ହେଡଲାଇନସ୍:

ଗରିବ ପିଲାମାନଙ୍କ ପାଇଁ ସିଆରପିଏଫ ଦ୍ୱାରା କମ୍ପ୍ୟୁଟର କୋଚିଂ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଅଧିକାଂଶ ଗ୍ରାମ ଗୁଡିକରେ ବିଗତ କିଛି ବର୍ଷ ହେଲା ମାଓବାଦୀ ମାନଙ୍କର ଗତିବିଧି ପରିଲକ୍ଷିତ ହେଉଛି । ମାଓବାଦୀ ମାନଙ୍କର ଗତିବିଧି ଉପରେ କାବୁ କରିବା ପାଇଁ ପାଇକମାଲ , ଝାରବନ୍ଧ , ପଦ୍ମପୁର ଅଂଚଳର ଅନେକ ସ୍ଥାନରେ ବିଶ୍ୱର ସର୍ବ ବୃହତ ଅର୍ଦ୍ଧସାମରିକ ବଳ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନ ମାନଙ୍କୁ ମୁତୟନ କରାଯାଇଛି । ପାଇକମାଲ ଓ ଝାରବନ୍ଧ ଅଞ୍ଚଳରେ ମୁଖ୍ୟତଃ CRPF ର 189 ବଟାଲିଅନ ର ଯବାନ ମାନଙ୍କୁ ମୁତୟନ କରାଯାଇ । ଏହି ଯବାନ ମାନେ ଅଂଚଳରେ ମାଓବାଦୀ ମାନଙ୍କର ଗତିବିଧି ଉପରେ ଅଙ୍କୁଶ ଲଗେଇବା ସହିତ ଅଂଚଳ ବାସୀଙ୍କର ଉପକାର ପାଇଁ ସିଭିକ ଆକ୍ସନ ପ୍ରୋଗ୍ରାମ ଅନ୍ତର୍ଗତ ଅନେକ ସାମାଜିକ କାମ ମଧ୍ୟ କରିଥାନ୍ତି । ବର୍ତ୍ତମାନ ପାଇକମାଲ ନୂଆପଡା ରାସ୍ତାରେ ଥିବା ବରତୁଣ୍ଡା ଗ୍ରାମରେ CRPF ର 189 ବଟାଲିଅନର F କମ୍ପାନୀ ର ଯବାନ ମାନେ ମୁତୟନ ଅଛନ୍ତି ।

ବରତୁଣ୍ଡା ଗ୍ରାମ ଓ ଆଖପାଖରେ ଥିବା ଗ୍ରାମବାସୀ ମାନେ ମୁଖ୍ୟତଃ କ୍ଷୁଦ୍ର ଚାଷୀ କିମ୍ବା ମଜୁରୀ ଉପରେ ନିର୍ଭରଶୀଳ । ଏହି ଅଂଚଳରେ ଛୁଆ ମାନଙ୍କର ଇଛା ଥିଲେ ସୁଦ୍ଧା ଅନେକ କାରଣରୁ ଉଚ୍ଚ ଶିକ୍ଷା ପାଇବା ପାଇଁ ଅନେକ ବାଧା ଦେଖାଦେଇଥାଏ । ଏହି ଅସୁବିଧା କୁ ଅନୁମାନ କରି ବର୍ତ୍ତମାନ ବଟାଲିଅନ ର ମୁଖ୍ୟ ଶ୍ରୀ ଯୋଗେନ୍ଦ୍ର ସିଂ ମୋର୍ଯ୍ୟା ଙ୍କର ନିର୍ଦେଶରେ ବରତୁଣ୍ଡା ଠାରେ ଅଂଚଳର ଅନେକ ଗରିବ ଛାତ୍ରଛାତ୍ରୀ ମାନଙ୍କର ପାଇଁ ଆରମ୍ଭ କରାଯାଇଛି କମ୍ପ୍ୟୁଟର ଶିକ୍ଷା କାର୍ଯ୍ୟକ୍ରମ । ବରତୁଣ୍ଡା , ଚେରେଙ୍ଗାଝାଞ୍ଜ , ଭୂଇଁଖାର ଓ ନିଲାଥର ଗ୍ରାମର ମୋଟ ପନ୍ଦର ଜଣ ଛାତ୍ର ଛାତ୍ରୀ ଙ୍କୁ ମାଗଣରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଛି । ଏଥିପାଇଁ ତିନି ଜଣ ପ୍ରଶିକ୍ଷିତ ଶିକ୍ଷକ ଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି କୋର୍ସ ତିନିମାସ ପର୍ଯ୍ୟନ୍ତ ଚାଲିବ । କୋର୍ସ ସମ୍ପୂର୍ଣ୍ଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଯେଉଁ ପ୍ରମାଣ ପତ୍ର ପ୍ରଦାନ କରାଯିବ ତାର ବୈଧତା ପୁରା ଭାରତ ବର୍ଷରେ ରହିବ । ଯଦି କୋଣସି ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ପାଇଁ କୋଣସି ପ୍ରକାର ର ସାହାଯ୍ୟ ଚାହିଁବ ତେବେ ତାକୁ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି କମ୍ପାନୀ ର ମୁଖ୍ୟ ଶ୍ରୀ ଶ୍ରୀ ସୁରେନ୍ଦ୍ର କୁମାର ସୂଚନା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ CRPF ଯବାନ ମାନଙ୍କର ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ଆନନ୍ଦିତ ଥିବା କହିଛନ୍ତି ଛାତ୍ରଛାତ୍ରୀ ମାନେ । 

0
0
0
s2sdefault