ପଦ୍ମପୁର-ବରଗଡ ଜିଲ୍ଲା ନୃସିଂହନାଥର ରାମଚଣ୍ଡୀ ମନ୍ଦିର ଠାରେ ରାମଚଣ୍ଡୀ ସେନା ର ଏକ ବୈଠକ ଆୟୋଜନ ହୋଇଥିଲା । ଯେଉଁଥିରେ ପ୍ରତେକ ବ୍ଲକ ର ସଂଯୋଯକ ଯୋଗ ଦେଇଥିଲେ ଏବଂ କିପରି ସଂଗଠନ କୁ ପଞ୍ଚାୟତ ଓ ଗ୍ରାମାଞ୍ଚଲ ପର୍ଯ୍ୟନ୍ତ ବିସ୍ତାର କରାଯିବ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ରମେଶ ଚନ୍ଦ୍ର ପ୍ରଧାନ ଓ ସୁଶାନ୍ତ ଗଡ଼ତିଆ ଙ୍କ ସଂଯୋଜନା ରେ ଆୟୋଜିତ ହୋଇଥିଲା । ଏହି ସଭାରେ ରାଜ୍ୟ ସଂଯୋଜକ ସାକେତ ଶ୍ରୀଭୂଷଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାରେ ଯଶୋବନ୍ତ ଭୋଇ, ସୁଶାନ୍ତ ସାହୁ,ଶିବଶଙ୍କର ବିଶ୍ବାଳ,ହେମନ୍ତ ସାହୁ,ଗୋକୁଳ ପ୍ରଧାନ, ଟାଇଲ ଭୋଇ, ରୀଙ୍କୁ ପ୍ରଧାନ ଓ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ରାମଚଣ୍ଡୀ ସେନା ର ବୈଠକ ।
- Hits: 680