ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ବ ମାତୃଭାଷା ଦିବସ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବିଷ୍ଣୁମୋହନ ଅଧିକାରୀ ଓଡିଆ ଭାଷା ତଥା ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ କରିଥିବା ପାରଳଖେମୁଣ୍ଡିର ଲେଖକ, କବି ଓ ଗବେଷକ ମାନଙ୍କ କୃତିକୁ ସୋସିଆଲ ମିଡିଆରେରେ ବହୁଳ ଭାବେ ପ୍ରଚାର ଓ ପ୍ରସାର କରିଥିବା ଯୋଗୁଁ ଜ୍ଞାନମଣ୍ଡଳ ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ସମ୍ମାନୀତ ହୋଇଛନ୍ତି।
ଯୁବ ଇଂଜିନିୟର ଭାବେ ନିଜ କର୍ମକ୍ଷେତ୍ର ବାଛିଥିବା ସତ୍ତ୍ବେ ପାରଳାର ପ୍ରତିଷ୍ଠିତ ସାହିତ୍ୟିକ , କବି ଓ ଲେଖକ ମାନଙ୍କ କୃତିକୁ ନିୟମିତ ସୋସିଆଲ ମିଡିଆରେ ପ୍ରକାଶିତ କରୁଛନ୍ତି । ଏହି ଦୀର୍ଘ ସାଧନା ପାଇଁ ଇଣ୍ଡିଆନ ଏକ୍ସପ୍ରେସରେ ମଧ୍ଯ ତାଙ୍କର କୃତି ସ୍ଥାନ ପାଇଥିଲା।
ଅନ୍ୟମାନଙ୍କ ମଧ୍ଯରେ ବିଭିନ୍ନ କଳା,ସାହିତ୍ୟ , ସଂଗୀତ କ୍ଷେତ୍ରରେ ଅବଦାନ କରିଥିବା ଡ. ଜେପିଦାସ , ସୌମ୍ୟା ପଟ୍ଟନାୟକ , ଭାଗିରଥୀ ଦାସ , ଶ୍ୟାମାମଣୀ ଦେବୀ , ଇଲିଆନା ସିଟାରିସ୍ଟି , ଇଂ ପ୍ରଭାକର ସ୍ବାଇଁ , ପ୍ରଫେସର ଜତିନ୍ଦ୍ର ନାଏକ , ପ୍ରଦ୍ୟୁମ୍ନ ଶତପଥୀ , ଡ.ହରପ୍ରସାଦ ମିଶ୍ର , ଡ.ସରୋଜ ସିଂ, ଡ.ଶୋଭାରାଣୀ ଦାସ , ବିଜୟ ବିଶ୍ବାଳ ଏବଂ ପ୍ରଶାନ୍ତ ଭୂୟାଁ ସମ୍ମାନିତ ହୋଇଛନ୍ତି। ଅଧିକାରୀଙ୍କ ବିରଳ କୃତି ପାଇଁ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ତଥା ଅନ୍ୟାନ୍ୟ ସାହିତ୍ୟପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।