ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ ଠାରେ ଏକ ଘରୋଇ ୱାଟର ପାର୍କ ର ଶୁଭ ଉଦ୍ଘାଟନ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଯୋଗଦାନ କରି ଉକ୍ତ ପାର୍କକୁ ଉଦ୍ଘାଟିତ କରିଥିଲେ । ୱାଟର ପାର୍କରେ ଅବସର ବିନୋଦନ ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାବାସୀ ପୂର୍ବରୁ ଛତିଶଗଡ ରାଜ୍ୟ ରାୟଗଡ଼ ଯାଉଥିବା ବେଳେ ଏବେ ତାହା ଝାରସୁଗୁଡ଼ା ଜିଲ୍ଲାରେ ପାଇପାରିବା ସହ ପରିବାରକୁ ଅତି ନିକଟରେ ଏହି ସୁବିଧା ଯୋଗାଇ ଦେବା ଏହାର ଲକ୍ଷ୍ୟ ରହିଛି । ଆଜିର ଏହି ଉଦ୍ଘାଟନ ଉତ୍ସବରେ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଝାରସୁଗୁଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିଥିଲା । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
ରାଜ୍ୟ
ଝାରସୁଗୁଡ଼ାରେ ଉଦ୍ଘାଟିତ ହେଲା ୱାଟର ପାର୍କ
- Hits: 252