ ଯାତ୍ରାର ଆୟୋଜନ କରାଯାଉଛି ।
ଏହି ଶୋଭାଯାତ୍ରାରେ ବିଜୁଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।ଏହି ସାଇକେଲ ଶୋଭାଯାତ୍ରାରେ ହଜାର ହଜାର ଯୁବଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ଦୁଃସାହସିକ ସାଇକେଲ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତକରିବେ ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁଜନତା ଦଳର ସାମାଜିକ ପ୍ରତିବଦ୍ଧତାକୁ ଆଗେଇନେବା ପାଇଁ ଓ.ଡ଼ିଶାର ପ୍ରତ୍ୟେକ ଯୁବଛାତ୍ରଙ୍କ ପ୍ରେରଣାର ଉତ୍ସ, ସାହସର ସ୍ତମ୍ଭ ବିଜୁବାବୁଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ମାର୍ଚ୍ଚ ୫ ତାରିଖଠାରୁ ଅପ୍ରେଲ ୧୭ ତାରିଖ ପର୍ଯ୍ୟନ୍ତ ବିଜୁ ଯୁବଛାତ୍ର ଜନତା ଦଳ ଆନୁକୁଲ୍ୟରେ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ଉତ୍ସର୍ଗୀକୃତ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପାର) ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଜଣାଇଛନ୍ତି ।








