ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଡାକ୍ତରଖାନାରେ ୧୦୮ ଆମ୍ବୁଲାନ୍ସ ହେଲପର ଆଜି ଏକ ୬ବର୍ଷ ଶିଶୁକୁ ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି । ସୂଚନାଯୋଗ୍ୟ ଯେ ଚାରମାଳ ଥାନା ରେଙ୍ଗାଲି ପଞ୍ଚାୟତ କୋଷୋଣ୍ଡା ଗ୍ରାମର ଅନୁଭବ ମିର୍ଦ୍ଧା ସିକିଲ ସେଲ ରୋଗରେ ପିଡୀତ ହୋଇ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଶିଶୁର ଦେହରେ ରକ୍ତ କମିଯିବାରୁ ଡାକ୍ତର ତୁରନ୍ତ ' ଓ ' ପଜିଟିଭ ରକ୍ତ ଯୋଗାଡ଼ କରିବା ପାଇଁ ଶିଶୁର ବାପା ନିରଞ୍ଜନ ମିର୍ଦ୍ଧାଙ୍କୁ କହିଥିଲେ । ପରିବାର ଲୋକ ରକ୍ତ ଯୋଗାଡ଼ କରିନପାରି ହତାଶ ହୋଇ ପଡ଼ିଥିଲେ , ଶେଷରେ ରେଢ଼ାଖୋଲ ଡାକ୍ତରଖାନାରେ ନିୟୋଜିତ ହୋଇଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ରକ୍ତ ଦେଇ ତାଙ୍କ ପୁଅର ଜୀବନ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ , ଉକ୍ତ ୧୦୮ ଆମ୍ବୁଲାନ୍ସର ହେଲପର କୁଶ ପ୍ରଧାନ ରକ୍ତଦାନ କରି ଶିଶୁଟିର ଜୀବନ ବଞ୍ଚାଇଥିଲେ । ପୂର୍ବରୁ ମଧ୍ୟ ଜୁଲାଇ ୩୧ ୨୦୨୦ ମସିହାରେ ଉକ୍ତ ଶିଶୁକୁ ଚାରମାଳ ଆମ୍ବୁଲାନ୍ସ ଇଏମଟି ସୋମ୍ୟରଞ୍ଜନ ଶତପଥୀ ଓ ହେଲପର ଅନିଲ ପ୍ରଧାନ ରକ୍ତଦେଇ ଜୀବନ ବଞ୍ଚାଇଥିଲେ।
ରାଜ୍ୟ
ରେଢ଼ାଖୋଲ ଚିକିତ୍ସାଳୟରେ ରକ୍ତଦାନ କରି ଛଅ ବର୍ଷ ଶିଶୁର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ ।
- Hits: 329