ମାଲଜନଗିରି(ବି ଶ୍ରୀନିବାସ ପାତ୍ର) ଜିଲ୍ଲାପାଳ ଡ଼ଃ. ୟାଇ ବିଜୟ କୁମାର ଆଜି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଗସ୍ତ କରି ବାଲିମେଳା ଏନ ଏ ସି ଅଧିନରେ ଥିବା ବିଭିନ୍ନ ୱାର୍ଡ ରେ ଚାଲିଥିବା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ । ଏହା ପରେ ଏନ ଏ ସି ର ଦଶ ନମ୍ବର ୱାର୍ଡ ରେ ଥିବା ୱାର୍ଡ ଗୃହରେ ବାଲିମେଳା ଏନ ଏ ସି ରେ ଚାଲିଥିବା ସରକାରଙ୍କ ସମସ୍ତ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ବାଲିମେଳା ଏନ ଏ ସି ର ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ , ମାଲକାନଗିରି ପୌରପରିସଦର ନିର୍ବାହୀ ଅଧିକାରୀ ଙ୍କ ସହ ବାଲିମେଳା ଏନ ଏ ସି ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ବାଲିମେଳା ସହରର ପ୍ରାୟ 15 ରୁ ଉର୍ଦ୍ଧ ଅଞ୍ଚଳବାସୀ ସେମାନଙ୍କର ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏହା ପରେ ଜିଲ୍ଲାପାଳ ସେମାନଙ୍କୁ ଜଣ ଜଣ କରି ଡାକି ସେମାନଙ୍କର ସମସ୍ୟା ପଚାରି ବୁଝିଥିଲେ । ତେବେ ଉକ୍ତ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବାକୁ ନିର୍ବାହୀ ଅଧିକାରୀ ଶ୍ରୀ ରଥଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଦଶ ନମ୍ବର ୱାର୍ଡ ର ନୁଆ ଗାଁ ରେ ଦୀର୍ଘବର୍ଷ ହେଲେ ପାନୀୟଜଳ, ରାସ୍ତା, ଡ୍ରେନ ଓ ଷ୍ଟ୍ରିଟ ଲାଇଟ ସମସ୍ୟା ଲାଗିରହିଛି ।ଫଳରେ ଗ୍ରାମବାସୀ ବହୁ ଦୁର୍ଦଶା ଭୋଗୁଥିବା ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ କହିଥିଲେ |
ବାଲିମେଳା ଏନ ଏ ସି ର ବିଭିନ୍ନ ୱାର୍ଡ ରେ ବସବାସ କରୁଥିବା କିଛି ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଏବେବି ଅଧିକାଂଶ ଲୋକ ପଟ୍ଟା ପାଇବାରୁ ବଞ୍ଚିତ ହୋଇ ରହିଥିବା ବିଷୟରେ ପୂର୍ବତନ କାଉନସିଲର ପୁର୍ଣ ଚନ୍ଦ୍ର ଭତ୍ରା ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ବାଲିମେଳା ଏନ ଏ ସି ରେ ଥିବା ପାର୍କ ର ତୁରନ୍ତ ନବୀକରଣ କରି ବା ସହ ଚାଲିଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ଶୀଘ୍ର ସାରିବାକୁ ଜିଲ୍ଲାପାଳ ନିର୍ବାହୀ ଅଧିକାରୀ ଶ୍ରୀ ରଥ ଙ୍କୁ ନିର୍ଦେଶ ଦେଇଛନ୍ତି ।