ଆଇଆଇଏଲ୍ ନିରନ୍ତର ଆଇନ୍ ଶିକ୍ଷାର ଧାରା ସୃଷ୍ଟି କରିବ- ଜଷ୍ଟିସ୍ ଲଲିତ୍
ଭୁବନେଶ୍ୱର(ଶାସକ ପ୍ରଶାସକ) ଇଣ୍ଡିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ଲ (ଆଇଆଇଏଲ୍) ନିରନ୍ତର ଆଇନ୍ ଶିକ୍ଷାର ଧାରା ସୃଷ୍ଟି କରିବ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଲିତ କହିଛନ୍ତି । ଶନିବାର କିଟ୍ ପରିସରରେ ଆଇଆଇଏଲର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଷ୍ଟିସ୍ ଲଲିତ କହିଲେ, ଜ୍ଞାନ ଆହରଣ କେବେ ବି ବନ୍ଦ ହେବା ଉଚିତ ନୁହେଁ। ଜୀବନରେ ପରିବର୍ତ୍ତନ ହେଉଛି ଏକମାତ୍ର ସ୍ଥିର। ସମସ୍ତ ପ୍ରକାର ବୃତ୍ତିରେ ନିରନ୍ତର ଶିକ୍ଷାର ଗୁରୁତ୍ୱ ରହିଛି। ଏହା ହେଉଛି ପ୍ରତ୍ୟେକ ବ୍ୟକ୍ତି ଜୀବନର ଏକ ଅଂଶବିଶେଷ। ନିରନ୍ତର ଆଇନ୍ ଶିକ୍ଷାର ଧାରା ସୃଷ୍ଟି କରିବାରେ ଆଇଆଇଏଲ୍ ହେଉଛି ପ୍ରଥମ ଅନୁଷ୍ଠାନ । ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ନିରନ୍ତର ଶିକ୍ଷା ଲାଭ କରିବାର ଅଭ୍ୟାସ ସୃଷ୍ଟି କରିବ ବୋଲି କହିଥିଲେ । ବାର୍ କାଉନ୍ସି୍ଲ୍ ଅଫ୍ ଇଣ୍ଡିଆ (ବିସିଆଇ) ଓ କିଟ୍ରକ ଏହି ମିଳିତ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ ଏହି ଅନନ୍ୟ ପଦକ୍ଷେପ ପାଇଁ ବିସିଆଇ ଓ କିଟ୍ ବିଶ୍ୱବିଦ୍ୟାଳୟକୁ ଅଭିନନ୍ଦନ ଜଣାଇଥିଲେ।
ସେ କହିଥିଲେ ୧୯୮୮ ମସିହାରେ ବିସିଆଇ ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଆଇନ୍ ଶିକ୍ଷା ଏବଂ ଆଇନ୍ଜୀରବି ମାନରେ ଆଖିଦୃଶିଆ ପରିବର୍ତ୍ତନ ଆଣିଥିଲା। ସେହିପରି ଆଇଆଇଏଲ୍ ପ୍ରତିଷ୍ଠା ବାର କାଉନ୍ସିୋଲ୍ ଇତିହାସରେ ଏକ ମାଇଲ୍ଖୁଏଣ୍ଟ ହୋଇ ରହିବ ବୋଲି ଜଷ୍ଟିସ୍ ଗଭାଇ କହିଥିଲେ। ଆଇଆଇଏଲ୍ ମାଧ୍ୟମରେ ଦେଶରେ ଗୁଣାତ୍ମକ ଆଇନ୍ ଶିକ୍ଷକ ସୃଷ୍ଟି ହୋଇପାରିବେ ବୋଲି ସେ ଆଶା ପୋଷଣ କରିଥିଲେ। ଅନ୍ୟତମ ଅତିଥି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଭି ରାମସୁବ୍ରମଣ୍ୟମ୍ କହିଲେ, ବର୍ତ୍ତମାନ ଦେଶରେ ହଜାରେରୁ ଊର୍ଦ୍ଧ୍ୱ ଆଇନ୍ କଲେଜ ରହିଥିବା ବେଳେ ପ୍ରତିବର୍ଷ ୨ଲକ୍ଷ ୫୦ ହଜାର ଆଇନ୍ ସ୍ନାତକ ଉତ୍ତୀର୍ଣ୍ଣ ହେଉଛନ୍ତି। ଆଇଆଇଏଲ୍ ଆଇନ୍ ଶିକ୍ଷାବିତ୍ ଓ ଆଇନ୍ଜୀଲବିଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ସେତୁ ପାଲଟିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତର ବିଶିଷ୍ଟ ଆଇନ୍ ଶିକ୍ଷାବିତ୍ ପ୍ରଫେସର ଏନ୍ ଏଲ୍ ମିତ୍ର, ଆଇଆଇଏଲ୍ ପ୍ରତିଷ୍ଠାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଭୁବନେଶ୍ୱରରେ ଆଇଆଇଏଲ୍ ପ୍ରତିଷ୍ଠା ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ବିସିଆଇ କିଟ୍ ବିଶ୍ୱବିଦ୍ୟାଳୟକୁ ଏଥିପାଇଁ ନିଜର ସହଯୋଗୀ ଭାବେ ଗ୍ରହଣ କରିଥିବାରୁ କିଟ୍ ନିଜକୁ ଧନ୍ୟ ମନେକରୁଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶାର ଆଡ୍ଭୋଭକେଟ୍ ଜେନେରାଲ ତଥା ଓଡ଼ିଶା ବାର୍ କାଉନ୍ସି ଲ୍ ସ୍ୱତନ୍ତ୍ର କମିଟି ଅଧ୍ୟକ୍ଷ ଅଶୋକ ପରିଜା ଯୋଗଦେଇ କହିଲେ, ଦୀର୍ଘ ୩ ଦଶନ୍ଧୀ ମଧ୍ୟରେ ଆଇନ୍ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ଆଜିର ଦିନରେ ଇଂଜିନିୟରିଂ, ମେଡ଼ିକାଲ୍ ଓ ମ୍ୟାନେଜମେଣ୍ଟ ଭଳି ଆଇନ୍ ଶିକ୍ଷା ମଧ୍ୟ ଛାତ୍ରଛାତ୍ରୀଙ୍କ ପସନ୍ଦ ପାଲଟିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିସିଆଇ ତଥା ବିସିଆଇ ଟ୍ରଷ୍ଟର ଅଧ୍ୟକ୍ଷ ମନନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା ଷ୍ଟେଟ୍ ବାର୍ କାଉନ୍ସିାଲ୍ ସ୍ପେସିଆଲ୍ କମିଟି ସଦସ୍ୟ ତଥା ବରିଷ୍ଠ ଅଧିବକ୍ତା ମାନସ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବହୁ ବିଚାରପତି ଓ ପୂର୍ବତନ ବିଚାରପତିଙ୍କ ସମେତ ବିସିଆଇ ତଥା ବିସିଆଇ ଟ୍ରଷ୍ଟର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ଭାରତର ବହୁ ବିଶିଷ୍ଟ ଆଇନଜ୍ଞ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ନିରନ୍ତର ଆଇନ୍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଆଇଏଲ୍ ଏକ ମଡେଲ୍ ଇନ୍ଷ୍ଟି ଚ୍ୟୁଟ୍ ଅଫ୍ ‘ଲ ଟିଚର୍ସ ଟ୍ରେନିଂ ଓ ରିସର୍ଚ୍ଚ’ ଭାବେ କାର୍ଯ୍ୟ କରିବ। ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ। ଭୁବନେଶ୍ୱରରେ ଆଇଆଇଏଲ୍ ପ୍ରତିଷ୍ଠା ନେଇ କିଟ୍ ଓ ବିସିଆଇ ଟ୍ରଷ୍ଟ ମଧ୍ୟରେ ପୂର୍ବରୁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣା ପତ୍ର ଅନୁସାରେ ଭୁବନେଶ୍ୱରରେ କିଟ୍ ଆବଶ୍ୟକ ଜମି ଯୋଗାଇ ଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍ ଭିତ୍ତିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ।