ହେଡଲାଇନସ୍:

ମାଁ ମାଣିକେଶ୍ୱରୀ ମନ୍ଦିର ନିର୍ମାଣ ଭୂମି ପୂଜନ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ): ଆଦୀପିଠ ଶକ୍ତି ପିଠ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁମା ଣିକେଶ୍ଵରୀଙ୍କ ଥୁଆମୂଳ ରାମପୁର ଠାରେ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଗତ ୨୨ ତାରିଖ ସୋମବାର ଦିନ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ବିରବାଦ୍ୟ ଘୁମୁରା ରେ ଥୁଆମୂଳ ରାମପୁର କମ୍ଫୀଉଠିଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଉକ୍ତ ଓ ଶ୍ରଦ୍ଧାଳୁମାନେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ । 

 ଥୁଆମୂଳ ରାମପୁର ଠାରେ ମାଁ ମାଣିକେଶ୍ଵରୀଙ୍କ ଏକ ଉଚ୍ଚକୋଟୀର ଭବ୍ୟ ମନ୍ଦିର ନିର୍ମାଣର ପଦକ୍ଷେପ ନିଆଯାଇଥିବାରୁ ଅଞ୍ଚଳ ବାସୀଙ୍କ ମନରେ ଆନନ୍ଦ ର ଲହରୀ ଖେଳିଯାଇଛି ।ଏହି ଅବସରରେ ଅନୁଷ୍ଠିତ ସଭାରେ ଓଡ଼ିଶା ସରକାର ଗୃହ ରାଷ୍ଟ୍ରମନ୍ତ୍ରୀ  କ୍ୟାପଟେନ ଦିବ୍ୟଶଙ୍କରମିଶ୍ର , ମୁ ଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ପୂର୍ବତନ ସାଂସଦ ଅର୍କକେଶ୍ଵରୀଦେଓ , ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ସଦର ବ୍ଲକ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ଲାଞ୍ଜିଗଡ ବିଧାୟକ ବଲଭନ୍ଦ୍ରମାଝୀ , ବିଶିଷ୍ଟ ଐତିହାସିକ ତଥା ଲେଖକ ଉମାଶଙ୍କର କର, ବରିଷ୍ଠ ସାମ୍ବାଦିକ ଶେଷଦେବବେହେରା , ସତ୍ୟନାରାୟଣ ମହାପାତ୍ର, ସିଟିଜନ୍ ଫୋରମର ସଭାପତି ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ଅଞ୍ଚଳ ବାସୀଙ୍କୁ ଉତ୍ସାହିତ କରିଥିଲେ । ମନ୍ଦିର ନିର୍ମାଣ କମିଟି ର ଉପଦେଷ୍ଟା ସତ୍ୟନାରାୟଣ ମୁଣ୍ଡଛିନା ମାଁ ମାଣିକେଶ୍ଵରୀଙ୍କ ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ। ମାଁ ମାଣିକେଶ୍ଵରୀ ମନ୍ଦିର ନିର୍ମାଣ କମିଟି ର ସଭାପତି ମାଣିକ୍ୟ ଚନ୍ଦ୍ର ନାଏକ ଓ ସମ୍ପାଦକ କୈଳାସ ପରିଚ୍ଛା ମନ୍ଦିର ନିର୍ମାଣ କାମରେ ସହଯୋଗ କରିବା ପାଇଁ ଅଞ୍ଚଳ ବାସୀ ଙ୍କୁ ନିବେଦନ କରିଛନ୍ତି ।

0
0
0
s2sdefault