ହେଡଲାଇନସ୍:

ଓଡିଶା-ଆନ୍ଧ୍ର ସୀମାବର୍ତୀ ରାୟଗଡ ବ୍ଳକର ୯ଟି ଗ୍ରାମ ପରିଦର୍ଶନ କଲେ ବିଡିଓ ଓ ତହସିଲଦାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ସରୋଜ କୁମାର ସାହୁ : ଦକ୍ଷିଣ ଓଡିଶା ସୀମାନ୍ତରେ ଥିବା ଗ୍ରାମଗୁଡିକର ବାସିନ୍ଦାକୁ ନେଇ ଆନ୍ଧ୍ର ସରକାର ତାହାର ବିଭିନ୍ନ ସହାୟତା ଯୋଗାଇ ଦେବା ସହ ଗତ କିଛି ଦିନ ତଳେ ହୋଇଥିବା ଆନ୍ଧ୍ରପ୍ରଦେଶର ପଂଚାୟତ ନିର୍ବାଚନରେ ଓଡିଶା ଲୋକଙ୍କୁ ସାମିଲ କରିବା ଭଳି ଘଟଣାଗୁଡିକ ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ବେଳେ ସୀମାନ୍ତ ଜିଲ୍ଳାଗୁଡିକରେ ଥିବା ଗାଁଗୁଡିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଏହି କ୍ରମରେ ରାୟଗଡ ଜିଲ୍ଳା୍‌ପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଳାପାଳ ଶ୍ରୀ ପ୍ରତାପଚନ୍ଦ୍ର ପ୍ରଧାନ ଏ ନେଇ ରାୟଗଡ ବିଡିଓ ରାଜେନ୍ଦ୍ର ମାଝି ଓ ତହସିଲଦାର ଉମାଶଙ୍କର ବେହେରାଙ୍କୁ ସୀମାନ୍ତ ଅଚଂଳରେ ବସବାସ କରୁଥିବା ଲୋକଙ୍କ ସହ ସଂପର୍କ ସ୍ଥାପନା କରି ସେଠାକାର ସ୍ଥିତିକୁ ନେଇ ରିପୋର୍ଟ ଦାଖଲ କରିବା ପାଇଁ ଆଦେଶ ଦେଇଥିଲେ । ଉପଜିଲ୍ଳାପାଳଙ୍କ ଆଦେଶ ପାଇ ଆଜି ରାୟଗଡ ଜିଲ୍ଳା ଓଡିଶା ସୀମାନ୍ତ ସଦର ରାୟଗଡ ବ୍ଳକର ମୀରାବାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ସୁରଣୀ, ରେଙ୍ଗାଲପାଡୁ, ସାନ୍ଧୁବାଡି ଓ ଦୁର୍ଗାପାଡୁ ଗ୍ରାମ ପଂଚାୟତ ଅନ୍ତର୍ଗତ ଡଙ୍ଗର ତୁଳସୀ ଓ ପାଙ୍ଗା ତୁଳସୀ, ବୈରାଗୀହାଲୁଆ ଗ୍ରାମ ପଂଚାୟତର ସାନଲୁକୁଟି,ଗାଜିଗାଁ ପଂଚାୟତର ଜାଙ୍ଗେସୁ, ଆଚବା  ଓ କୋଣ୍ଡାବାଲସା ଆଦି ୯ଟି ଗ୍ରାମକୁ ବିଡିଓ ଶ୍ରୀ ମାଝି ଓ ତହସିଲଦାର ଶ୍ରୀ ବେହେରା ଗସ୍ତ କରିଥିଲେ ।

ଏହି ସୀମାନ୍ତ ଗ୍ରାମମାନଙ୍କରେ ପଂହଚି ସେଠାକାର ଗ୍ରାମବାସୀଙ୍କ ସହ ଓଡିଶା ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ଯୋଜନା ବିଶେଷ କରି ମମତା ଯୋଜନା, ଗମନାଗମନ, ପାନୀୟ ଜଳ, ବିଦ୍ୟୁତ୍‌, ସ୍ୱାସ୍ଥ୍ୟ ସେବା ଓ ସାଧାରଣ ବଂଟନ ଏବଂ ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ବିଭିନ୍ନ ଭତା ପାଉଥିବା ବାବଦରେ ଏବଂ ଗତ ଦିନରେ ପଡୋଶୀ ଆନ୍ଧ୍ର ପ୍ରଦେଶରେ ହୋଇଥିବା ପଂଚାୟତ ନିର୍ବାଚନରେ କିଏ କିଏ ଭାଗ ନେଇଥିବା ନେଇ ପଚାରି ବୁଝିଥିଲେ । ତେବେ ସୀମାନ୍ତ ଗ୍ରାମାବାସୀମାନେ ଓଡିଶା ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା ପାଉଥିବା ପ୍ରକାଶ କରିବା ସହ ଓଡିଶା ଲୋକ ହୋଇ କାହିଁକି ଆମେ ଆନ୍ଧ୍ର ନିର୍ବାଚନରେ ସାମିଲ ହେବୁ ବୋଲି ମତବ୍ୟକ୍ତ କରିଥିଲେ ବୋଲି ବିଡିଓ ଓ ତହସିଲଦାର ପ୍ରକାଶ କରିଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ରାଜସ୍ୱ ବିଭାଗ ସୁପରଭାଇଜ କେ.ମାଲିକାର୍ଜୁନ, କାରୁବାଇ ଓ ଜେମାଦେଇପେଣ୍ଠ ରାଜସ୍ୱ ନିରୀକ୍ଷକମାନେ ଉପସ୍ଥିତ ରହିଥିଲେ ।

0
0
0
s2sdefault