ହେଡଲାଇନସ୍:

ବିଶ୍ୱ ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଇଏଫ୍-ଆଇଏ-ଓପେକ୍ ଭର୍ଚୁଆଲ ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର,(ଶାସକ ପ୍ରଶାସକ)  - ସାଉଦିଆରବର ଉର୍ଜା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଆୟୋଜିତ ୧୧ତମ ଆଇଏଫ-ଆଇଏ-ଓପେକ ଭର୍ଚୁଆଲ ଆଲୋଚନାଚକ୍ରରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇ ବିଶ୍ୱ ଅର୍ଥନୀତିକୁ ସ୍ୱାଭାବିକ ସ୍ଥିତିକୁ ଆଣିବା ପାଇଁ ଉତ୍ପାଦନ ହ୍ରାସକୁ ସ୍ୱାଭାବିକ କରିବାକୁ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କୁ ନିବେଦନ କରିଛନ୍ତି 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନର୍ଜି ଆଉଟଲୁକ’ ଶୀର୍ଷକ ଆଲୋଚନାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ତୈଳ  ଦର ବୃଦ୍ଧି ବିଶ୍ୱ ଆର୍ଥିକ  ପୁନରୁଦ୍ଧାରକୁ କ୍ଷତି ପହଁଚାଉଛି । ଯଦ୍ୱାରା ଏହାର ଚାହିଦା ହ୍ରାସ ପାଇଛି । ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଗୁଡିକ ପୂର୍ବରୁ ଘୋଷଣା କରିଥିବା ତୈଳ ଉତ୍ପାଦନ ଅନୁଯାୟୀ ଅଧିକ ପରିମାଣରେ ଉତ୍ପାଦନ ହ୍ରାସ କରିଛନ୍ତି । ତତସହ ଅତିରିକ୍ତ ସ୍ୱେଚ୍ଛାକୃତ ଭାବରେ ଉତ୍ପାଦନ ମଧ୍ୟ ହ୍ରାସ  କରାଯାଇଛି । କୋଭିଡ -୧୯ ମହାମାରୀ କାରଣରୁ ତୈଳ ଚାହିଦା ହ୍ରାସ ପାଇଛି । ତେଣୁ ଗତବର୍ଷ ଏପ୍ରିଲରେ ତୈଳ ଉତ୍ପାଦନକୁ ହ୍ରାସ କରିବା ପାଇଁ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଗୁଡିକର ମିଳିତ  ନିଷ୍ପତିକୁ ଭାରତ ସମର୍ଥନ କରିଥିଲା । ତେଣୁ ବର୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ ତୈଳ ଉତ୍ପାଦନକାରୀ ଦେଶମାନଙ୍କୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି ।

ଶ୍ରୀ ପ୍ରଧାନ ଦୋହରାଇଛନ୍ତି ଯେ ଉଭୟ ଉତ୍ପାଦନକାରୀ ତଥା ଉପଭୋକ୍ତା ଦେଶର ସାମୂହିକ ସ୍ୱାର୍ଥରେ ମୂଲ୍ୟ ଯୁକ୍ତିଯୁକ୍ତ ହେବା ଉଚିତ୍ । ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଦ୍ୱାରା ଭାରତୀୟମାନେ ପ୍ରତିକୂଳ ଭାବରେ ପ୍ରଭାବିତ ହେଉଛନ୍ତି । ଓପେକ୍ ଏବଂ ଏନଭରମେଂଟାଲ ଇମ୍ପାକ୍ଟ ଆସେସମେଂଟ୍ ଦ୍ୱାରା ନିକଟରେ କରାଯାଇଥିବା ଆକଳନ ଅନୁସାରେ ୨୦୨୧ ମସିହାରେ ବିଶ୍ୱର ଇନ୍ଧନ ବ୍ୟବହାର ଦୈନିକ ୫.୬ ରୁ ୬ ମିଲିୟନ ବ୍ୟାରେଲ ବୃଦ୍ଧି ପାଇବ, ଯେଉଁଠାରେ ଏହି ଅଭିବୃଦ୍ଧିର ଅଧାରୁ ଅଧିକ ଭାରତ ଏବଂ ଚୀନରୁ ଆସିବ । ୨୦୪୦ ସୁଦ୍ଧା ପ୍ରାକୃତିକ ଗ୍ୟାସ ଚାହିଦା ତିନି ଗୁଣ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏହି ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ବିଶ୍ୱ ଯେଉଁଠାରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି, ଭାରତ ସମେତ ଅନେକ ଉଦୀୟମାନ ଅର୍ଥନୀତି ଯେଉଁମାନେ ତୃଣମୂଳରୁ ପୁନରୁଦ୍ଧାର କରୁଛନ୍ତି ସେହି ଉପଭୋକ୍ତା  ନେତୃତ୍ୱକାରୀ ଦେଶ ମାନଙ୍କୁ ଉର୍ଜା ବ୍ୟବହାର ପାଇଁ ଅନୁମତି ଦେବାର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ, ଏହି ଭର୍ଚୁଆଲ ଆଲୋଚନାଚକ୍ରରେ ସାଉଦିଆରବର ମନ୍ତ୍ରୀ ଅବଦୁଲାଜିଜ୍ ବିନ ସଲମାନ ଅଲ୍ ସାଉଦଙ୍କ ସମେତ ମେrିକୋର ଉର୍ଜା ସଚିବ, ନାଇଜେରିଆର ତୈଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ  । ଏହାସହ ବିଶ୍ୱର ଶ୍ରେଷ୍ଠ ଆନ୍ତ ସରକାରୀ ଉର୍ଜା ସଂସ୍ଥା ଯଥା ଆଇଏଇଏଫ, ଆଇଏ,ଓପେକ୍, ଇରିନା ଏବଂ ଜିଇସିଏଫର ମୁଖ୍ୟମାନେ ସାମିଲ ହୋଇଥିଲେ ।

0
0
0
s2sdefault